Posted inଜାତୀୟ

ପାକିସ୍ତାନରେ ଡୋଭାଲଙ୍କ ଅଫିସ୍‌ ଭିଡିଓ

ଜମ୍ମୁ, ୧୪।୨(ଆଇଏଏନ୍‌ଏସ୍‌): ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଛାମୁଆ ଗୋଷ୍ଠୀ ଜୈଶ-ଇ-ମୁସ୍ତାଫା (ଜେଇଏମ୍‌) ମୁଖ୍ୟ ହିଦାୟତୁଲ୍ଲା ମଲିକ୍‌ ଜେରା ବେଳେ ବିସ୍ଫୋରକ ତଥ୍ୟ ପ୍ରଘଟ କରିଛନ୍ତି। ଗତ ୬ ତାରିଖରେ ଜମ୍ମୁର ସଞ୍ଜଓ୍ବାନି ଅଞ୍ଚଳରୁ ଗିରଫ ହୋଇଥିବା ଏହି ଆତଙ୍କବାଦୀ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲଙ୍କ କାର୍ଯ୍ୟାଳୟର ଗୁପ୍ତ ଭିଡିଓ ପ୍ରସ୍ତୁତ କରି ପାକିସ୍ତାନ ପଠାଇଥିବା କହିଛନ୍ତି। ସେ ଦିଲ୍ଲୀର ଅନ୍ୟ କେତେକ ପ୍ରମୁଖ ସ୍ଥାନର ଭିଡିଓ ପାକିସ୍ତାନରେ ଥିବା ଜେଇଏମ୍‌ କମାଣ୍ଡରମାନଙ୍କ ପାଖକୁ ପଠାଇଛନ୍ତି। ଡୋଭାଲଙ୍କ କାର୍ଯ୍ୟାଳୟର ସୁରକ୍ଷା ବଢ଼ାଇ ଦିଆଯାଇଛି। ୨୦୧୬ ଉରି ସର୍ଜିକାଲ ଷ୍ଟ୍ରାଇକ୍‌ ଏବଂ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ଡୋଭାଲ ଆତଙ୍କବାଦୀମାନଙ୍କ ମୁଖ୍ୟ ଟାର୍ଗେଟରେ ରହିଛନ୍ତି। ଶୋପିଆନ୍‌ର ଏହି ଆତଙ୍କବାଦୀଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିରାକରଣ ଆଇନରେ ମାମଲା ରୁଜୁ ହୋଇଛି। ହିଦାୟତୁଲ୍ଲାଙ୍କ ସୂଚନା ଅନୁଯାୟୀ ଗତବର୍ଷ ମେ’ରେ ସେ ଦିଲ୍ଲୀ ଯାଇ ଡୋଭାଲଙ୍କ ଅଫିସ୍‌ର ଭିଡିଓ ରେକର୍ଡିଂ କରିଥିଲେ। ପରେ ସେ ହ୍ବାଟ୍ସଆପ୍‌ ମାଧ୍ୟମରେ ଉକ୍ତ ଭିଡିଓକୁ ପାକିସ୍ତାନୀ କମାଣ୍ଡରଙ୍କ ପାଖକୁ ପଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିଏଏ ପ୍ରତ୍ୟାହାର କଲେ ମୋଦିଙ୍କ ସହ ଆଲୋଚନା: ସର୍ତ୍ତ ବାଢ଼ିଲେ ମମତା ବାନାର୍ଜୀ

କୋଲକାତା,୨୯ା୧: ସିଏଏକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ। କିନ୍ତୁ ତା’ ପୂର୍ବରୁ ଏହି ବିବାଦୀୟ ଆଇନକୁ ପ୍ରତ୍ୟାହାର କରିବାକୁ...

ଗୋଟେ ପାରା ଧରିଲେ ହଜାରେ ଟଙ୍କା ପୁରସ୍କାର

ବଡ଼ୋଦରା,୭।୧୨: ଗୁଜରାଟ ବଡ଼ୋଦରା ବିମାନ ବନ୍ଦର କର୍ତ୍ତୃପକ୍ଷ ଏକ ନିଆରା ପୁରସ୍କାର ଘୋଷଣା କରିଛନ୍ତି। ବିମାନ ବନ୍ଦର କାର୍ଯ୍ୟାଳୟର ୨୫ ମିଟର ଉଚ୍ଚରେ ପାରା ବସା...

ପୋଲିସ ଚାପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲୁ, ନ୍ୟାୟ ନ ମିଳିଲେ ଉଠାଇବୁ ତଲୁଆର: କମଲେଶଙ୍କ ମା’

ଲକ୍ଷ୍ନୌ,୨୦।୧୦: ହିନ୍ଦୁବାଦୀ ନେତା କମଲେଶ ତିୱାରୀଙ୍କୁ ହତ୍ୟା ପରେ ତାଙ୍କ ପରିବାର ଲୋକ ରବିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ। ତିୱାରୀଙ୍କ ମା’, ସ୍ତ୍ରୀ...

ଜୁଲାଇରୁ ସ୍କୁଲ ଖୋଲିବାକୁ ଯୋଜନା

ନୂଆଦିଲ୍ଲୀ,୨୬ା୫: ଲକ୍‌ଡାଉନ ପରେ ପ୍ରଥମେ ଗ୍ରୀନ୍‌ ଓ ଅରେଞ୍ଜ ଜୋନ୍‌ରେ ସ୍କୁଲ ଖୋଲିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ଅଷ୍ଟମ...

ମମତାଙ୍କ ଆହ୍ୱାନ କ୍ରମେ ହାଥରସ ଯିବାକୁ ଉଦ୍ୟତ ହେଲେ ଟିଏମ୍‌ସିର ୪ ଏମ୍‌ପି

ହାଥରସ,୨ ।୧୦: ଉତ୍ତର ପ୍ରଦେଶ ହାଥରସ ବଳାତ୍କାର ମାମଲା ଏବେ ରାଜନୈତିକ ରୂପ ନେବାରେ ଲାଗିଛି । ଗୁରୁବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା...

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ଧୋନୀ

ଚେନ୍ନାଇ, ୧୫।୮: ଭାରତୀୟ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶନିବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମରେ...

କରୋନାରେ ଜୀବନ ହାରିଲେ ୨୫ ବର୍ଷୀୟ ଯୁବ ଡାକ୍ତର

ନୂଆଦିଲ୍ଲୀ, ୧୫।୯: କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ଗତ ଏକ ମାସ ଧରି ଲଢ଼େଇ କରି ଶେଷରେ ୨୫ ବର୍ଷୀୟ ଜଣେ ଯୁବ ଡାକ୍ତର ମୃତ୍ୟୁବରଣ...

ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ରଥରେ ଲାଗିଲା ନିଆଁ

ପୂର୍ବ ଗୋଦାବରୀ,୬।୯: ରବିବାର ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରେ ଥିବା ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ରଥରେ ନିଆଁ ଲାଗିଥିବା ସୂଚନା ମିଳିଛି। ହେଲେ...

BGU
Play 250+ Trending Games
Archives

Model This Week

Why Dharitri