Advertisement
Posted inଜାତୀୟ

ପ୍ରତିଶ୍ରୁତି ରଖିବ ଭାଜପା, ନୀତିଶ ହେବେ ମୁଖ୍ୟମନ୍ତ୍ରୀ: ସୁଶୀଲ ମୋଦି

ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡ଼ିଏ ମେଣ୍ଟରେ ଭାଜପାର ପ୍ରଦର୍ଶନ ଭଲ ରହିଛି। ଭାଜପା ୭୪ ଆସନରେ ବିଜୟୀ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡ଼ିୟୁକୁ ୪୩ ଆସନ ମିଳିଛି। ତେବେ ଆସନ ଜିତିବା ହାରିବାର ପ୍ରଭାବ ମେଣ୍ଟ ଉପରେ ପଡ଼ିବ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ବୁଧବାର କହିଛନ୍ତି। ଆମେ ମିଳିମିଶି ସରକାର ଗଠନ କରିଛୁ। ଭାଜପା ନିର୍ବାଚନ ପୂର୍ବରୁ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଏବେ ଭାଜପା ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବ। ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ନୀତିଶ ହିଁ ଶପଥ ନେବେ। ରାଜ୍ୟ ସରକାରରେ ଆମେ ଅଂଶୀଦାର ଭାବେ ରହିଛୁ। ଏହା ଜାରି ରହିବ ବୋଲି ସୁଶୀଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଜାମ୍‌: ଟ୍ରାଫିକ୍‌ ନିୟନ୍ତ୍ରଣ କଲେ ମନ୍ତ୍ରୀ ଜିତୁ ପଟଓ୍ବାରି

ଭୋପାଳ,୧୧।୯: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ସରକାରରେ ମନ୍ତ୍ରୀ ଥିବା ଜିତୁ ପଟଓ୍ବାରିଙ୍କ ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜିତୁ...

ଜନସାଧାରଣ ପାଳିବେ ବିଜୟ ଉତ୍ସବ: ତେଜସ୍ବୀ

ପାଟନା,୮।୧୧:: ଭାଜପା ଓ ଜେଡିୟୁ ସରକାରଙ୍କୁ ଗାଦିଚ୍ୟୁତ କରି ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ନେତୃତ୍ୱରେ ଗଠିତ ମହାଗଠବନ୍ଧନ ବିହାରରେ ସରକାର ଗଠନ କରିବ ବୋଲି...

ରାହୁଲଙ୍କ କାର୍ଯାଳୟ ଭଙ୍ଗାରୁଜା ଘଟଣାର ହେବ ଉଚ୍ଚସ୍ତରୀୟ ଯାଞ୍ଚ: କଲପେଟ୍ଟା ସବ୍‌-ଇନ୍‌ସପେକ୍ଟର ନିଲମ୍ବିତ

ଓ୍ବାୟନାଡ,୨୫।୬: କେରଳର ୱାୟନାଡରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟକୁ ଷ୍ଟୁଡେଣ୍ଟସ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ସଦସ୍ୟମାନେ ଭଙ୍ଗାରୁଜା କରିଥିଲେ। ଶୁକ୍ରବାର ଶତାଧିକ ସଦସ୍ୟ...

ସୁନା ଅଳଙ୍କାର ପିନ୍ଧୁଥିବା ଗୋଲଡେନ୍‌ ବାବାଙ୍କ ପରଲୋକ

ନୂଆଦିଲ୍ଲୀ, ୧।୭: ସବୁବେଳେ ସୁନା ଅଳଙ୍କାର ପିନ୍ଧୁଥିବା ଗୋଲଡେନ୍‌ ବାବା ସୁଧୀର କୁମାର ମକ୍କଡ଼ଙ୍କର ପରଲୋକ ହୋଇଯାଇଛି। ମଙ୍ଗଳବାର ବିଳମ୍ବିତ ରାତ୍ରରେ ବାବାଙ୍କର ମୃତ୍ୟୁ ଘଟିଛି।...

ଅଧା ତଥ୍ୟ ଦେଇଥିବାରୁ ସିରମର ଟିବି ଟିକାକୁ ମିଳିଲା ନାହିଁ ମଞ୍ଜୁରୀ

ନୂଆଦିଲ୍ଲୀ,୧ ।୫: ଟିବି ଟିକା ପାଇଁ ସରକାରଙ୍କ ସମିତି ସିରମ କମ୍ପାନୀର ପ୍ରସ୍ତାବକୁ ନାମଞ୍ଜୁର କରି ଦେଇଛନ୍ତି । ଏହାସହ ସୁରକ୍ଷା ଓ ଇମ୍ୟୁନୋଜେନେସିଟି ସମ୍ପର୍କିତ...

୧୬ ଆଫଗାନିସ୍ତାନ ଫେରନ୍ତା କରୋନା ପଜିଟିଭ୍‌…

ନୂଆଦିଲ୍ଲୀ,୨୫।୮: ଆଫଗାନିସ୍ତାନରୁ ମଙ୍ଗଳବାର ଭାରତ ଫେରିଥିବା ୭୮ ଜଣଙ୍କ ମଧ୍ୟରୁ ୧୬ ଜଣଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେମାନଙ୍କଠାରେ କୌଣସି ଲକ୍ଷଣ...

ଅନୁଚ୍ଛେଦ ୩୭୦ ନେଇ ପୁଣି ବିବାଦୀୟ ମନ୍ତବ୍ୟ ଦେଲେ ମେହବୁବା

ଶ୍ରୀନଗର,୯।୧୧: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତି ଅନୁଚ୍ଛେଦ ୩୭୦ ନେଇ ପୁଣି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରାଜ୍ୟର ପରିଚିତି ଲାଗି...

ଜିହ୍ବାର ଲାଳସା ସମ୍ବରଣ ନ କରିବାରୁ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା

ଇନ୍ଦୋର,୧୭।୭: ଦେଶର କରୋନା ସଂକ୍ରମଣରୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜିଲା ମଧ୍ୟରେ ମଧ୍ୟପ୍ରଦେଶର ଇନ୍ଦୋର ସାମିଲ ରହିଛି। ଏହି ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି...

Advertisement
Archives

Model This Week