Posted inଜାତୀୟ

ଜେଲ୍‌ରେ ଥିବା ଆନ୍ଦୋଳନକାରୀଙ୍କୁ ମିଳିବ ୨ ହଜାର ଟଙ୍କା ସହାୟତା: ମିଳିତ କିଷାନ ମୋର୍ଚ୍ଚା

ନୂଆଦିଲ୍ଲୀ,୧୪।୨: ଜାନୁୟାରୀ ୨୬ରେ ଦିଲ୍ଲୀର ଟ୍ରାକ୍ଟର ରାଲି ସମୟରେ ଘଟିଥିବା ହିଂସା ଘଟଣାରେ କେତେକ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇ ଜେଲ୍‌ରେ ରଖାଯାଇଛି। ସେମାନଙ୍କ ଆର୍ଥିକ ସହାୟତା ସ୍ବରୂପ ମିଳିତ କିଷାନ ମୋର୍ଚ୍ଚା ପକ୍ଷରୁ ୨ ହଜାର ଟଙ୍କା ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ସୋମବାର ସୁଦ୍ଧା ଏହା ସେମାନଙ୍କର ସଞ୍ଚୟ ଖାତାରେ ପହଞ୍ଚିଯିବ ବୋଲି ମୋର୍ଚ୍ଚାର ଆଇନ ପ୍ରମୁଖ ପ୍ରେମ ସିଂ ଭଗୁ ସୂଚନା ଦେଇଛନ୍ତି। ସମ୍ପ୍ରତି ତିହାର ଜେଲରେ ୧୧୨ ଆନ୍ଦୋଳନକାରୀ ବନ୍ଦ ରହିଛନ୍ତି। ସେମାନଙ୍କ ଅବସ୍ଥା ବୁଝିବା ପାଇଁ ମୋର୍ଚ୍ଚାର ଆଇନ ଟିମ୍‌ ଜେଲ ପରିଦର୍ଶନ ମଧ୍ୟ ଯାଇଥିଲେ। ଇତତିମଧ୍ୟରେ ୧୦ ଜଣ ଆନ୍ଦୋଳନକାରୀଙ୍କୁ ଜାମିନ ମିଳିଥିବାବେଳେ ଅନ୍ୟ ୨ ଜଣଙ୍କୁ ସୋମବାର ଜାମିନ ମିଳିବାର ଆଶା ରହିଛି ବୋଲି ଆଇନ ଟିମ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଭାଜପା ନେତାଙ୍କୁ ନିର୍ଯାତନା ଦେଇ ହତ୍ୟା

କୋଲକାତା, ୭।୧୧: ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲାରେ ଭାଜପା ଯୁବମୋର୍ଚ୍ଚାର ଜଣେ ନେତାଙ୍କୁ ଗୁଳିକରି ହତ୍ୟା କରିବାର କିଛିଦିନ ପରେ ଶନିବାର ରାତିରେ ପୂର୍ବ ମେଦିନିପୁର...

ଅକ୍ସିଜେନ୍‌ ସପୋର୍ଟ ଆକ୍ରାନ୍ତଙ୍କ ସଂଖ୍ୟାରେ ୨୬୪ ପ୍ରତିଶତ ବୃଦ୍ଧି…

ଚଣ୍ଡିଗଡ଼, ୯।୧ : ପଞ୍ଜାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି। ଏହା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ ଅକ୍ସିଜେନ୍‌ ସପୋର୍ଟ ଆକ୍ରାନ୍ତଙ୍କ...

ସୁଶାନ୍ତ ମାମଲା: ପୋଷ୍ଟମାର୍ଟମ ରିପୋର୍ଟକୁ ନେଇ ସନ୍ଦେହ ପ୍ରକାଶ କଲା ସିବିଆଇ

ମୁମ୍ବାଇ,୨୨।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘଟଣାରେ ସିବିଆଇ ଜୋରସୋରରେ ତଦନ୍ତ ଚଳାଇଛି। ଶୁକ୍ରବାର ସୁଶାନ୍ତଙ୍କ ରୋଷେୟାଙ୍କୁ ସିବିଆଇ ୫ଘଣ୍ଟା ଧରି ଜେରା କରିଥିଲା।...

ପୁଣି ଏକ ନାଟକ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିର୍ଭୟା ଦୋଷୀ ପବନ ଗୁପ୍ତା

ନୂଆଦିଲ୍ଲୀ,୩୧।୧: ଫାଶୀ ପାଇବାର ଗୋଟିଏ ଦିନ ପୂର୍ବରୁ ପୁଣି ନୂଆ ନାଟକ ଦେଖାଇଛନ୍ତି ନିର୍ଭୟା ଦୋଷୀ। ୪ ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ଫାଶୀରୁ ବର୍ତ୍ତିବା...

ଲାଲକିଲାରେ ଖଲିସ୍ତାନ ପତାକା ଉଡାଇବା ଯୋଜନା: ବଢିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୧୩।୮: ସ୍ବାଧିନତା ଦିବସକୁ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ ସୁରକ୍ଷା ଏଜେନ୍ସି ହାଇ ଆଲର୍ଟରେ ଅଛନ୍ତି। ଭିଡ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ...

ମୌସୁମୀକୁ ସକ୍ରିୟ କରୁଛି ବିଶ୍ୱ ତାପନ

ନୂଆଦିଲ୍ଲୀ, ୧୫।୪(ପି.ଟି.): ଜଳବାୟୁ ପରିବର୍ତ୍ତନ ଭାରତରେ ମୌସୁମୀକୁ ଅଧିକ ସକ୍ରିୟ କରିବା ସହ ବର୍ଷାରେ ଅନିୟମିତତା ଦେଖାଦେବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଦେଶର ୧୩୦...

୩୭୦ ଉଚ୍ଛେଦକୁ ହୁଡାଙ୍କ ସମର୍ଥନ

ରୋହତକ୍‌,୧୯ା୮(ଆଇଏଏନ୍‌ଏସ୍‌): ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟିବା ପରେ ଏହାକୁ ନେଇ କଂଗ୍ରେସରେ ଭିନ୍ନମତ ପ୍ରକାଶ ପାଇବାରେ ଲାଗିଛି। ଦଳର ବରିଷ୍ଠ ନେତା ତଥା ହରିୟାଣାର ପୂର୍ବତନ...

ପ୍ରଦୂଷଣ, ବାତ୍ୟା ସ୍ଥିତି ସମୀକ୍ଷା କଲେ ମୋଦି

ନୂଆଦିଲ୍ଲୀ,୬-୧୧(ପି.ଟି.):ଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ର (ଏନ୍‌ସିଆର୍‌) ଅଞ୍ଚଳରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତର ଭାରତର ସ୍ଥିତି ସମୀକ୍ଷା...

Advertisement
Archives

Model This Week