Posted inଜାତୀୟ

ଇତିହାସ ରଚିବେ ନୀତିଶ

ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ବିଜୟ ସହିତ ନୀତୀଶ କୁମାର ଆଉ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ୭ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବିହାରରେ ଆରଜେଡି ହଟାଇ ମୁଖ୍ୟମନ୍ତ୍ରୀ ଚେୟାରରେ ବସିଥିବା ନୀତୀଶ କୁମାର ତାଙ୍କ ହାତରୁ କ୍ଷମତା ଖସିଯିବାକୁ ଦେଇନାହାନ୍ତି। ୨୦୦୦ ମସିହାରେ ସେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ତେବେ କିଛି ଦିନ ପରେ ସଂଖ୍ୟାଗରିଷ୍ଠତା ଅଭାବରୁ ତାଙ୍କ ସରକାର ଭାଙ୍ଗିଯାଇଥିଲା। ତା’ପରେ ୨୦୦୫ ରେ ନୀତୀଶ କୁମାର ଭାଜପା ଏବଂ ଜେଡିୟୁର ନିର୍ବାଚନ ପ୍ରଚାରର ମୁଖ୍ୟ ହୋଇଥିଲେ। ୨୦୦୫ ନଭେମ୍ବର ୨୪ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏଥର ସେ ପାଞ୍ଚ ବର୍ଷ ପାଇଁ ସରକାର ଚଳାଇଲେ। ୨୦୧୦ ବିଧାନସଭା ନିର୍ବାଚନରେ ପୁଣି ଥରେ ଭାଜପା-ଜେଡିୟୁ ମିଳିତ ମେଣ୍ଟ ଉପରେ ରାଜ୍ୟବାସୀ ଆସ୍ଥା ପ୍ରକଟ କରିଥିଲେ। ଏହା ପରେ ନୀତୀଶ ନଭେମ୍ବର ୨୬, ୨୦୧୦ ରେ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଥିଲେ। ୨୦୧୪ରେ ଲୋକସଭା ନିର୍ବାଚନରେ ଖରାପ ପରାଜୟ ପରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତା’ପରେ ଏହା ତାଙ୍କର ନୈତିକ ନିଷ୍ପତ୍ତି ଭାବରେ ବିବେଚନା କରାଯାଉଥିଲା। ସେ ତାଙ୍କର ପୁରୁଣା ସାଥୀ ଭାଜପାଠାରୁ ଅଲଗା ହୋଇଥିଲେ ଏବଂ ଲୋକସଭା ନିର୍ବାଚନରେ ଭାଜପା ଜବରଦସ୍ତ ପ୍ରଦର୍ଶନ କରିଥିଲା। ନୀତୀଶ ଜିତାନ ରାମ ମାନଝୀଙ୍କୁ ବିହାରର ମୁଖ୍ୟମନ୍ତ୍ରୀ କରିଥିଲେ। କିନ୍ତୁ ତା’ପରେ ୨୦୧୫, ଫେବୃୟାରୀ ୨୨ରେ ସେ ଚତୁର୍ଥ ଥର ପାଇଁ ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ। ସେହି ବର୍ଷ ଶେଷରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଦଶନ୍ଧି ଧରି ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ନୀତୀଶ କୁମାର ଏବଂ ଲାଲୁ ପ୍ରସାଦ ଯାଦବ ଏକାଠି ହୋଇଥିଲେ। ମହାମେଣ୍ଟ ଅଧୀନରେ ଉଭୟ ଏନଡିଏ ସାମ୍ନାରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଉଭୟ ପକ୍ଷର ଏକ ଐତିହାସିକ ବିଜୟ ହୋଇଥିଲା ଏବଂ ନୀତୀଶ କୁମାର ୨୦୧୫, ନଭେମ୍ବର ୨୦ରେ ୫ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତା’ପରେ ପ୍ରାୟ ଦୁଇ ବର୍ଷ ପରେ ନୀତୀଶ କୁମାର ଆରଜେଡିଠାରୁ ଅଲଗା ହୋଇଥିଲେ। ଫଳରେ ସରକାର ଭାଙ୍ଗିଯାଇଥିଲା। ସେ ପୁଣିଥର ଭାଜପା ସହ ମେଣ୍ଟ କରିଥିଲେ। ୨୦୧୭, ଜୁଲାଇ ୨୭ରେ ଷଷ୍ଠ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୨୦ ଏନଡିଏ ପୁଣି ଥରେ ନିର୍ବାଚନ ଜିତିଛି। ନୀତୀଶ କୁମାର ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଇତିହାସ ରଚିବେ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟ ମ୍ୟାରେଜ୍ ହୋଇସାରିଥିବା କହି ପୀଡ଼ିତାଙ୍କୁ ବିଶ୍ୱାସ କରାଇ ଅଦାଲତରୁ ମାମଲା ପ୍ରତ୍ୟାହାର : ପରେ ପୁଣି ପ୍ରତାରଣା

ଦେବଗଡ଼, ୧୨।୭ (ଶଶାଙ୍କ ଶେଖର ଝାଙ୍କର): ଟଙ୍କା ଠକେଇ ଓ ବଳାତ୍କାର ଭଳି ସଙ୍ଗୀନ ଅଭିଯୋଗରେ ରୁଜୁ ହୋଇଥିବା ମାମଲା ଅଦାଲତରୁ ପ୍ରତ୍ୟାହାର କରାଇବା ପରେ ପୀଡ଼ିତାଙ୍କୁ…

ସରିଛି ରବିଧାନ ସଂଗ୍ରହ, ସରିନି ଚାଷୀଙ୍କ ଦୁଃଖ ଏବେ ବି ମଣ୍ଡିରେ ପଡ଼ିଛି ଧାନ ଚାଷୀଙ୍କୁ ମିଳିନି ବିକ୍ରିଧାନର ପ୍ରାପ୍ୟ

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ ଚାଷକାର୍ଯ୍ୟ ଜୋର୍‌ ଧରିଛି। ଅନ୍ୟପଟେ ଏପର୍ଯ୍ୟନ୍ତ ଜିଲା ଚାଷୀଙ୍କ ରବିଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ଗତମାସ ୩୦ତାରିଖରୁ ଜିଲାରେ…

ଇସ୍ତଫା ଦେବାର ଦିନକ ପରେ ବିଜେଡି ଫେରିଲେ କାଉନ୍‌ସିଲର

ଭୁବନେଶ୍ୱର,୧୨।୭ (ସୁନିତ୍‌ ମିଶ୍ର): ଚୌଦ୍ୱାର ମ୍ୟୁନିସିପାଲଟିର ୧୨ ନମ୍ବର ଓ୍ବାର୍ଡର କାଉନସିଲର୍‌ ସୁବ୍ରତ କୁମାର ସାମଲ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଇସ୍ତଫା…

ପେପର ବ୍ୟାଗ୍‌: ବର୍ତ୍ତମାନର ଜରୁରୀ ଆବଶ୍ୟକତା

ପ୍ରତିବର୍ଷ ଜୁଲାଇ ୧୨ରେ ସାରା ବିଶ୍ୱରେ ପାଳନ ହୋଇଆସୁଛି ‘ବିଶ୍ୱ ପେପର(କାଗଜ) ବ୍ୟାଗ ଦିବସ’। ଚଳିତ ମାସ ଜୁଲାଇ ୩ରେ ‘ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ’…

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

୧୩ହଜାର ଫୁଟ ଉଚ୍ଚତାରେ ସ୍ୱାମୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ସ୍ତ୍ରୀ

ବର୍ଲିନ, ୧୨ା୭: ଏକ ଯାତ୍ରୀବାହୀ ବିମାନ ଝରକା ଦେଇ ଜଣେ ୬୧ ବର୍ଷିୟ ବୃଦ୍ଧ ହଠାତ୍‌ ଟାଣି ହୋଇଯାଉଥିବାବେଳେ ଜୀବନକୁ ବାଜି ଲଗାଇ ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ…

ପଛକୁ ପଛ ୨ ଲଘୁଚାପ; IMD କଲା ସତର୍କ

ଭୁବନେଶ୍ୱର, ୧୨ା୭(ବନ୍ଦନା ସେଠୀ): ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ଏଥିସହ ଗାଙ୍ଗେଟିକ୍‌ ୱେଷ୍ଟବେଙ୍ଗଲ ଓ ପାଖାପାଖି ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ…

କିମ୍ୱଦନ୍ତୀ ଗାୟିକା ଏସ୍‌. ଜାନକୀଙ୍କ ପରଲୋକ

ଭୁବନେଶ୍ୱର,୧୨ା୭ (ସୌମ୍ୟରଞ୍ଜନ ରାଉତ): ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ ଘଟିଛି। ଦକ୍ଷିଣ ଭାରତର ପ୍ରଖ୍ୟାତ ପାର୍ଶ୍ୱଗାୟିକା ଏସ୍‌. ଜାନକୀଙ୍କର ଶନିବାର ମହୀଶୂରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri