Posted inଜାତୀୟ

କେରଳରେ ଲାଗୁ ହେବ ନାହିଁ ସିଏଏ

ନୂଆଦିଲ୍ଲୀ,୧୪ ।୨: କେରଳରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ରାଜନୈତିକ ଉଷ୍ମତା ଆରମ୍ଭ ହୋଇଗଲାଣି । ଗୋଟିଏ ପଟେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କରୋନା ଟିକାକରଣ ପରେ ଦେଶରେ ସିଏଏ ଲାଗୁ କରିବା କଥା କହିଛନ୍ତି ଅନ୍ୟପଟେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହାକୁ ରାଜ୍ୟରେ ଲାଗୁ ନ କରିବା ଲାଗି ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି । ସେ କହିଛନ୍ତି କେରଳରେ ସିଏଏ ଲାଗୁ ହେବନାହିଁ । ଯେତେବେଳେ ଅମିତ ଶାହା ସିଏଏ ଲାଗୁ କରିବା କଥା ଉଠାଇଛନ୍ତି ତା’ର ଠିକ୍ ଗୋଟିଏ ଦିନ ପରେ ବିଜୟନଙ୍କ ଏହି ବୟାନ ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ, କେରଳରେ ବିଧାନସଭା ନିର୍ବାଚନ ପୂର୍ବରୁ ଲେପ୍ଟ ଡେମୋକ୍ରାଟିକ ଫ୍ରଣ୍ଟର କସରଗୋଡରେ ଯାତ୍ରା ବାହାରୁଥିବା ବେଳେ ସିପିଆଇଏମ୍‌ର ରାଜ୍ୟ ସଚିବ ବିଜୟରାଘବନ ସେଠାରେ ଉପସ୍ଥିତ ଥିଲେ । ଏହି ଯାତ୍ରାକୁ ଗ୍ରୀନ୍ ସିଗନାଲ ଦେବାକୁ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ବିଜୟନ ସେହିଠାରେ ହିଁ କହିଛନ୍ତି ରାଜ୍ୟରେ ସିଏଏ ଲାଗୁ କରାଯିବ ନାହିଁ । କାରଣ ରାଜ୍ୟ ସରକାରଙ୍କ ମତ ସ୍ପଷ୍ଟ ତେଣୁ ସେ ସିଏଏ ଲାଗୁ କରିବା ସପକ୍ଷରେ ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ବୟସ ୨୧ରୁ ଅଧିକ ନ ଥିଲେ ବି ବିବାହ ଅମାନ୍ୟ ନୁହେଁ, ସାବାଳକ ନିଜ ପସନ୍ଦର ବ୍ୟକ୍ତିଙ୍କ ସହିତ ରହିପାରିବେ…

ଆହ୍ଲାବାଦ,୨୭।୨ : ଯଦି ଯୁବକଙ୍କ ବୟସ ୨୧ ବର୍ଷରୁ ଅଧିକ ନହୁଏ ତେବେ ବିବାହ ଅମାନ୍ୟ ନୁହେଁ। ଜଣେ ସାବାଳକ ନିଜ ପସନ୍ଦର ବ୍ୟକ୍ତିଙ୍କ ସହ...

ଜମ୍ମୁ ଶାନ୍ତି ସମ୍ମିଳନୀରେ ରାଜ ବବର କହିଲେ ଆମେ ଜି ୨୩ ନୁହେଁ ଗାନ୍ଧୀ ୨୩

ଜମ୍ମୁ,୨୭ ।୨: ଜମ୍ମୁରେ ଆୟୋଜିତ ଶାନ୍ତି ସମ୍ମିଳନୀରେ ଯୋଗ ଦେଇଥବା କଂଗ୍ରେସ ନେତା ରାଜ ବବର କହିଛନ୍ତି ଆମକୁ ଜି-୨୩ କହୁଛନ୍ତି ହେଲେ ମୁଁ କହୁଛି...

ବୈଷ୍ଣୋଦେବୀ ଯାତ୍ରା: କଟ୍ରାରେ ୫୦ ଘୋଡ଼ା ସହିତ ଚାଳକଙ୍କ କରୋନା ପରୀକ୍ଷା

କଟ୍ରା, ୨।୬: ଜୁନ୍‌ ୮ରୁ ମାତା ବୈଷ୍ଣୋଦେବୀ ଯାତ୍ରା ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି। ଏହାକୁ ନେଇ ମନ୍ଦିର କର୍ତ୍ତୃପକ୍ଷ ବେଶ୍‌ ସକ୍ରିୟ ହେବାରେ...

ବୋହୂ ବାଡେଇଲେ ଶାଶୁଙ୍କୁ: ନାତୁଣୀ ଭିଡିଓ ରେକର୍ଡିଂ କରି କଲେ ଭାଇରାଲ

ହରିୟାଣା,୮।୬: ମହେନ୍ଦ୍ରଗଡ଼ର ନିଓ୍ବାଜ ନଗର ଗାଁରେ ଜଣେ ବୋହୂ ତାଙ୍କ ବୃଦ୍ଧ ଶାଶୁଙ୍କୁ ଅତି ନିର୍ମମ ଭାବେ ବାଡେଇବାର ଏକ ଭିଡିଓ ଏବେ ଭାଇରାଲ ହେବାରେ...

ଚାଇନାରେ ଥିବା ପାକିସ୍ତାନୀ ଛାତ୍ର ଭାରତକୁ ମାଗିଲେ ସହାୟତା

ବେଜିଂ,୬।୨: ଚାଇନାରେ କରୋନା ଭୁତାଣୁ ଆତଙ୍କ ଜାରି ରହିଛି। ସେଠାରେ କିଛି ପାକିସ୍ତାନୀ ଛାତ୍ର ରହିଛନ୍ତି। ତେବେ ପାକିସ୍ତାନ ସେମାନଙ୍କୁ ସ୍ବଦେଶ ଆଣିବା ନେଇ କୌଣସି...

ମାୟାବତୀଙ୍କୁ ମୁଁ ସମ୍ମାନ କରେ: ଅଖିଳେଶ

ଲକ୍ଷ୍ନୌ,୫।୬: ଏସ୍‌ପି-ବିଏସ୍‌ପି ମେଣ୍ଟରେ ଫାଟ ସୃଷ୍ଟି ହେବା ପରେ ମାୟାବତୀ ଏକ ପ୍ରକାର ଅଖିଳେଶଙ୍କଠାରୁ ମୁହଁ ଫେରାଇ ନେଇଛନ୍ତି କହିଲେ ଚଳେ। ମେଣ୍ଟ ନ ହେଲେ...

ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରନ୍ତି ଅଭିନନ୍ଦନ

ନୂଆଦିଲ୍ଲୀ,୨୦।୪: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ...

ବିଚାରପତି ସୁଧୀର ଅଗ୍ରଓ୍ବାଲ: ୧୫ ବର୍ଷରେ ଲକ୍ଷେ ୩୦ ହଜାର ମାମଲାର ଫଇସଲା

ନୂଆଦିଲ୍ଲୀ,୨।୧୧: ଦେଶର ବିଭିନ୍ନ କୋର୍ଟରେ ଶହ ଶହ ମାମଲାର ବିଚାର ନ ହୋଇ ପଡ଼ି ରହିଛି। ଏପରିସ୍ଥଳେ ଆହ୍ଲାବାଦ୍‌ ହାଇକୋର୍ଟର ବିଚାରପତି ସୁଧୀର ଅଗ୍ରଓ୍ବାଲ ଏକ...

Advertisement
Archives

Model This Week