Posted inଜାତୀୟ

ଜୀବନ ସୁରକ୍ଷା ହିଁ ସର୍ବୋତ୍ତମ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୧।୧୧: ଜୀବନକୁ ସୁରକ୍ଷିତ ରଖିବା ହିଁ ସର୍ବୋତ୍ତମ। ଜୀବନ ତୁଳନାରେ ଅନ୍ୟ କାହାର ଗୁରୁତ୍ୱ ନାହିଁ ବୋଲି ବୁଧବାର ସୁପ୍ରିମ୍‌କୋର୍ଟ କହିଛନ୍ତି। ଏହା ସହିତ ପଶ୍ଚିମବଙ୍ଗରେ ବାଣଫୁଟା ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି। ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଇନ୍ଦିରା ବାନାର୍ଜୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି। ପଶ୍ଚିମବଙ୍ଗ ହାଇକୋର୍ଟ ରାଜ୍ୟରେ ଦୀପାବଳି ଏବଂ ଅନ୍ୟ ଉତ୍ସବରେ ବାଣଫୁଟା ଉପରେ କଟକଣା ଜାରି କରିଥିଲେ। ଏହା ବିରୋଧରେ ସୁପ୍ରିମ୍‌କୋର୍ଟରେ ଏକ ଆବେଦନ କରାଯାଇଥିଲା। ଏନେଇ ସୁପ୍ରିମ୍‌କୋର୍ଟ ଖଣ୍ଡପୀଠ କହିଛନ୍ତି ଯେ, ଜୀବନରେ ପାର୍ବଣର ଗୁରୁତ୍ୱ ରହିଛି। ମାତ୍ର ମଣିଷ ଜୀବନ ଯେତେବେଳେ ସଙ୍କଟରେ ପଡ଼ିଛି, ସେତେବେଳେ ଜୀବନକୁ ସୁରକ୍ଷିତ ରଖିବା ସର୍ବୋପରି। ବର୍ତ୍ତମାନର କରୋନା ମହାମାରୀ ସମୟରେ ସଭିଏଁ ଏକଜୁଟ ହୋଇ ଲଢ଼େଇ ଜାରି ରଖିବା ଅପରିହାର୍ଯ୍ୟ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ସଂକ୍ରମିତ ହେବା ପରେ ମମତାଙ୍କୁ ଆଲିଙ୍ଗନ କରିବା କଥା କହିଥିବା ଭାଜପା ନେତା କରୋନା ପଜିଟିଭ

କୋଲକାତା,୨ ।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ସଚିବ ଅନୁପମ ହାଜରାଙ୍କ କରୋନା ଟେଷ୍ଟ ରିପୋର୍ଟ ଶୁକ୍ରବାର ପଜିଟିଭ ଆସିଥିବା ଜଣାପଡିଛି । ଏବେ ତାଙ୍କୁ...

ଜମ୍ମୁ କଶ୍ମୀର ବଡଗାମରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୬: ଜମ୍ମୁ କଶ୍ମୀରର ବଡଗାମ ଜିଲାରେ ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା...

୭ ମହାପଞ୍ଚାୟତରେ ଯୋଗଦେବେ ରାକେଶ ଟିକାଏତ୍‌

ଗାଜିଆବାଦ୍‌, ୧୨।୨: ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାଏତ୍‌ ହରିୟାଣା, ମହାରାଷ୍ଟ୍ର ଓ ରାଜସ୍ଥାନରେ ଚାଲିଥିବା ୭ଟି କୃଷକଙ୍କ ବୈଠକରେ ଯୋଗଦେବେ।  ଏହି ମହାପଞ୍ଚାୟତ...

ଜଳବାୟୁ ପରିବର୍ତ୍ତନରୁ ବିନାଶ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬ା୯,(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ମାତ୍ର ଦୁଇ ଚାରି ଦିନର ବ୍ୟବଧାନରେ ଉତ୍ତର ଆଫ୍ରିକାର ଦୁଇଟି ରାଷ୍ଟ୍ର ଅଭୂତପୂର୍ବ ବିପର୍ଯ୍ୟୟକୁ ସାମ୍ନା କରିଛି। ମରକ୍କୋର ବିନାଶକାରୀ ଭୂକମ୍ପରେ ୩୦୦୦ରୁ...

କୁସ୍ତି ମହାସଂଘ ନିର୍ବାଚନ ସ୍ଥଗିତ

ଗୁଆହାଟୀ/ନୂଆଦିଲ୍ଲୀ,୨୬ା୬ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନ ପୂର୍ବ ନିର୍ଦ୍ଧାରିତ ତାରିଖ ଜୁଲାଇ ୧୧ରେ ଅନୁଷ୍ଠିତ ହେବ ନାହିଁ। ଆସାମ କୁସ୍ତି...

ଗୁରୁବାର ଫେରିବେ ସିନ୍ଧେ ଗୋଷ୍ଠୀ

ମୁମ୍ବାଇ, ୨୯ା୬: ଶିବସେନାର ୧୫ ବିଦ୍ରୋହୀ ବିଧାୟକଙ୍କୁ ଜୁଲାଇ ୧୨ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷଣା ନୋଟିସ ଉପରେ ଜବାବ ଦେବାକୁ ସୁପ୍ରିମକୋର୍ଟ ସୁଯୋଗ ଦେବା ପରେ...

ହିମାଚଳରେ ତୁଷାରପାତ , ୨୬୨ ସଡ଼କ ପଥ ବନ୍ଦ, ୮୮୯ ବିଦ୍ୟୁତ ଲାଇନ ଠପ୍‌…

ଶିମଲା,୨୫।୧ : ହିମାଚଳ ପ୍ରଦେଶରେ ବର୍ଷା ଓ ତୁଷାରପାତ ଅବ୍ୟାହତ ରହିଛି। ମଙ୍ଗଳବାର ଠାରୁ ରାଜ୍ୟର ଉଚ୍ଚସ୍ଥାନରେ ମଧ୍ୟବର୍ତ୍ତୀ ତୁଷାରପାତ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବର୍ଷା...

ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ବାଲି ଯିବେ ମୋଦି

ନୂଆଦିଲ୍ଲୀ,୧୪ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ସୋମବାର ଇଣ୍ଡୋନେସିଆର ବାଲି ଯାତ୍ରା କରିବେ । ପ୍ରଧାନମନ୍ତ୍ରୀ ମୋଦି...

Advertisement
Archives

Model This Week