ପ୍ରତି ମିନିଟରେ ୨୪୩ ସଂକ୍ରମିତ

ନୂଆଦିଲ୍ଲୀ, ୨୬।୪: ଭାରତରେ କରୋନା ସଙ୍କଟ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। କିଛିଦିନ ହେଲା ଦୈନିକ ସଂକ୍ରମଣ ୩ ଲକ୍ଷ ଉପରେ ରହିଥିବାବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ସୁନାମି ଭଳି ମାଡ଼ିଚାଲିଛି କରୋନା। ପ୍ରତି ମିନିଟରେ ୨୪୩ ଜଣ ସଂକ୍ରମିତ ହେଉଥିବା ଏକ ହିସାବରୁ ଜଣାପଡ଼ିଛି। ଏଭଳି ସମୟରେ ଅନେକ ରାଜ୍ୟ ଅକ୍ସିଜେନ ସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ସମସ୍ତଙ୍କୁ ଟିକା ଦେବା ପାଇଁ ପର୍ଯ୍ୟାପ୍ତ ଟିକା ମଧ୍ୟ ଉପଲବ୍ଧ ହେଉନାହିଁ।
ରବିବାର ୩.୪୯ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୪ ଦିନ ହେଲା କ୍ରମାଗତ ଭାବେ ଦୈନିକ ୩ ଲକ୍ଷରୁ ଊର୍ଦ୍ଧ୍ୱ ପଜିଟିଭ୍‌ ଚିହ୍ନଟ ହେବାରେ ଭାରତ ବିଶ୍ୱରେ ପ୍ରଥମ ଦେଶ। ରବିବାର ସକାଳ ସୁଦ୍ଧା ୨୪ ଘଣ୍ଟାରେ ୨,୭୬୭ ଜଣଙ୍କର କରୋନାରେ ଜୀବନ ଯାଇଛି। ଏପ୍ରିଲ ୫ରେ ଦେଶରେ ଦୈନିକ ସଂକ୍ରମଣ ୧ ଲକ୍ଷ ଟପିଥିଲା। ଏପ୍ରିଲ ୧୪ରେ ଦୁଇଲକ୍ଷ ଏବଂ ୨୦ରେ ୩ ଲକ୍ଷ ଟପିଥିଲା ଦୈନିକ ପଜିଟିଭ୍‌ ସଂଖ୍ୟା। ଗତବର୍ଷ ସେପ୍ଟେମ୍ବରରେ ସଂକ୍ରମଣର ପ୍ରଥମ ଲହର ଶୀର୍ଷ ଛୁଇଁଥିଲା। ତେବେ ସେତେବେଳେ ଦୈନିକ ସଂକ୍ରମଣ ୧ ଲକ୍ଷ ଟପି ନ ଥିଲା। ପ୍ରଥମ ଲହରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ହେବା ପାଇଁ ୬୫ଦିନ ଲାଗିଥିଲା। ସେପ୍ଟେମ୍ବରରେ ୧୦ ଲକ୍ଷ ନୂଆ ମାମଲା ପାଇଁ ୧୧ ଦିନ ଲାଗିଥିଲା। ଏବେ ମାତ୍ର ୩ ଦିନରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇଛନ୍ତି।
ଦେଶରେ ସକ୍ରିୟ ମାମଲା ସଂଖ୍ୟା ଫେବୃୟାରୀ ମଧ୍ୟଭାଗ ବେଳକୁ ହ୍ରାସ ପାଇ ୧.୩ ଲକ୍ଷରେ ପହଞ୍ଚତ୍ଥିଲା। ଏବେ ଏହି ସଂଖ୍ୟା ୨୬ ଲକ୍ଷ ଅତିକ୍ରମ କରିଛି। ଅର୍ଥାତ୍‌ ମାତ୍ର ଦୁଇମାସ ମଧ୍ୟରେ ସକ୍ରିୟ ମାମଲା ସଂଖ୍ୟା ପାଖାପାଖି ୧୫ଗୁଣ ବୃଦ୍ଧି ପାଇଛି।

ସହାୟତାର ହାତ ବଢ଼ାଇଲେ ଆମେରିକା, ୟୁରୋପ, ବ୍ରିଟେନ, କାନାଡା

ଭାରତରେ କରୋନାର ଭୟଙ୍କର ସ୍ଥିତି ବେଳେ ସହାୟତା ଯୋଗାଇଦେବାକୁ ଆମେରିକା, ୟୁରୋପୀୟ ୟୁନିୟନ, ଇସ୍ରାଏଲ୍‌, ଜର୍ମାନୀ, କାନାଡା ପ୍ରଭୃତି ଦେଶ ଆଗେଇ ଆସିଛନ୍ତି। ମାର୍ଚ୍ଚ ଆରମ୍ଭରୁ ଭାରତରେ ସଂକ୍ରମଣ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଚାଲିଥିବାବେଳେ ଏବେ ଦୈନିକ ସଂକ୍ରମଣ ୩.୫ ଲକ୍ଷରେ ପହଞ୍ଚତ୍ଛି। ଏଭଳି ସ୍ଥିତିରେ ମହାମାରୀ ବିରୋଧୀ ଲଢ଼େଇରେ ସହାୟତା ପାଇଁ ୟୁରୋପ ସଂଘ, ଇସ୍ରାଏଲ୍‌ ଏବଂ ଜର୍ମାନୀ ରବିବାର ପ୍ରତିଶ୍ରୁତି ଦେଇଛନ୍ତି। ବ୍ରିଟେନ ଭାରତକୁ ୪୯୫ ଅକ୍ସିଜେନ ସେଣ୍ଟ୍ରେଟର, ୧୨୦ ନନ୍‌-ଇନ୍‌ଭାସିଭ୍‌ ଭେଣ୍ଟିଲେଟର ଏବଂ ୨୦ ମାନୁଆଲ ଭେଣ୍ଟିଲେଟର ଯୋଗାଇ ଦେଇଛି। ସେଗୁଡ଼ିକ ୯ଟି ଜାହାଜରେ ଆସୁଥିବା ବ୍ରିଟେନ ସରକାର ରବିବାର ସୂଚନା ଦେଇଛନ୍ତି। କରୋନା ବିପତ୍ତି ବେଳେ ଆମେ ବନ୍ଧୁ ଓ ସହଯୋଗୀ ଭାବେ ଭାରତ ସହ ଛିଡ଼ାହୋଇଛୁ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ କହିଛନ୍ତି। ସେହିପରି କାନାଡା ମଧ୍ୟ ଯଥାସମ୍ଭବ ସହାୟତା ଯୋଗାଇଦେବା ଲାଗି ଆଗ୍ରହ ପ୍ରକାଶ କରିଛି। ଭାରତକୁ ପିପିଇ କିଟ୍‌, ଭେଣ୍ଟିଲେଟର ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ପ୍ରସ୍ତୁତ ବୋଲି କାନାଡା ଜନସେବା ମନ୍ତ୍ରୀ ଅନିତା ଆନନ୍ଦ କହିଛନ୍ତି।
‘ପ୍ରଥମେ ଆମେରିକୀୟ’ ବୋଲି କହି ବାଇଡେନ୍‌ ପ୍ରଶାସନ ଭାରତକୁ ଟିକା ପ୍ରସ୍ତୁତିରେ ସହାୟତା କରିବାକୁ ମନା କରିଦେଇଥିଲା। ତେବେ ବିଭିନ୍ନ ମହଲରୁ ସମାଲୋଚିତ ହେବା ପରେ ଆମେରିକା ସରକାର ଭାରତକୁ ସହାୟତା ଯୋଗାଇଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ଏପରିକି ପାକିସ୍ତାନ ଓ ଚାଇନା ମଧ୍ୟ ଭାରତକୁ ସହାୟତା କରିବା ଲାଗି ପ୍ରସ୍ତୁତ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri