ଦ୍ୱିତୀୟ ଡୋଜ୍‌ ନେବେ କେବେ, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ସାର୍ବଜନୀକ ଟିକାଦାନ ଜାରି ରହିଛି। ଏପରିସ୍ଥଳେ ଟିକାର ପ୍ରଥମ ଡୋଜ୍‌ ନେଇଥିବା ଲୋକଙ୍କ ମଧ୍ୟରେ ଦ୍ୱିତୀୟ ଡୋଜ୍‌ କେବେ ନେବେ ସେନେଇ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି। ତେବେ ଜାତୀୟ ଟାସ୍କ୍‌ ଫୋର୍ସ ସଦସ୍ୟ ତଥା ବରିଷ୍ଠ ସଂକ୍ରାମକ ରୋଗ ବିଶେଷଜ୍ଞ ଡ. ଗଗନଦୀପ୍‌ କଙ୍ଗ୍‌ କହିଛନ୍ତି ଯେ, ପ୍ରଥମ ଡୋଜ୍‌ ଟିକା ନେବାର ୨୮ ଦିନ ପରେ ଅବା ୬ ସପ୍ତାହ ଅବା ୮ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନେବାର ଆବଶ୍ୟକତା ରହିଛି। ପ୍ରଥମ ଡୋଜ୍‌ ଶରୀରରେ କରୋନା ଭୂତାଣୁ ବିରୋଧରେ ଆଣ୍ଟିବଡ଼ି ସୃଷ୍ଟି ହେବା ପ୍ରକ୍ରିୟା ଆରମ୍ଭ ହୋଇଥାଏ। ସେହିପରି ଦ୍ୱିତୀୟ ଡୋଜ୍‌ ନେବା ଦ୍ୱାରା ଶରୀରରେ ଅଧିକ ସଂଖ୍ୟକ ଆଣ୍ଟିବଡ଼ି ସୃଷ୍ଟି ହୋଇଥାଏ। ଯାହାଦ୍ୱାରା କରୋନା ଭୂତାଣୁର ମୁକାବିଲା କରିବା ସହଜ ହୋଇପାରିଥାଏ ବୋଲି ସେ କହିଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ ଟିକାର ଦ୍ୱିତୀୟ ଡୋଜ୍‌ ନ ନେଇପାରିଲେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ପରେ ଏହାକୁ ନେଇ ପାରିବେ କିନ୍ତୁ ଏହାକୁ ନିଶ୍ଚିତ ନେବା ଆବଶ୍ୟକ ବୋଲି ସେ କହିଛନ୍ତି। ଟିକା ନେବା ପରେ ସଂକ୍ରମିତ ହୋଇଥିବା ଲୋକେ ସୁସ୍ଥ ହେବାପରେ ଦ୍ୱିତୀୟ ଡୋଜ୍‌ ନେଇ ପାରିବେ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ରହି ଚିକିତ୍ସିତ ହୋଇପାରିବେ ଲକ୍ଷଣ ନ ଥିବା କରୋନା ପଜିଟିଭ: ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧୧।୫(ବ୍ୟୁରୋ): ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣ ନ ଥିଲେ କରୋନା ପଜିଟିଭ ଘରେ ରହି ଚିକିତ୍ସିତ ହୋଇପାରିବେ। ଆଜିଠାରୁ ସେମାନେ ସ୍ବଇଚ୍ଛାରେ ନିଜ ଘରେ...

ପାକିସ୍ତାନ ତୁଳନାରେ ଚାଇନା ଭାରତର ବଡ଼ ଶତ୍ରୁ

ନୂଆଦିଲ୍ଲୀ,୨୪।୬: ଭାରତ ପାଇଁ ପାକିସ୍ତାନ ତୁଳନାରେ ଚାଇନା ଅଧିକ ବିପଦ ସୃଷ୍ଟି କରୁଛି। ସମ୍ପ୍ରତି ହୋଇଥିବା ଏକ ସର୍ଭେରେ ୬୮ ପ୍ରତିଶତ ଭାରତୀୟ ଏଭଳି ମତ...

ବୁଦ୍ଧିମତ୍ତା ବଢ଼ାଏ ଫଳମୂଳ

ତଟକା ଫଳମୂଳ ଆମ ଶରୀର ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ବିଶେଷଭାବରେ ଏହାକୁ ଯଦି ଆମେ ବ୍ରେକଫାଷ୍ଟରେ ସାମିଲ କରିବା ତେବେ ତାହାର...

ପିଏମ୍‌-ଶ୍ରୀ ଯୋଜନାକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପିଏମ୍‌-ଶ୍ରୀ ଯୋଜନାକୁ ବୁଧବାର କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ପିଏମ୍‌-ଶ୍ରୀ ଯୋଜନା ଅଧୀନରେ ଦେଶର ୧୪,୫୦୦...

ରାଜସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ: ଉଦୟପୁର ବନ୍ଦ ପାଇଁ ଭାଜପାର ଆହ୍ନାନ

ଉଦଦୟପୁର,୨୯।୬: ରାଜସ୍ଥାନର ଉଦୟପୁର ସହରରେ ମଙ୍ଗଳବାର ଦିନ ଦ୍ୱିପ୍ରହରରେ କହ୍ନେୟା ଲାଲ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ପରେ ସହରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି...

ଭାରତୀୟ ପର୍ବତାରୋହୀଙ୍କ ମୃତ୍ୟୁ

କାଠମାଣ୍ଡୁ,୬।୫: ହିମାଳୟର କାଞ୍ଚନଜଙ୍ଘା ଶୃଙ୍ଗ ନିକଟରେ ଜଣେ ଭାରତୀୟ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି। ଚଳିତ ବର୍ଷ ହିମାଳୟ ଆରୋହଣ ଋତୁରେ ଏହା ତୃତୀୟ ମୃତ୍ୟୁ ଘଟଣା।...

ବଢ଼ୁଛି କୋଭିଡ୍‌ ସଂକ୍ରମଣ

ନୂଆଦିଲ୍ଲୀ,୧୬।୪(ପି.ଟି.): ଭାରତର କେତେକ ସହରରେ କୋଭିଡ୍‌ ସଂକ୍ରମଣ ପୁଣିଥରେ ବଢ଼ିବା ଆରମ୍ଭ କରିଛି। ୯୪୯ ନୂଆ ମାମଲା ସହ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୧,୧୯୧କୁ...

ପଳାତକ ଆତଙ୍କବାଦୀ ହରପ୍ରୀତ ସିଂଙ୍କ ଗିରଫ

ନୂଆଦିଲ୍ଲୀ,୨।୧୨: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ପଳାତକ ଆତଙ୍କବାଦୀ ହରପ୍ରୀତ ସିଂଙ୍କୁ ଗିରଫ କରିଛି। ପାକିସ୍ତାନ ସ୍ଥିତ ଅନ୍ତର୍ଜାତୀୟ ଶିଖ ୟୁଥ ଫେଡେରେସନ (ଆଇଏସଏଫ)ର ମୁଖ୍ୟ...

Advertisement
Archives

Model This Week