ଜାତୀୟ

ନବମ ଶ୍ରେଣୀ ଛାତ୍ରୀଛାତ୍ର ଘରୁ ଫେରାର ହୋଇ କଲେ ବିବାହ, ଆଉ ତା’ ପରେ…

ଗୁଜୁରାଟର ଛାନିରେ ନବମ ଶ୍ରେଣୀରେ ପଢ଼ୁଥିବା ଦୁଇ ଛାତ୍ରୀଛାତ୍ର ପରସ୍ପରକୁ ଭଲ ପାଉଥିଲେ। ମାତ୍ର କରୋନା କଟକଣା ଲାଗି ସ୍କୁଲ ଖୋଲୁ ନ ଥିବାରୁ ଉଭୟଙ୍କ ଦେଖା ହୋଇ ପାରୁ ନଥିଲା। ଏଭଳି ପରିସ୍ଥିତିରେ ଦୁହେଁଦୁହିଁକୁ ଖୋଜୁଥିଲେ। ପରେ ଉଭୟ ବିବାହ…

ମୋଦି ସରକାରଙ୍କୁ ବଡ଼ ଝଟ୍‌କା: କୃଷି ଆଇନ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ମଙ୍ଗଳବାର ବଡ଼ ଝଟ୍‌କା ଲାଗିଛି। କେନ୍ଦ୍ର ସରକାରଙ୍କୁ କୃଷି ଆଇନ ଉପରେ ସୁପ୍ରିମ୍‌କୋର୍ଟ ପକ୍ଷରୁ ରୋକ ଲଗାଯାଇଛି। ଏହା ସହିତ ଏନେଇ ଏକ ୪ ଜଣିଆ କମିଟି ମଧ୍ୟ ଗଠନ କରାଯାଇଛି। କମିଟିରେ ଭାରତୀୟ…

ଯେ କୌଣସି ସ୍ଥିିତିର ମୁକାବିଲା ପାଇଁ ପ୍ରସ୍ତୁତ ଭାରତୀୟ ସେନା

ନୂଆଦିଲ୍ଲୀ,୧୨।୧: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରାଓ୍ବଣେ କହିଛନ୍ତି ଯେ, କେବଳ ପୂର୍ବ ଲଦାଖ ନୁହେଁ ସମ୍ପୂର୍ଣ୍ଣ ଏଲ୍‌ଏସିରେ ଯେ କୌଣସି ସ୍ଥିିତିର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ…

ମାତ୍ର ୧୬ ବର୍ଷ ବୟସରେ ପ୍ରଥମ ଭାଷଣ ଦେଇଥିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୨ ।୧: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ତାଙ୍କର ୪୯ ତମ ଜନ୍ମଦିନ ପାଳନ କରୁଛନ୍ତି । ଏବେ ସକ୍ରିୟ ରାଜନୀତିରେ ଥିବା ପ୍ରିୟଙ୍କା ମାତ୍ର ୧୬ ବର୍ଷ ବୟସରେ ଭାଷଣ ଦେଇଥିଲେ । ପ୍ରାୟ ରାଜନୀତିଠାରୁ ଦୂରେଇ…

ଭାରତର ସାମର୍ଥ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ବିବେକାନନ୍ଦ

ନୂଆଦିଲ୍ଲୀ,୧୨।୧: ଭାରତର ପ୍ରକୃତ ସାମର୍ଥ୍ୟ ସମ୍ପର୍କରେ ସ୍ବାମୀ ବିବେକାନନ୍ଦ ସୂଚନା ଦେଇଥିଲେ। ତାଙ୍କର ଅମର ବାଣୀ ଦେଶବାସୀଙ୍କୁ ସବୁବେଳେ ପ୍ରେରଣା ଦେଉଥିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମଙ୍ଗଳବାର ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଜାତୀୟ ଯୁବ ସଂସଦ…

କୃଷକ ଆନ୍ଦୋଳନକୁ ନେଇ ଭାଜପା ନେତାଙ୍କ ବିବାଦୀୟ ବୟାନ

ବେଙ୍ଗାଲୁରୁ,୧୨ ।୧: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ପ୍ରାୟ ୪୮ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ଏହାକୁ ନେଇ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନର ଶୁଣାଣି କରି ସୋମବାର କୋର୍ଟ କେନ୍ଦ୍ର ସରକାରଙ୍କୁ କୃଷି ଆଇନ…

ଦିଲ୍ଲୀ ପହଞ୍ଚିଲା କରୋନା ଭ୍ୟାକ୍ସିନ

ନୂଆଦିଲ୍ଲୀ,୧୨ ।୧: ରାଜଧାନୀ ଦିଲ୍ଲୀରେ କରୋନା ଭ୍ୟାକ୍ସିନ ପହଞ୍ଚିଯାଇଛି । ଏହାସହ ୧୬ ଜାନୁୟାରୀରେ ଦେଶବ୍ୟାପି ଆରମ୍ଭ ହେବାକୁ ଥିବା କରୋନା ଟିକାକରଣ ପାଇଁ କାଉଣ୍ଟଡାଉନ ବି ଆରମ୍ଭ ହୋଇଗଲାଣି । ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆରୁ ଦେଶର…

ମଦ ମୃତ୍ୟୁ ନେଇ ଶିବରାଜଙ୍କ ଚିନ୍ତା ବଢ଼ିଲା

ଭୋପାଳ,୧୨।୧: ମଧ୍ୟପ୍ରଦେଶ ମୋରେନା ଜିଲାରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ବିରୋଧୀ ଏହି ଘଟଣାରେ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ମୋରେନାର ସୁମାଓ୍ବଲି ଅଞ୍ଚଳରେ…

ଡ୍ରଗ୍ସ୍‌ ମାମଲାରେ ନିଶୁଆ ପାନବାଲା ଗିରଫ

ମୁମ୍ବାଇ,୧୨।୧: ଡ୍ରଗ୍ସ୍‌ ମାମଲାରେ ମୁମ୍ବାଇର ନିଶୁଆ ପାନବାଲା ରାମକୁମାର ତିଓ୍ବାରିଙ୍କୁ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ପକ୍ଷରୁ ଗିରଫ କରାଯାଇଛି। ତାଙ୍କ ପାଖରୁ ଅଧା କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। ଖର ଅଞ୍ଚଳରେ ବାସ କରୁଥିବା ବ୍ରିଟେନ ନାଗରିକ କରନ ସଜନାନିଙ୍କୁ ସେ…

ସୋମନାଥ ଭାରତୀ ଗିରଫ

ଆମେଠି, ୧୨।୧(ପି.ଟି.): ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଆମ୍‌ ଆଦ୍‌ମୀ ପାର୍ଟି ବିଧାୟକ ସୋମନାଥ ଭାରତୀଙ୍କୁ ସୋମବାର ଉତ୍ତରପ୍ରଦେଶର ରାଏବରେଲିରୁ ଗିରଫ କରାଯାଇଛି। ଗିରଫ ପୂର୍ବରୁ ତାଙ୍କ ଉପରକୁ ଜଣେ ଯୁବକ ସ୍ୟାହି ଫିଙ୍ଗିଥିଲେ। ଧମକ ଦେବା ଓ ଗୋଷ୍ଠୀ ମଧ୍ୟରେ…

ଦିଲ୍ଲୀ ସମେତ ୧୦ ରାଜ୍ୟରେ ବାର୍ଡ ଫ୍ଲୁ

ନୂଆଦିଲ୍ଲୀ, ୧୨।୧: କରୋନା ମହାମାରୀ ଦୂର ହୋଇ ନ ଥିବାବେଳେ ଏବେ ବାର୍ଡ ଫ୍ଲୁ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଇତିମଧ୍ୟରେ ଆଭିଆନ୍‌ ଇନ୍‌ଫ୍ଲୁଏଞ୍ଜା ୧୦ଟି ରାଜ୍ୟକୁ ବ୍ୟାପି ସାରିଲାଣି। ଉତ୍ତରପ୍ରଦେଶ, କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ, ହରିୟାଣା ଓ ଗୁଜରାଟରେ…

ହ୍ବାଟ୍ସଆପ୍‌ ଛାଡ଼ୁଛନ୍ତି ୟୁଜର୍ସ

ମୁମ୍ବାଇ, ୧୨ା୧: ନୂଆ ପ୍ରିଭେସି ପଲିସି ୟୁଜର୍ସଙ୍କ ପାଇଁ ବାଧ୍ୟତାମୂଳକ କରାଯିବା ପରେ ଏବେ ବିକଳ୍ପ ବାଛିବାରେ ବ୍ୟସ୍ତ ହ୍ବାଟ୍ସଆପ୍‌୍‌ ବ୍ୟବହାରକାରୀ। ଅପଡେଟ୍‌ ପରେ ମୂଳ କମ୍ପାନୀ ଫେସ୍‌ବୁକ୍‌ ସହ ହ୍ବାଟ୍ସଆପ୍‌ ୟୁଜର୍ସ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଶେୟାର ହେବା ସର୍ତ୍ତକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri