କହିଥିଲେ, ଦେଲେ ନାହିଁ

ନୂଆଦିଲ୍ଲୀ,୨୬ା୪: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ବିଭିନ୍ନ ରାଜ୍ୟର ଦାବି ପରେ ମେ’ ୧ ତାରିଖରୁ ୧୮-୪୪ ବର୍ଷୀୟଙ୍କୁ କୋଭିଡ୍‌-୧୯ ଟିକା ନେବା ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ତେବେ ଏହି ଆୟୁ ବର୍ଗର ନାଗରିକଙ୍କୁ ଭାକ୍ସିନ ନେବାକୁ ହେଲେ ଟଙ୍କା ଗଣିବାକୁ ପଡ଼ିବ। ଏପରି କି ସରକାରୀ ଟିକାଦାନ କେନ୍ଦ୍ରରେ ମଧ୍ୟ ମାଗଣାରେ ଭାକ୍ସିନ ଦିଆଯିବ ନାହିଁ ବୋଲି ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏ) ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆର୍‌.ଏସ୍‌. ଶର୍ମା ସ୍ପଷ୍ଟ କରିଛନ୍ତି।
ଟିକା ପ୍ରସ୍ତୁତକାରୀ କମ୍ପାନୀ ନିଜ ଉପତ୍ାଦନର ୫୦% କେନ୍ଦ୍ର ସରକାରଙ୍କୁ ଯୋଗାଇବେ। ଅବଶିଷ୍ଟ ୫୦% ରାଜ୍ୟ ସରକାର ଓ ଖୋଲା ବଜାରରେ ବିକ୍ରି କରିବେ। କୋଭିଶିଲ୍ଡ ଟିକା ପ୍ରସ୍ତୁତକାରୀ କମ୍ପାନୀ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ଡୋଜ୍‌ ପିଛା ଘରୋଇ ହସ୍ପିଟାଲଗୁଡ଼ିକୁ ୬୦୦ ଟଙ୍କା ଓ ରାଜ୍ୟ ସରକାରଙ୍କୁ ୪୦୦ ଟଙ୍କାରେ ଟିକା ବିକିବାକୁ ଧାର୍ଯ୍ୟ କରିଛି। ସେହିପରି କୋଭାକ୍ସିନ ପ୍ରସ୍ତୁତକାରୀ ଭାରତ ବାୟୋଟେକ୍‌ ଏହି ଦର ଘରୋଇ ହସ୍ପିଟାଲ ଲାଗି ୧୨୦୦ ଓ ରାଜ୍ୟ ପାଇଁ ୬୦୦ ଟଙ୍କା ସ୍ଥିର କରିଛି। ଘରୋଇ ହସ୍ପିଟାଲଗୁଡ଼ିକରୁ ଆଗ୍ରହୀ ବ୍ୟକ୍ତି ଭାକ୍ସିନ ନେଲେ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଦେବାକୁ ପଡ଼ିପାରେ, ଯାହାକି ବିଶ୍ୱର ସମସ୍ତ ଟିକାଠାରୁ ମହଙ୍ଗା ହେବ।
ସ୍ମରଣଯୋଗ୍ୟ ଯେ ଗତ ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପାର୍ଲାମେଣ୍ଟରେ ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ ଉପସ୍ଥାପନ ବେଳେ ଭାକ୍ସିନ ପାଇଁ ୩୫,୦୦୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ସୂଚନା ଦେଇଥିଲେ।
ଆବଶ୍ୟକ ହେଲେ ଅଧିକ ପାଣ୍ଠି ଯୋଗାଇଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ବଜେଟ ଅଭିଭାଷଣରେ କହିଥିଲେ। ଏପ୍ରିଲ ୧୯ରେ ସୀତାରାମନ କହିଥିଲେ, କେନ୍ଦ୍ର ସରକାର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌କୁ ୩୦୦୦ କୋଟି ଏବଂ ଭାରତ ବାୟୋଟେକ୍‌କୁ ୧,୫୬୭.୫୦ କୋଟି ଟଙ୍କା ପଇଠ କରିସାରିଛନ୍ତି। ଆସନ୍ତା ଜୁଲାଇ ପର୍ଯ୍ୟନ୍ତ ଭାକ୍ସିନ ଯୋଗାଇଦେବା ପାଇଁ ଅଗ୍ରିମ ଭାବେ ଦୁଇ ଟିକା ପ୍ରସ୍ତୁତକାରୀ କମ୍ପାନୀକୁ ମୋଟ ୪,୫୬୭.୫୦ କୋଟି ଟଙ୍କା ଦିଆଯାଇଛି। ଏଠାରେ ପ୍ରଶ୍ନ ଉଠେ ଯଦି ୧୮ରୁ ୪୪ ବର୍ଷୀୟ ନାଗରିକଙ୍କୁ ଟିକା ନେବା ପାଇଁ ଟଙ୍କା ଦେବାକୁ ପଡ଼ିବ ତେବେ ବଜେଟରେ ଆବଣ୍ଟିତ ୩୫,୦୦୦ କୋଟିରୁ ଅବଶିଷ୍ଟ ୩୦,୪୩୨.୫୦ କୋଟି ଟଙ୍କା ଗଲା କୁଆଡ଼େ? ସରକାର ଯଦି ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଚାହୁଁ ନାହାନ୍ତି ତେବେ ଘୋଷଣା କରି ଲୋକଙ୍କୁ ଭୁତାଇଲେ କାହିଁକି? ଖୋଲା ବଜାରରେ ଟିକା ମିଳିଲାଣି ବୋଲି କେନ୍ଦ୍ର ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ମାଗଣାରେ ଟିକା ବନ୍ଦ କରିଦେଲେ ଭିନ୍ନ କଥା। ଟିକାକରଣ ଜାରି ରଖିବାକୁ ହେଲେ କେନ୍ଦ୍ରକୁ ଆହୁରି ଭାକ୍ସିନ କିଣିବାକୁ ପଡ଼ିପାରେ। ସରକାର ଉଭୟ କୋଭିଶିଲ୍ଡ ଓ କୋଭାକ୍ସିନ ଟିକା ଡୋଜ୍‌ ପିଛା ୧୫୦ ଟଙ୍କାରେ କିଣିବେ ବୋଲି ଶନିବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଟୁଇଟ୍‌ କରିଛନ୍ତି। ତେବେ ସଂକ୍ରମଣ କ୍ଷେତ୍ରରେ ଭୂତାଣୁ ଭେଦଭାବ ରଖୁ ନ ଥିବାବେଳେ ପ୍ରାୟ ୬୦ କୋଟି (୧୮-୪୪ ବର୍ଷୀୟ) ଲୋକଙ୍କ ସହ ଏପରି ବୈଷମ୍ୟପୂର୍ଣ୍ଣ ବ୍ୟବହାର କାହିଁକି? ଅବଶ୍ୟ କେତେକ ରାଜ୍ୟ ସରକାର ମାଗଣାରେ ଟିକାକରଣ ପାଇଁ ଘୋଷଣା କରିଛନ୍ତି। ଏଥିପାଇଁ ରାଜ୍ୟଗୁଡ଼ିକୁ ମୋଟ ୪୬,୩୨୩ କୋଟି ଟଙ୍କା ବହନ କରିବାକୁ ପଡ଼ିବ ବୋଲି ଇଣ୍ଡିଆ ରେଟିଙ୍ଗସ ଆଣ୍ଡ ରିସର୍ଚ୍ଚ ପ୍ରାଇଭେଟ ଲିମିଟେଡ୍‌ ଆକଳନ କରିଛି।
ଅନ୍ୟପକ୍ଷେ ଘରୋଇ ହସ୍ପିଟାଲଗୁଡ଼ିକରେ ଟିକା ବିକ୍ରି ଆରମ୍ଭ ହେବା ପରେ ଚାହିଦା ବୃଦ୍ଧି ପାଇବ। ସେତେବେଳେ ଏହି ଦୁଇ କମ୍ପାନୀ ଟିକା ଯୋଗାଇବାରେ କେତେ ସକ୍ଷମ ହେବେ ତାହା ମଧ୍ୟ ପ୍ରଶ୍ନ ଘେରରେ। ଚାହିଦା ବଢ଼ିବା ସମୟରେ ଯୋଗାଣ ସୀମିତ ରହିଲେ ଲୋକେ କଳାବଜାରରୁ ଚଢ଼ା ଦରରେ ଭାକ୍ସିନ କିଣିବାକୁ ବାଧ୍ୟହେବେ। ସରକାର ହସ୍ପିଟାଲଗୁଡ଼ିକୁ ମେଡିକାଲ ଅକ୍ସିଜେନ ସିଲିଣ୍ଡର, ରେମ୍‌ଡେସିଭିର ଭଳି ଜରୁରୀ ଇଞ୍ଜେକ୍ସନ ଓ ଜୀବନ ରକ୍ଷାକାରୀ ଔଷଧ ଯୋଗାଇପାରୁ ନ ଥିବାରୁ ରୋଗୀ ବାଧ୍ୟହୋଇ କଳାବଜାରରୁ ପ୍ରକୃତ ମୂଲ୍ୟଠାରୁ ବହୁଗୁଣ ଅଧିକ ଟଙ୍କା ଦେଇ ସେଗୁଡ଼ିକୁ କିଣିବାକୁ ବାଧ୍ୟ ହେଉଛନ୍ତି। କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣ ଓ ମୃତ୍ୟୁକୁ ଦେଖି ଆତଙ୍କିତ ଲୋକେ ଆଗକୁ ଟିକା ପାଇଁ ବ୍ୟାକୁଳ ହେବେ। ଫଳରେ ଅକ୍ସିଜେନ ଭଳି ଭାକ୍ସିନ ମଧ୍ୟ ବ୍ଲାକ୍‌ରେ ବିକ୍ରି ହେବା ଜଳଜଳ ଦିଶୁଛି।
ପ୍ରକାଶ ଯେ, ସୀତାରାମନ ବଜେଟ ଉପସ୍ଥାପନ କରିବାର ୩ ମାସ ପୂର୍ବରୁ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ଏନ୍‌ଡିଏ ସରକାର ପୁନଃ କ୍ଷମତାସୀନ ହେଲେ ବିହାରବାସୀଙ୍କୁ ମାଗଣାରେ ଭାକ୍ସିନ ଦିଆଯିବ ବୋଲି ଭାଜପା ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଭାଜପା ଏବେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମଧ୍ୟ ସମାନ ପ୍ରତିଶ୍ରୁତି ଦେଇ ସମାଲୋଚିତ ହୋଇଛି। ଅର୍ଥାତ୍‌ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ପୁନର୍ବାର ଜିତିଲେ କେନ୍ଦ୍ର ସରକାର ରାଜ୍ୟବାସୀଙ୍କୁ ମାଗଣାରେ ଭାକ୍ସିନ ଦେଇ ନ ପାରନ୍ତି। ଅନ୍ୟପକ୍ଷେ ଟିକାକୁ ନେଇ କେନ୍ଦ୍ର ରାଜନୀତି କରୁଛି ବୋଲି ୪ କଂଗ୍ରେସ ଶାସିତ ରାଜ୍ୟ ଛତିଶଗଡ଼, ରାଜସ୍ଥାନ, ଝାଡ଼ଖଣ୍ଡ ଓ ପଞ୍ଜାବ ସରକାର ଅଭିଯୋଗ ଆଣିଛନ୍ତି। କେନ୍ଦ୍ର ଟିକା ନ ଯୋଗାଇଲେ ଆମେ କେମିତି ଟିକାକରଣ କରିବୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନ୍‌ସିପି ନେତା ନଓ୍ବାବ ମଲିକ କହିଛନ୍ତି, ୪୫ ବର୍ଷରୁ କମ୍‌ ବୟସ୍କଙ୍କୁ କେନ୍ଦ୍ର ଟିକା ଦେଉନାହିଁ। ତେଣୁ ଆମକୁ ନିଜ ପାଣ୍ଠିରୁ ଭାକ୍ସିନ ଯୋଗାଇବାକୁ ପଡ଼ିବ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଅନୁରୂପ କଥା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଶ୍, ନା କ୍ରେଡିଟ୍ କାର୍ଡ! ଜାଣନ୍ତୁ ବିଦେଶ ଗସ୍ତରେ କେମିତି ପେମେଣ୍ଟ କରନ୍ତି ପିଏମ ମୋଦି?

ନୂଆଦିଲ୍ଲୀ,୧୧।୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟତଃ ବିଦେଶ ଗସ୍ତରେ ରହିଥାନ୍ତି। ଏହି ସମୟରେ ମଧ୍ୟ ପିଏମ ତିନୋଟି ଦେଶର ଯାତ୍ରାରେ ଅଛନ୍ତି। ବର୍ତ୍ତମାନ ସେ ଏହି…

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri