ସଂକ୍ରମିତ ହେଉଛନ୍ତି ଅଧିକ ମହିଳା

ହାଇଦ୍ରାବାଦ, ୧୧।୫: କରୋନା ମହାମାରୀ ଦ୍ୱିତୀୟ ଲହରରେ ମହିଳାମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହେଉଥିବା ତେଲଙ୍ଗାନା ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡ଼ିଛି। ସେଠାରେ ମହିଳା ସଂକ୍ରମିତଙ୍କ ସଂଖ୍ୟା ୩୮.୫ ପ୍ରତିଶତ ରହିଛି, ଯାହା ଗତବର୍ଷ ଜୁଲାଇରେ ପ୍ରାୟ ୩୪ ପ୍ରତିଶତ ରହିଥିଲା। ଜାତୀୟ ସ୍ତରରେ ଦେଖିଲେ ମହିଳାମାନଙ୍କ ସଂକ୍ରମଣ ହାର ୩୬ ପ୍ରତିଶତ ରହିଛି। ପ୍ରଥମ ଲହରରେ ମହିଳାମାନଙ୍କ ସଂକ୍ରମଣ ହାର ଯଥେଷ୍ଟ କମ୍‌ ଥିଲା। ତେବେ କରୋନାଜନିତ ପୁରୁଷ ଓ ମହିଳା ମୃତ୍ୟୁହାର ସମାନ ରହିଥିବା ନିଜାମାବାଦ ସରକାରୀ ଜେନେରାଲ ହସ୍ପିଟାଲର ଆସୋସିଏଟ୍‌ ପ୍ରଫେସର ଡ. କିରଣ ମଦଲା କହିଛନ୍ତି। ପୂର୍ବରୁ ଆଇସିୟୁରେ ୩୩ ପ୍ରତିଶତ ମହିଳା ରୋଗୀ ଆଡମିଶନ ହେଉଥିବାବେଳେ ଏବେ ତାହା ୩୯ ପ୍ରତିଶତକୁ ବୃଦ୍ଧି ପାଇଛି। ତେବେ ମୃତ୍ୟୁହାର ସମାନ ରହିବାର କାରଣ ହେଲା ମହିଳାମାନେ ସାଧାରଣତଃ ବିଳମ୍ବରେ ହସ୍ପିଟାଲ ଆସିଥାନ୍ତି ଏବଂ ପୁରୁଷଙ୍କ ଭଳି ମହିଳା ସଦସ୍ୟଙ୍କ ପ୍ରତି ପରିବାର ଉପଯୁକ୍ତ ଧ୍ୟାନ ଦେଇ ନ ଥାଏ ବୋଲି କିରଣ କହିଛନ୍ତି। ମହିଳାମାନେ କୋଭିଡ୍‌-୧୯ ନିୟମ ପାଳନ କରିବା ସହ ବାହାରକୁ ଯାଉ ନ ଥିବାରୁ କମ୍‌ ସଂକ୍ରମିତ ହୋଇଥାନ୍ତି। ତେବେ କମ୍‌ ବୟସର ମହିଳା ଏବେ ଅଧିକ ସଂକ୍ରମିତ ହେଉଥିବା ଏଏସ୍‌ସିଆଇ ପ୍ରଫେସର ଡ. ସୁବୋଧ କନ୍ଦମୁଥନ କହିଛନ୍ତି। ବିଭିନ୍ନ ରାଜ୍ୟରେ ମହିଳା ସଂକ୍ରମଣ ହାରକୁ ଦେଖିଲେ ବିହାରରେ ସର୍ବାଧିକ ୪୨ ପ୍ରତିଶତ ରହିଛି। ଗତବର୍ଷ ଜୁଲାଇ ସୁଦ୍ଧା ମହାରାଷ୍ଟ୍ରରେ ୩୮ ପ୍ରତିଶତ ମହିଳା ସଂକ୍ରମିତ ହୋଇଥିବାବେଳେ କର୍ନାଟକରେ ୩୬%, ତାମିଲନାଡୁରେ ୩୨% ସଂକ୍ରମିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଗନ ରେଡ୍ଡି ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ, କେବଳ ମମତା ନୁହଁନ୍ତି କୋଟିପତି

ନୂଆଦିଲ୍ଲୀ,୧୩।୪: ନେତାଙ୍କ ଅପରାଧିକ ଇତିହାସ ଓ ସମ୍ପତ୍ତି ଉପରେ ନଜର ରଖୁଥିବା ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମର୍ସ(ଏଡିଆର) ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଏକ ରିପୋର୍ଟ ଜାରି କରିଛି।...

ରାଜଧାନୀରେ ବଢ଼ୁଛି କରୋନା କାୟା: ପୁଣି ଚିହ୍ନଟ ହେଲେ ୪୫ ନୂଆ ଆକ୍ରାନ୍ତ

ଭୁବନେଶ୍ୱର,୪।୭(ବ୍ୟୁରୋ): ରାଜଧାନୀରେ ମାଡ଼ି ଚାଲିଛି କରୋନା। ଶନିବାର ଆଉ ୪୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା...

କରୋନା ସଂକ୍ରମଣ ମା’ଙ୍କ ଠାରୁ ନବଜାତକଙ୍କୁ ହେବାର ରହିଛି ବି ଆଶଙ୍କା !

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣ ନେଇ ଭାରତୀୟ ମେଡିକାଲ ରିସର୍ଚ୍ଚ କାଉନସିଲ୍‌ (ଆଇସିଏମ୍‌ଆର୍‌) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, କରୋନା ସଂକ୍ରମିତ...

ଇସ୍ରାଏଲ୍‌ ମଦ କମ୍ପାନୀ ବୋତଲରେ ଗାନ୍ଧୀଜୀଙ୍କ ଫଟୋ: ମୋଦି-ନେତନ୍ୟାହୁଙ୍କୁ ଚିଠି

ଥିରୁଭାନନ୍ତପୁରମ୍‌,୩୦।୬: କେରଳରେ କାରବାର କରୁଥିବା ଏକ ମଦ କମ୍ପାନୀ ମାକା ବ୍ରେବରୀର ବୋତଲ ଉପରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଲଗାଯାଇଛି। ଏହାକୁ ନେଇ...

ସ୍କୁଲରେ ଧର୍ମ ପରିବର୍ତ୍ତନ ଅଭିଯୋଗ, ଭଙ୍ଗାରୁଜା କଲେ ଭିଡ଼…

ଭୋପାଳ,୭।୧୨: ଧର୍ମ ପରିବର୍ତ୍ତନ ଅଭିଯୋଗ ନେଇ ମଧ୍ୟପ୍ରଦେଶର ଏକ ସ୍କୁଲରେ ଭିଡ଼ ଜମା ହେବା ସହିତ ଲୋକେ ଭଙ୍ଗାରୁଜା କରିଛନ୍ତି। ମାଓବାଦୀ ଆକ୍ରମଣର ଏକ ମାମଲା...

CORONAVIRUS UPDATE: ରାଜ୍ୟରେ ୧୬୩୩ ନୂଆ ପଜିଟିଭ୍‌ ଚିହ୍ନଟ, କମୁଛି ସଂଖ୍ୟା

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ରାଜ୍ୟରେ ରବିବାର ୧୬୩୩ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୮୧୨୧୫କୁ ବୃଦ୍ଧି ପାଇଥିବା ରାଜ୍ୟ...

ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ଫାରୁକ ଅବଦୁୁଲ୍ଲା

ନୂଆଦିଲ୍ଲୀ,୨୩।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ନ୍ୟାସନାଲ କନ୍‌ଫରେନ୍ସ (ଏନ୍‌ସି) ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା।...

ଦୋସା ଖାଇ ଟ୍ରୋଲ୍‌ ହେଲେ ଭାଜପା ଏମ୍‌ପି

ବେଙ୍ଗାଲୁରୁ,୭।୯: ପ୍ରବଳ ବର୍ଷା ଯୋଗୁ ଦେଶର ସିଲିକନ ସିଟି ବେଙ୍ଗାଲୁରୁର ଅବସ୍ଥା ବେହାଲ ହୋଇପଡିଛି। ଅନେକ ଅଞ୍ଚଳରେ ବନ୍ୟା ପରି ପରିସ୍ଥିତି ଉପୁଜିଛି। ଅନେକ କ୍ୟାମ୍ପସ,...

Advertisement
Archives

Model This Week