୧୩ ମାସରେ ୩ଥର ଆକ୍ରାନ୍ତ ହେଲେଣି ଏହି ମହିଳା ଡାକ୍ତର

ମୁମ୍ବାଇ,୨୮।୭: ମହାରାଷ୍ଟ୍ରର ମୁମ୍ବାଇରେ କରୋନା ପ୍ରକୋପ ଜାରି ରହିଛି। ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଇତିମଧ୍ୟରେ ମୁମ୍ବାଇରେ ରହୁଥିବା ୨୬ବର୍ଷୀୟ ଡାକ୍ତର ଗତ ୧୩ ମାସ ମଧ୍ୟରେ ୩ଥର କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଲା ସେ କରୋନା ଟିକାର ୨ଟି ଡୋଜ ମଧ୍ୟ ନେଇସାରିଛନ୍ତି। ବର୍ତ୍ତମାନ ବିଏମ୍‌ସି ପକ୍ଷରୁ ସମସ୍ତ ଡାକ୍ତରଙ୍କ ନମୁନା ନିଆଯାଇ ଜିନୋମ୍‌ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। ଗୋଟିଏ ପଟେ ୨୬ବର୍ଷୀୟ ଡା. ସୃଷ୍ଟି ହଲାରି କରୋନା ନେଇ ରୋଗୀଙ୍କୁ ସଚେତନ କରୁଥିବା ବେଳେ ଅନ୍ୟପଟେ ସେ ଲଗାତର ଭାବେ ୩ଥର ଏଥିରେ ଆକ୍ରାନ୍ତ ହୋଇସାରିଲେଣି। କରୋନାର ସମସ୍ତ ପ୍ରୋଟେକଲ୍‌ ପାଳନ କରି ମଧ୍ୟ ସେ ଓ ତାଙ୍କ ପରିବାର ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ହେଲେ ଟିକା ନେଇଥିବାରୁ ତାଙ୍କୁ କରୋନା ଅତ୍ୟଧିକ କ୍ଷତି ପହଞ୍ଚାଇ ପାରିନାହିଁ। ସୂଚନା ମୁତାବକ ସୃଷ୍ଟି ପ୍ରଥମେ ୨୦୨୦ ଜୁନ ୧୭ରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ୨୦୨୧ ମେ ୨୯ ଏବଂ ଜୁଲାଇ ୧୧ରେ ପୁଣି ଥରେ ସେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ପ୍ରଥମଥର କରୋନା ତାଙ୍କୁ ବେଶୀ ପ୍ରଭାବ ପକାଇ ନ ଥିବା ବେଳେ ଦ୍ୱିତୀୟ ଓ ତୃତୀୟରେ ତାଙ୍କୁ ବହୁ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥିଲା। ମୁଣ୍ଡ ବ୍ୟଥା, ଆଖି ଦରଜ, ଶରୀର ପୀଡ଼ା ଭଳି ଆଦି ସମସ୍ୟା ଦେଖାଦେଇଥିଲା ବୋଲି ସୃଷ୍ଟି କହିଛନ୍ତି। ତେବେ ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡ଼ିଛି। କୋଭିଡ ଟିକା ନେବା ପରେ କରୋନା ଗୁରୁତର କ୍ଷତି ପହଞ୍ଚାଉ ନ ଥିବା ବେଳେ ଲୋକଙ୍କୁ ପୁଣି ଥରେ ସଂକ୍ରମିତ କରିବ ନାହିଁ ତାହା କହିହେବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଟିମ୍‌କୁୁ ନିସ୍ତୁକ ପିଟିଲେ ଲୋକେ: ୨ ଗୁରୁତର ଆହତ

ଲକ୍ଷ୍ନୌ, ୨୩।୮: ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଧୀରେଧୀରେ ଖରାପ ହେବାରେ ଲାଗିଛି। ସ୍ଥାନୀୟ ସୀତାପୁର ଅଞ୍ଚଳର ମାନପୁର ଥାନା ଅନ୍ତର୍ଗତ ଫୁଲପୁର ଗାଁରେ ଜମିଜମା...

ଇସ୍ରୋ ମିଶନ ୨୦୨୨: ଚଳିତ ବର୍ଷର ପ୍ରଥମ ପିଏସ୍‌ଏଲ୍‌ଭି-ସି୫୨ ସାଟେଲାଇଟ ଲଞ୍ଚ

ବେଙ୍ଗାଲୁରୁ,୧୪ ।୨: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ଚଳିତ ବର୍ଷର ଏହାର ପ୍ରଥମ ମିଶନ ଭାବେ ସୋମବାର ଏକ ସାଟେଲାଇଟ ଲଞ୍ଚ କରିଛି । ଏହି...

୨୦୨୫ ସୁଦ୍ଧା ଯକ୍ଷ୍ମା ମୂଳୋତ୍ପାଟନ ଲକ୍ଷ୍ୟ

ନୂଆଦିଲ୍ଲୀ,୧୦।୯: ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା (ଟିବି) ମୂଳୋତ୍ପାଟନ ଲାଗି ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଯକ୍ଷ୍ମା ନିରୋଧୀ ଅଭିଯାନର ଶୁଭାରମ୍ଭ...

‘ପୁଲଓ୍ବାମା ଭଳି ଘଟଣା ହିଁ ମହାରାଷ୍ଟ୍ର ଭାବାବେଗ ବଦଳାଇପାରିବ’

ଔରଙ୍ଗାବାଦ,୨୧ା୯: ମହାରାଷ୍ଟ୍ରରେ ଭାଜପା ନେତୃତ୍ୱାଧୀନ ସରକାର ବିରୋଧରେ ପ୍ରବଳ ଜନଅସନ୍ତୋଷ ଓ ଆକ୍ରୋଶ ରହିଛି। କେବଳ ପୁଲଓ୍ବାମା ଆକ୍ରମଣ ଭଳି ଘଟଣା ରାଜ୍ୟବାସୀଙ୍କ ଭାବାବେଗ ବଦଳାଇପାରେ...

ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ନୀରବ ପ୍ରାର୍ଥନା

ଭୁବନେଶ୍ୱର,୬ା୮(ବ୍ୟୁରୋ): କୋଭିଡ୍‌ ଯୋଦ୍ଧାମାନଙ୍କ ଉସତ୍ର୍ଗୀକୃତ ସେବା ଓ ସର୍ବଶ୍ରେଷ୍ଠ ତ୍ୟାଗ ପାଇଁ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ଏବଂ ଆଗଧାଡିରେ ରହି ଦିନରାତି ସଂଗ୍ରାମ କରୁଥିବା...

ଡାକ୍ତରଖାନା ଆଗରେ ଥିଲା ୩ ଆମ୍ବୁଲାନ୍ସ, କେହି ଶୁଣିଲେନି: ପୁଅକୁ ମା’ କାଖେଇ ଆଣୁ ଆଣୁ ବାଟରେ ଚାଲିଗଲା ଜୀବନ

ଲକ୍ଷ୍ନୌ, ୨୮।୫: ଉତ୍ତରପ୍ରଦେଶର ଶାହାଜାହାଁପୁରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଆମ୍ବୁଲାନ୍ସ ସହାୟତା ନ ପାଇଁ ଜଣେ ଶିଶୁର ପ୍ରାଣ ଚାଲିଯାଇଛି ବୋଲି ଅଭିଯୋଗ...

ଜିଲା ପ୍ରଶାସନକୁ ପ୍ରଶଂସା କଲେ ନବୀନ

ଭଦ୍ରକ ଅଫିସ,୧୪।୪: କରୋନା ଭାଇରସ୍‌ ମୁକାବିଲା କ୍ଷେତ୍ରରେ ଭଦ୍ରକ ଜିଲାପ୍ରଶାସନର କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଜିଲାପ୍ରଶାସନକୁ...

ସିଜେଆଇଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ: ତଦନ୍ତ କମିଟିରେ ହାଜର ହେଲେ ମହିଳା

ନୂଆଦିଲ୍ଲୀ,୨୭ା୪(ପି.ଟି.): ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ସୁପ୍ରିମକୋର୍ଟର ପୂର୍ବତନ ମହିଳା କର୍ମଚାରୀ ଶୁକ୍ରବାର ଇନ୍‌ହାଉସ୍‌ ତଦନ୍ତ...

Advertisement
Archives

Model This Week