ଦ୍ୱିତୀୟ ଡୋଜ୍‌ ନେବେ କେବେ, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ସାର୍ବଜନୀକ ଟିକାଦାନ ଜାରି ରହିଛି। ଏପରିସ୍ଥଳେ ଟିକାର ପ୍ରଥମ ଡୋଜ୍‌ ନେଇଥିବା ଲୋକଙ୍କ ମଧ୍ୟରେ ଦ୍ୱିତୀୟ ଡୋଜ୍‌ କେବେ ନେବେ ସେନେଇ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି। ତେବେ ଜାତୀୟ ଟାସ୍କ୍‌ ଫୋର୍ସ ସଦସ୍ୟ ତଥା ବରିଷ୍ଠ ସଂକ୍ରାମକ ରୋଗ ବିଶେଷଜ୍ଞ ଡ. ଗଗନଦୀପ୍‌ କଙ୍ଗ୍‌ କହିଛନ୍ତି ଯେ, ପ୍ରଥମ ଡୋଜ୍‌ ଟିକା ନେବାର ୨୮ ଦିନ ପରେ ଅବା ୬ ସପ୍ତାହ ଅବା ୮ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନେବାର ଆବଶ୍ୟକତା ରହିଛି। ପ୍ରଥମ ଡୋଜ୍‌ ଶରୀରରେ କରୋନା ଭୂତାଣୁ ବିରୋଧରେ ଆଣ୍ଟିବଡ଼ି ସୃଷ୍ଟି ହେବା ପ୍ରକ୍ରିୟା ଆରମ୍ଭ ହୋଇଥାଏ। ସେହିପରି ଦ୍ୱିତୀୟ ଡୋଜ୍‌ ନେବା ଦ୍ୱାରା ଶରୀରରେ ଅଧିକ ସଂଖ୍ୟକ ଆଣ୍ଟିବଡ଼ି ସୃଷ୍ଟି ହୋଇଥାଏ। ଯାହାଦ୍ୱାରା କରୋନା ଭୂତାଣୁର ମୁକାବିଲା କରିବା ସହଜ ହୋଇପାରିଥାଏ ବୋଲି ସେ କହିଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ ଟିକାର ଦ୍ୱିତୀୟ ଡୋଜ୍‌ ନ ନେଇପାରିଲେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ପରେ ଏହାକୁ ନେଇ ପାରିବେ କିନ୍ତୁ ଏହାକୁ ନିଶ୍ଚିତ ନେବା ଆବଶ୍ୟକ ବୋଲି ସେ କହିଛନ୍ତି। ଟିକା ନେବା ପରେ ସଂକ୍ରମିତ ହୋଇଥିବା ଲୋକେ ସୁସ୍ଥ ହେବାପରେ ଦ୍ୱିତୀୟ ଡୋଜ୍‌ ନେଇ ପାରିବେ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ଡରାଇଲା IMD ର ଆକଳନ: ଓଡ଼ିଶାକୁ ରେଡ୍‌ ଆଲର୍ଟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ୱର, ୫ା୭(ବନ୍ଦନା ସେଠୀ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ଲଘୁଚାପ ଶନିବାର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବଦ୍ରିନାଥ, କେଦାରନାଥ ମନ୍ଦିରରୁ ଦାନ ଟଙ୍କା ଚୋରି ଅଭିଯୋଗ

ଡେରାଡୁନ୍‌,୪ା୭, ଅଯୋଧ୍ୟା ରାମମନ୍ଦିରରୁ ବହୁ କୋଟି ଟଙ୍କାର ଦାନ ଚୋରି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ ମନ୍ଦିରରେ…

ବୀରମହାରାଜପୁର ପ୍ରବଳ ବର୍ଷା, ପୂର୍ବତନ ସରପଞ୍ଚଙ୍କ ଘରେ ପସିଲା ପାଣି

ବୀରମହାରାଜପୁର,୪।୭(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଶନିବାର ସାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ…

ଦଶମନ୍ତପୁରରେ ରେକର୍ଡ ଭାଙ୍ଗିଲା ବର୍ଷା

କୋରାପୁଟ/ନନ୍ଦପୁର,୪ା୭(ଅମିତାଭ ବେହେରା/ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସହରର ମିଶନ କମ୍ପାଉଣ୍ଡ ଛକରେ ଗଛ ପଡ଼ି ୨୬ ନଂ. ଜାତୀୟ ରାଜପଥ…

ଚିକିତ୍ସାରେ ଅବହେଳା, ପ୍ରସୂତିଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଘଟଣାକୁ ଜିଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri