ଜାତୀୟ

ଅଟୋକୁ ଧକ୍କା ଦେଲା ବସ୍‌: ୧୩ ଜଣଙ୍କ ମୃତ୍ୟୁ

ଗ୍ବାଲିୟର,୨୩।୩: ମଧ୍ୟପ୍ରଦେଶ ଗ୍ବାଲିୟରରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍‌ ଅଟୋକୁ ଧକ୍କା ଦେବାରୁ ଅଟୋରେ ଥିବା ୧୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟମାନଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଛି।…

ମଦ କିଣିବାର ବୟସ କମିଲା: ଜାଣନ୍ତୁ କେଉଁ ରାଜ୍ୟରେ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ସରକାର ଏକ୍ସାଇଜ ନୀତିରେ ବଡ ପରିବର୍ତ୍ତନ ଘୋଷଣା କରିଛନ୍ତି। ସରକାରଙ୍କ ନୂଆ ନିୟମ ଅନୁସାରେ ଏବେ ରାଜଧାନୀରେ ମଦ କିଣିବାର ଆଇନଗତ ବୟସ ୨୫ ପରିବର୍ତ୍ତେ ୨୧ ବର୍ଷ ହେବ। ଏଥି ସହ ସହରରେ ନୂତନ ଦୋକାନ ଖୋଲାଯିବ…

ମହାମାରୀ ଯୋଗୁ ସୁଧ ଛାଡ୍‌ ମାମଲା: ଆର୍ଥିକ ନୀତିରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ମନା

ନୂଆଦିଲ୍ଲୀ,୨୩।୩: ମୋରେଟୋରିୟମ୍‌ ମାମଲାରେ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଋଣ ନେଇଥିବା ବ୍ୟକ୍ତି ବିଶେଷ ଅବା ସଂସ୍ଥାଙ୍କ ସୁଧକୁ କରୋନା ମହାମାରୀ ଯୋଗୁ ସମ୍ପୂର୍ଣ୍ଣ ଛାଡ କରାଯାଇ ପାରିବ ନାହିଁ। ମହାମାରୀ ଯୋଗୁ କେବଳ…

ଶହୀଦ ଭଗତ ସିଂଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୨୩।୩: ଶହୀଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ବିପ୍ଳବୀ ଭାଗବତ ସିଂ, ସୁଖଦେବ ଏବଂ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି ଯେ ଏହି ମହାନ ପୁତ୍ରମାନଙ୍କ ବଳିଦାନ ଦେଶର ପ୍ରତ୍ୟେକ ପିଢ଼ି ପାଇଁ ଉତ୍ସାହ ହେବ।…

ଆସାମରେ ଭାଜପାର ୧୦ ସଙ୍କଳ୍ପ: ୩୦ ଲକ୍ଷ ପରିବାରଙ୍କୁ ମାସକୁ ୩ ହଜାର

ଗୁଆହାଟି,୨୩।୩: ଆସାମରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏନେଇ ଭାଜପା ପକ୍ଷରୁ ନିର୍ବାଚନ ଇସ୍ତାହାର ପ୍ରକାଶ ପାଇଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ, କେନ୍ଦ୍ରୀୟ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରମୁଖଙ୍କ ଉପସ୍ଥିତିରେ ଇସ୍ତାହାର ଘୋଷଣା…

ଶୁଭେନ୍ଦୁଙ୍କ ଶରଣରେ ଅପରାଧୀ: ଟିଏମ୍‌ସି

କୋଲକାତା,୨୩।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ମାଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ରାଜ୍ୟରେ ଭାଜପା ଏବଂ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ମଧ୍ୟରେ…

୭ ବର୍ଷରେ ୮୦୦ ଯବାନ କରିଛନ୍ତି ଆତ୍ମହତ୍ୟା

ନୂଆଦିଲ୍ଲୀ,୨୩।୩: ଗତ ୭ ବର୍ଷ ମଧ୍ୟରେ ଭାରତୀୟ ସେନାର ୮୦୦ ଯବାନ ଆତ୍ମହତ୍ୟା କରିଛନ୍ତି। ୨୦୧୪ଠାରୁ ବର୍ତ୍ତମାନ ସୁଦ୍ଧା ସ୍ଥଳସେନା, ବାୟୁସେନା ଏବଂ ନୌସେନାର ଯବାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବୃତ୍ତି ବୃଦ୍ଧି ପାଉଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେନ୍ଦ୍ର ସରକାରଙ୍କ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୧୩ ଜଣଙ୍କ ଜୀବନ

ଗ୍ବାଲିୟର୍‌,୨୩।୩: ମଧ୍ୟପ୍ରଦେଶର ଗ୍ବାଲିୟରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଗ୍ବାଲିୟରର ପୁରୁଣା କ୍ୟାଣ୍ଟନମେଣ୍ଟ ପୋଲିସ ଷ୍ଟେଶନ ଅଞ୍ଚଳରେ ମଙ୍ଗଳବାର ସକାଳେ ବସ ଏବଂ ଅଟୋ ମଧ୍ୟରେ ପ୍ରବଳ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା…

ମତଦାନର ୭୨ ଘଣ୍ଟା ପୂର୍ବରୁ ବାଇକ୍‌ ରାଲି ବନ୍ଦ

ନୂଆଦିଲ୍ଲୀ,୨୩।୩ (ପି.ଟି.): ନିର୍ବାଚନ ହେବାକୁ ଥିବା ସମସ୍ତ ଆସନରେ ମତଦାନର ୭୨ ଘଣ୍ଟା ପୂର୍ବରୁ ବାଇକ୍‌ ରାଲିକୁ ନିର୍ବାଚନ କମିଶନ ନିଷିଦ୍ଧ କରିଛନ୍ତି। ଅର୍ଥାତ୍‌ ଭୋଟଦାନ ଦିନ ଏବଂ ଏହାର ପୂର୍ବ ୩ ଦିନ କୌଣସି ବାଇକ୍‌ ରାଲି ଆୟୋଜନ କରାଯାଇପାରିବ…

ଶେଖ୍‌ ମୁଜିବୁର ରହମାନ, ସୁଲତାନ କାବୁସ୍‌ ପାଇବେ ଗାନ୍ଧୀ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ,୨୩।୩: ବାଂଲାଦେଶର ରାଷ୍ଟ୍ରପିତା କୁହାଯାଉଥିବା ଶେଖ୍‌ ମୁଜିବୁର ରହମାନଙ୍କୁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ। କରୋନା ମହାମାରୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ ବିଦେଶ ଗସ୍ତରେ ବାଂଲାଦେଶ ଯିବାକୁ ଥିବାବେଳେ ଏହା ପୂର୍ବରୁ ସରକାର ଏଭଳି ନିଷ୍ପତ୍ତି…

ଯବାନଙ୍କ ଗୁଳିରେ ୪ ଆତଙ୍କବାଦୀ ମୃତ

ଶ୍ରୀନଗର,୨୨ା୩: ଜମ୍ମୁ-କଶ୍ମୀରର ଶୋପିଆନ ଜିଲାରେ ଯବାନଙ୍କ ଗୁଳିରେ ଲସ୍କର-ଇ-ତୋଇବାର ୪ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ଜିଲାର ମନିହାଲ ଅଞ୍ଚଳରେ ସୁରକ୍ଷା ବଳ ପକ୍ଷରୁ ସର୍ଚ୍ଚ ଅପରେଶନ କରାଯାଇଥିଲା। ପରେ ସେମାନେ ଯବାନଙ୍କ ଉପରକୁ ଗୁଳିଚାଳନା…

କମିଲା ମଦ ପିଇବାର ବୟସ ସୀମା

ନୂଆଦିଲ୍ଲୀ,୨୨।୩ : ଦେଶର ରାଜଧାନୀରେ ମଦ ପିଇବା ପାଇଁ ପୂର୍ବରୁ ଧାର୍ଯ୍ୟ ବୟସ ସୀମାକୁ ହ୍ରାସ କରାଯାଇଛି। ପୂର୍ବରୁ ଦିଲ୍ଲୀରେ ମଦ ପିଇବା ପାଇଁ ଆଇନଗତ ବୟସ ୨୫ ଥିବାବେଳେ ଏହାକୁ ୨୧କୁ ହ୍ରାସ କରାଯାଇଛି। ଏ ନେଇ ଉପ ମୁଖ୍ୟମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri