Posted inଜାତୀୟ

ହସ୍ପିଟାଲ ନୁହେଁ ଅକ୍ସିଜେନ ବ୍ୟବସ୍ଥା କରୁଛନ୍ତି ସମ୍ପର୍କୀୟ

ନୂଆଦିଲ୍ଲୀ, ୨୫।୪: ଅସୁସ୍ଥ ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ପୁଅ ରଜତ ଆଲଓ୍ବାଲିଆ ଏକ କିଲୋମିଟର ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଯୋଗାଡ଼ କରିଛନ୍ତି ୧୦ ଲିଟର ଅକ୍ସିଜେନ ସିଲିଣ୍ଡର। ଜାତୀୟ ରାଜଧାନୀରେ ଗୁରୁତର କୋଭିଡ୍‌ ଆକ୍ରାନ୍ତଙ୍କୁ ହସ୍ପିଟାଲ ଅକ୍ସିଜେନ ଓ ମେଡିସିନ ଯୋଗାଇବାରେ ବିଫଳ ହେଉଥିବାରୁ ନିଜ ଆଡ଼ୁ ଉଦ୍ୟମ କରୁଛନ୍ତି ସେମାନଙ୍କ ସମ୍ପର୍କୀୟ।

ପୂରା ୧୦ ଲିଟର ସିଲିଣ୍ଡର ଆଣିଛି। ମୋ କାନ୍ଧ ଛେଲି ହୋଇଯାଇଛି। ଏକ କିଲୋମିଟର ଲମ୍ବା ଲାଇନରେ ଲାଗିବା ପରେ ମୋତେ ମିଳିଛି ଅକ୍ସିଜେନ ବୋଲି ୩୮ ବର୍ଷୀୟ ଆଲୁଓ୍ବାଲିଆ କହିଛନ୍ତି।

ତାଙ୍କ ୬୫ ବର୍ଷୀୟ ବାପା ଦିଲ୍ଲୀର ମଡେଲ ଟାଉନସ୍ଥିତ ପେଣ୍ଟାମେଡ୍‌ ହସ୍ପିଟାଲର ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। କିନ୍ତୁ ମେଡିକାଲରେ ଏବେ ଅକ୍ସିଜେନ ଅଭାବ। ଏଣୁ ମେଡିକାଲ କର୍ତ୍ତୃପକ୍ଷ ଆକ୍ରାନ୍ତଙ୍କ ସମ୍ପର୍କୀୟଙ୍କୁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ କହିଛନ୍ତି। କେବଳ ଅକ୍ସିଜେନ ପାଇଁ ଆକ୍ରାନ୍ତଙ୍କ ସମ୍ପର୍କୀୟ ସଂଘର୍ଷ କରୁଛନ୍ତି, ତା ନୁହେଁ। ରେମଡେସିଭିର ଇଞ୍ଜେକଶନ ପାଇଁ ପ୍ରକୃତ ମୂଲ୍ୟର ୬ରୁ ୭ ଗୁଣା ଟଙ୍କା ଦେବାକୁ ପଡ଼ୁଛି। ଏହି ଇଞ୍ଜେକଶନର ମୂଲ୍ୟ ୫,୪୦୦ ଟଙ୍କା। କିନ୍ତୁ ମୋତେ ୩୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା ବୋଲି ଆଲୁଓ୍ବାଲିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଠକରେ କୌଣସି ରାଜ୍ୟ ଉଠାଇଲେ ନାହିଁ କୃଷି ଆଇନ କଥା!

ନୂଆଦିଲ୍ଲୀ,୨୧ ।୨: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବାହାରେ ବିରୋଧୀ ଖୁବ୍ ବିରୋଧ କରୁଥିଲେ ବି ଭିତରେ ଚୁପ୍ ରହିବା ଏବେ ଆଲୋଚନା ପରିସରକୁ...

ଅଳିଆ ଗଦାରେ ଗ୍ରେନେଡ

ଚଣ୍ଡିଗଡ଼, ୧୩ ।୮: ପଞ୍ଜାବ ଅମୃତସରର ରଞ୍ଜିତ ଏଭେନ୍ୟୁରେ ଘର ସାମ୍ନାରେ ଏକ ଅଜଣା ଜିନିଷ ମିଳିବା ଫଳରେ ଉକ୍ତ ଅଞ୍ଚଳରେ ଭୟର ବାତାବାରଣ ସୃଷ୍ଟି...

ଦଳକୁ ଭଲପାଉଥିବା ବ୍ୟକ୍ତି ପୁଅର ନାଁ ରଖିଲେ କଂଗ୍ରେସ

ଜୟପୁର,୨୩।୧: ଘରେ ପିଲାଟିଏ ଜନ୍ମନେଲେ ତା’ର ନାମକରଣ କରିବାକୁ ମାତାପିତାଙ୍କଠାରୁ ଆରମ୍ଭ କରି ବନ୍ଧୁ ପରିଜନ କିଏ କେତେ କ’ଣ ନାଁ ବାଛି ଥାଆନ୍ତି। ହେଲେ...

ଚାଷ କରିବାକୁ ଚାହୁଁଛନ୍ତି ରାମ ରହିମ: ପାରୋଲ ପାଇଁ କଲେ ଆବେଦନ

ରୋହତକ,୨୧।୬: ଆତ୍ମ ଘୋଷିତ ବାବା ଗୁରମିତ ରାମ ରହିମ ସିଂ ପାରୋଲ ପାଇଁ ଆବେଦନ କରିଛନ୍ତି। ଖବରଦାତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିବା...

ଏସ୍‌ଏନ୍‌ ଶ୍ରୀବାସ୍ତବ ହେଲେ ଦିଲ୍ଲୀର ନୂଆ ପୋଲିସ କମିଶନର

ନୂଆଦିଲ୍ଲୀ,୨୮।୨: ଦିଲ୍ଲୀରେ ହିଂସା ଓ ଉତ୍ତେଜନା ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦିଲ୍ଲୀର ନୂଆ ପୋଲିସ କମିଶନରଙ୍କୁ ନିଯୁକ୍ତି ଦେଇଛନ୍ତି। ୧୯୮୫ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ତଥା...

ସଞ୍ଜୟଙ୍କ ଲେଖାକୁ ନେଇ ଉଠିଲା ବିବାଦ

ମୁମ୍ବାଇ,୨୭ ।୧୨: ଶିବସେନାର ରାଜ୍ୟସଭା ଏମ୍‌ପି ସଞ୍ଜୟ ରାଉତ ଦଳର ମୁଖପତ୍ର ‘ସମାନା’ରେ ଏକ ବିଶେଷ କଲମ ଲେଖିଛନ୍ତି । ସେ ଲେଖିଛନ୍ତି ଆମ ପ୍ରଧାନମନ୍ତ୍ରୀ...

ଏନ୍‌ଡିଏ-ମହାମେଣ୍ଟ ପାଇଁ କିଙ୍ଗ୍‌ ମେକର ହେବ କି କୁଶବାହାଙ୍କ ତୃତୀୟ ସାମୁଖ୍ୟ: ଚର୍ଚ୍ଚା ଆରମ୍ଭ !

ପାଟନା,୨।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ନଭେମ୍ବର ୧୦ରେ ପ୍ରକାଶ ପାଇବ। ଚଳିତ ଥର ରାଜ୍ୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏନ୍‌ଡିଏ ଏବଂ ତେଜସ୍ବୀ ଯାଦବଙ୍କ...

କୁଲଗାମରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

କୁଲଗାମ,୩୦।୬: ଜମ୍ମୁ-କଶ୍ମୀର କୁଲଗାମ ଜିଲାର ଚିମର ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏଥିସହ ସମସ୍ତ...

Advertisement
Archives

Model This Week