ଜାତୀୟ

ଦିଲ୍ଲୀ ହିଂସାକାଣ୍ଡର ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୧୦।୨: ନୂତନ କୃଷି ଆଇନ ବିରୋଧରେ ଜାନୁୟାରୀ ୨୬ରେ ହୋଇଥିବା ହିଂସା ମାମଲାରେ ପୋଲିସ ବୁଧବାର ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଇକବାଲ ସିଂହ। ମଙ୍ଗଳବାର ରାତିରେ ପଞ୍ଜାବର ହୋଶିୟାରପୁରରୁ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି।…

ଜୁନାଗଡ଼ ହୋଟେଲରେ ଆତଙ୍କ ଖେଳାଇଲା ସିଂହ

ଜୁନାଗଡ଼, ୧୦ା୨- ଗତବର୍ଷ ଉଦ୍‌ଘାଟିତ ହୋଇଥିବା ସରୋଭର ପୋର୍ଟିକୋ ହୋଟେଲରେ ସୋମବାର ପହଞ୍ଚିଥିଲା ଜଣେ ଅସଧାରଣ ଅତିଥି ଏସିଆଟିକ୍‌ ସିଂହ। ଜଙ୍ଗଲର ରାଜକୁ ହୋଟେଲରେ ଦେଖି ଆତଙ୍କିତ ହୋଇପଡ଼ିଥିଲେ କର୍ମଚାରୀ। ଭୋର ୫.୦୪ଟାରେ ହୋଟେଲର ମୁଖ୍ୟ ଦ୍ୱାର ଦେଇ ପ୍ରବେଶ କରିଥିଲା…

୮୦ ଚାଇନା କମ୍ପାନୀ ଏବେ ବି ଭାରତରେ କାରବାର ଜାରି ରଖିଛନ୍ତି

ନୂଆଦିଲ୍ଲୀ,୧୦।୨: ଭାରତ ଚାଇନା ମଧ୍ୟରେ ପୂର୍ବ ଲଦାଖର ଏଲଏସିରେ ଉତ୍ତେଜନା ଥମିବାର ନାଁ ଧରୁନିି। ତେବେ ବି ଭାରତରେ ସମ୍ପ୍ରତି ୮୦ଟି ଚାଇନା କମ୍ପାନୀ କାରବାର ଜାରି ରଖିଛନ୍ତି। କାରବାର ପାଇଁ ଚାଇନାର ୯୨ କମ୍ପାନୀ ଭାରତରେ ପଞ୍ଜିକରଣ କରିଥିବାବେଳେ ୧୨ଟି…

ଭାରତ-ପାକିସ୍ତାନ ସୀମାରେ ଶକ୍ତିଶାଳୀ ତାରବାଡ଼ ନିର୍ମାଣ ଶେଷ

ନୂଆଦିଲ୍ଲୀ,୧୦।୨: ଭାରତ ପାକିସ୍ତାନ ସୀମାରେ ଅମୃତସରଠାରେ ୭.୧୮ କିଲୋମିଟର ଶକ୍ତିଶାଳୀ ତାରବାଡ଼ ନିର୍ମାଣ ଶେଷ ହୋଇଛି। ଏସମ୍ପର୍କରେ ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। ନୂଆ ମଡୁଲାର ତାରବାଡ଼ ନିର୍ମାଣ କାର୍ଯ୍ୟ ୨୦୨୦ ମାର୍ଚ୍ଚରେ…

ଭିକ୍ଷାବୃତ୍ତିକୁ ଅପରାଧ ଘୋଷଣା କରିଥିବା ୫ ରାଜ୍ୟକୁ ସୁପ୍ରିମ୍‌କୋର୍ଟ ନୋଟିସ୍‌

ନୂଆଦିଲ୍ଲୀ,୧୦।୨: ଭିକ୍ଷାବୃତ୍ତିକୁ ଏକ ଅପରାଧ ଭାବେ ଘୋଷଣା କରିଥିବା ୫ ରାଜ୍ୟକୁ ସୁପ୍ରମିକୋର୍ଟଙ୍କ ପକ୍ଷରୁ ଏହାର ବୈଧତା ନେଇ ନୋଟିସ୍‌ ଜାରି କରାଯାଇଛି। ସୁପ୍ରିମ୍‌କୋର୍ଟ ପଞ୍ଜାବ ପ୍ରିଭେନଶନ୍‌ ଅଫ୍‌ ବେଗରି ଆକ୍ଟ ୧୯୭୧ ସହିତ ୧୯୫୯ ବମ୍ବେ ପ୍ରିଭେନଶନ୍‌ ଅଫ୍‌ ବେଗିଙ୍ଗ୍‌…

ଜେଲ୍‌ ଯିବା କଥା ଶୁଣି ଡରିଗଲେ ପ୍ରେମିକ, କଲେ ଏମିତି କାମ

ଗୋରଖପୁର,୧୦।୨: ଉତ୍ତରପ୍ରଦେଶର ଗୋରଖପୁର ଜିଲାର ଗୁଲରିହା ପୋଲିସ ଷ୍ଟେଶନରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁ ଯୁବତୀଙ୍କୁ ବିବାହ କରିବାକୁ ଯୁବକ ମନା କରୁଥିଲେ ଜେଲ୍‌ ଯିବା ଭୟରେ ତାଙ୍କୁ ବିବାହ କରିଛନ୍ତି ଜଣେ ଯୁବକ। ସୂଚନାନୁସାରେ, ମହାରାଜଗଞ୍ଜ ଜିଲାର…

୧୮ ବର୍ଷରୁ କମ୍‌ ହୋଇଥିଲେ ବି ମୁସଲମାନ୍‌ ଯୁବତୀ କରିପାରିବେ ବିବାହ

ଚଣ୍ଡିଗଡ଼,୧୦।୨: ପ୍ରାପ୍ତ ବୟସ୍କା ମୁସଲମାନ୍‌ ଯୁବତୀ ୧୮ ବର୍ଷରୁ କମ୍‌ ହୋଇଥିଲେ ମଧ୍ୟ ନିଜ ପସନ୍ଦର ଯେ କୌଣସି ବ୍ୟକ୍ତିଙ୍କୁ ବିବାହ କରିପାରିବେ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ପକ୍ଷରୁ ଏକ ମାମଲାର ବିଚାର ସମୟରେ ଏଭଳି ରାୟ ପ୍ରଦାନ କରାଯାଇଛି।…

ଶହୀଦଙ୍କ କୁନି ଝିଅର ବୁକୁଫଟା କାନ୍ଦ, ବାପା କେବେ ଆସିବେ

ଲକ୍ଷ୍ନୌ,୧୦।୨: ଉତ୍ତର ପ୍ରଦେଶର କସଗଞ୍ଜ ଜିଲାର ଏକ ମଦ ମାଫିଆ ଆକ୍ରମଣରେ ନିହତ ହୋଇଛନ୍ତି ସୈନିକ ଦେବେନ୍ଦ୍ର ସିଂ। ସେ ଆଗ୍ରାର ନାଗଲା ବିନ୍ଦୁ ଗାଁର ବାସିନ୍ଦା ଥିଲେ। ତାଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଶହୀଦଙ୍କ ପିତା ଏବଂ…

୫୭୦୦ ଲକ୍ଷ ବର୍ଷ ପୁରାତନ ପ୍ରାଣୀ ଜୀବାଶ୍ମର ମିଳିଲା ସନ୍ଧାନ

ଭୋପାଳ,୧୦।୨: ମଧ୍ୟପ୍ରଦେଶର ଭୋପାଳ ଠାରୁ ୪୦ କିଲୋମିଟରର ଦୂରରେ ଥିବା ୟୁନେସ୍କୋ ଦ୍ୱାରା ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇ ଥିବା ଭୀମ୍‌ବେଟ୍‌କାରେ ୫୭୦୦ ଲକ୍ଷ ବର୍ଷ ତଳେ ପୃଥିବୀରେ ବାସ କରୁଥିବା ପ୍ରାଣୀର ଜୀବାଶ୍ମର ସନ୍ଧାନ ମିଳିଛି। ଏହାର ଲମ୍ବ…

ଜବାବ ଦେଲା ଟୁଇଟର: ୫୦୦ ବିବାଦୀୟ ଆକାଉଣ୍ଟ୍‌ ବନ୍ଦ

ନୂଆଦିଲ୍ଲୀ,୧୦।୨: କେନ୍ଦ୍ର ସରକାର ୧୧୭୮ ଟୁଇଟର ଆକାଉଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ତେବେ ଏହାର ଉତ୍ତରରେ ଟୁଇଟରର ପକ୍ଷରୁ କୁହାଯାଇଛି ଯେ, ପ୍ରତିବନ୍ଧକ ଲଗାଯିବା ପାଇଁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆକାଉଣ୍ଟ ମଧ୍ୟରୁ ୫୦୦କୁ ସ୍ଥାୟୀ ଭାବେ…

ହୃଦୟ ଜିତିଲେ କୁନି ପ୍ରଚାରକ

ଚଣ୍ଡିଗଡ,୧୦।୨: ପଞ୍ଜାବର ମ୍ୟୁନିସିପାଲିଟି ନିର୍ବାଚନରେ ଆମ ଆଦମୀ ପାର୍ଟିର ଜଣେ କୁନି ପ୍ରଚାରକ ସୋସିଆଲ ମିଡିଆରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଘର ଘର ବୁଲି ପ୍ରଚାର କରୁଥିବା ଏଏପି ପ୍ରାର୍ଥୀଙ୍କ ପୁଅ କହିଛନ୍ତି- ମୋ ବାପାଙ୍କୁ ଭୋଟ ଦିଅନ୍ତୁ। ଜଣେ ଶିଶୁ…

ଦେଶରେ ସ୍ଥାପିତ ହେବ ୪୨୦ ଇ-ହସ୍ପିଟାଲ

ନୂଆଦିଲ୍ଲୀ,୧୦।୨: ଦେଶରେ ଡିଜିଟାଲ ଇଣ୍ଡିଆ ପ୍ରୟାସ ଅନ୍ତର୍ଗତ ୪୨୦ ଇ- ହସ୍ପିଟାଲ ସ୍ଥାପନ କରାଯିବ। କେନ୍ଦ୍ର ସରକାରଙ୍କ ଯୋଜନା ମାଧ୍ୟମରେ ଏହା ପରିଚାଳିତ ହେବ ବୋଲି ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ବୁଧବାର ପ୍ରକାଶ କରିଛନ୍ତି। ଏହା ଦ୍ୱାରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri