ଡେରାଡୁନ୍,୧୪।୨: ଉତ୍ତରାଖଣ୍ଡର ତପୋବନ ଟନେଲରେ ଅଟକି ଥିବା ୩୫ରୁ ଅଧିକ ଶ୍ରମିକଙ୍କ ମଧ୍ୟରୁ ୧୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କ ପରିବାର ବର୍ଗ ଶ୍ରମିକଙ୍କ ଜୀବିତ ଫେରିବା ବାଟକୁ ଚାହିଁ ବସିଥିବାବେଳେ ଏବେ ତାହା ସ୍ବପ୍ନ ପାଲଟିଛି। ଆଖିର ଲୁହ ଆଖିରେ ଶୁଖି ଯାଇଛି। ଟନେଲରେ କେହି ଜୀବିତ ଥିବାର ଆଶା ପ୍ରାୟତଃ ନାହିଁ ବୋଲି କୁହାଯାଉଛି। ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ୟ ଶ୍ରମିକଙ୍କ ସନ୍ଧାନରେ ଟନେଲ ଭିତରୁ କାଦୁଅ କଢ଼ା ଯାଉଥିବା ପ୍ରଶାସନ କହିଛି।