ଓବିସି ଛାତ୍ରଙ୍କ ଲାଗି ନିଟ୍ କୋଟା ବଢ଼ାଅ
ନୂଆଦିଲ୍ଲୀ,୪।୭: ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ଛାତ୍ରୀଛାତ୍ରଙ୍କ ଲାଗି ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍) କୋଟା ବୃଦ୍ଧି ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା…
୨୯ ଶିଖ୍ ତୀର୍ଥଯାତ୍ରୀ ମୃତ
ଲାହୋର,୪।୭: ପାକିସ୍ତାନର ଶେଖୁପୁରା ଜିଲାରେ ଏକ ଯାତ୍ରୀବାହୀ ବସ୍କୁ ଏକ ଟ୍ରେନ ଧକ୍କା ଦେବାରୁ ୨୯ ଜଣ ଶିଖ୍ ତୀର୍ଥଯାତ୍ରୀ ପ୍ରାଣ ହରାଇବା ସହ କେତେଜଣ ଆହତ ହୋଇଛନ୍ତି। ନଙ୍କନ ସାହିବ୍ରୁ ୨୫ ଶିଖ୍ ତୀର୍ଥଯାତ୍ରୀଙ୍କୁ ନେଇ ବସ୍ଟି ଲାହୋର ଅଭିମୁଖେ…
କେନ୍ଦ୍ର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ
ନୂଆଦିଲ୍ଲୀ,୪।୭: ଝାଡ଼ଖଣ୍ଡରେ ଥିବା କୋଲ୍ବ୍ଲକ ନିଲାମ ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ବେଳେ ଏହା ବିରୋଧରେ ଝାଡ଼ଖଣ୍ଡ ସରକାର ସୁପ୍ରିମକୋର୍ଟ ଯାଇଛନ୍ତି। ରାଜ୍ୟ ସରକାରଙ୍କ ସହ କୌଣସି ଆଲୋଚନା ନ କରି ଏକପାଖିଆ ଭାବେ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି…
ଚିନ୍ତା ବଢ଼ାଉଛି ମହାରାଷ୍ଟ୍ର: ଗତ ୨୪ଘଣ୍ଟାରେ ୬୩୬୪ କରୋନା ପଜିଟିଭ୍ ଚିହ୍ନଟ
ମୁମ୍ବାଇ,୩।୭: ମହାରାଷ୍ଟ୍ରରେ କରୋନା ଭାଇରସ୍ ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୬୩୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏଥିରେ ୧୯୮ଲୋକଙ୍କ ମୃତ୍ୟୁ ଘଟିଛି। ଯାହା ଗୋଟିଏ ଦିନରେ ସର୍ବାଧିକ ରହିଥିବା ବେଳେ…
ଆସାମ ବନ୍ୟାରେ ମୃତକଙ୍କ ପରିବାର ଲୋକଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମୋଦି
ଦିଶପୁର,୩।୭: ଆସାମ ବନ୍ୟାରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରବର୍ଗ ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନ୍ୟାସନାଲ ରିଲିଫ୍ ଫଣ୍ଡ (ପିଏମ୍ଏନ୍ଆରଏଫ୍)ରୁ ମୃତକଙ୍କ ପରିବାରଙ୍କୁ ୨ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦେବାକୁ ମୋଦି…
ଭୂକମ୍ପରେ ଥରିଲା ଦିଲ୍ଲୀ-ଏନ୍ସିଆର
ନୂଆଦିଲ୍ଲୀ,୩।୭: ଦିଲ୍ଲୀ-ଏନ୍ସିଆରରେ ଶୁକ୍ରବାର ସନ୍ଧ୍ୟା ୭ଟାରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ରହିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ହରିଆଣାର ଗୁରୁଗ୍ରାମଠାରୁ ଦକ୍ଷିଣପଶ୍ଚିମରୁ ୬୩ କିଲୋମିଟର ଦୂରରେ ରହିଥିଲା। ଭୂକମ୍ପ ହେବା ସମୟରେ ଦିଲ୍ଲୀବାସୀ ଭୟଭୀତ…
କାନପୁର ଏନ୍କାଉଣ୍ଟର: ଶହୀଦଙ୍କ ପରିବାରଙ୍କୁ ୧ କୋଟି ଟଙ୍କା ସହାୟତା ରାଶି ଦେବେ ଯୋଗୀ ସରକାର
ଲକ୍ଷ୍ନୌ,୩।୭: ଉତ୍ତରପ୍ରଦେଶ କାନପୁରରେ ଶୁକ୍ରବାର ସକାଳେ କୁଖ୍ୟାତ ଅପରାଧୀଙ୍କ ସହ ହୋଇଥିବା ଗୁଳିବିନିମୟରେ ୮ଜଣ ପୋଲିସ କର୍ମଚାରୀ ଶହୀଦ ହୋଇଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ଶହୀଦଙ୍କ ମଧ୍ୟରେ ଡିଏସ୍ପି ସମେତ ୮ଜଣ ପୋଲିସ କର୍ମଚାରୀ ରହିଛନ୍ତି। ତେବେ ଏନ୍କାଉଣ୍ଟରରେ…
ଘୁଞ୍ଚିଲା ଜେଇଇ, ନିଟ୍ ପରୀକ୍ଷା
ନୂଆଦିଲ୍ଲୀ ୩।୭- ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଉନ୍ନତମାନର ଶିକ୍ଷା ପାଇଁ କେନ୍ଦ୍ର ସରକାର ଜେଇଇ ଓ ନିଟ୍ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି। Keeping in mind the safety of students and to ensure quality education we have…
ମୋଦିଙ୍କ ବୟାନକୁ ନେଇ କ’ଣ କହିଲା ଚାଇନା
ନୂଆଦିଲ୍ଲୀ,୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ଲେହକୁ ଗସ୍ତ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେଠାରେ ସେନାଙ୍କୁ ମୋଦି ସମ୍ବୋଧିତ କରି ଚାଇନା ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ବିସ୍ତାରବାଦ ଯୁଗର ଅନ୍ତ ଘଟିଛି, ଏବେ ସମୟ ହେଉଛି ବିକାଶବାଦର। ଅପରପକ୍ଷେ…
ଗଲଓ୍ବାନ ଘାଟିରେ ଆହତ ଯବାନଙ୍କୁ ହସ୍ପିଟାଲରେ ଭେଟିଲେ ମୋଦି
ଲେହ,୩।୭: ଲଦାଖ ଏଲ୍ଏସିର ଗଲଓ୍ବାନ ଘାଟିରେ ଚାଇନା ସୈନ୍ୟଙ୍କ ସହ ସଂଘର୍ଷ ହେବା ପରେ ୨ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଛି। ଏହି ଉତ୍ତେଜନାକୁ ଶେଷ କରିବା ପାଇଁ କମାଣ୍ଡର ସ୍ତରୀୟ ଆଲୋଚନା ଜାରି ରହିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର…
କରୋନାକୁ ହରାଇ ଘରକୁ ଫେରିଲେ କୋଲକାତାର ଏହି ୯୯ ବୟସ୍କ ବୃଦ୍ଧ
କୋଲକାତା,୩।୭: ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ମହାମାରୀରୁ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ଥିଲେ ହେଁ ଶହ ଶହ ସଂଖ୍ୟାରେ ରୋଗୀଙ୍କ ମୃତ୍ୟୁ ଘଟୁଛି। ବିଶେଷଭାବେ ବୟସ୍କ ବ୍ୟକ୍ତି ଏହାର ଶିକାର ହେଲେ ମୃତ୍ୟୁ…
ଜୁଲାଇ ଶେଷ ପର୍ଯ୍ୟନ୍ତ ବିଦେଶକୁ ଉଡିବନି ବିମାନ
ନୂଆଦିଲ୍ଲୀ,୩।୭: କରୋନା ଭାଇରସର ସଂକ୍ରମଣକୁ ଦେଖି ଡିଜିସିଏ ପକ୍ଷରୁ ଭାରତକୁ ଆସୁଥିବା ଓ ଭାରତରୁ ବିଦେଶକୁ ଯାଉଥିବା ସମସ୍ତ ଇଣ୍ଟରନ୍ୟାଶନାଲ କମର୍ସିଆଲ ଫ୍ଲାଇଟର ଉଡାଣକୁ ରଦ୍ଦ କରି ଦିଆଯାଇଛି। ଶୁକ୍ରବାର ଜାରି କରାଯାଇଥିବା ଏହି ସୂଚନା ଅନୁଯାୟୀ, ଭାରତରେ ବେଳକୁ ବେଳ…
Archives


