Posted inଜାତୀୟ

ଜୁଲାଇରେ ୧୩ କୋଟିରୁ ଅଧିକ ଲୋକଙ୍କୁ ଦିଆଯାଇଛି ଟିକା: ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ,୧।୮: ଜୁଲାଇ ମାସରେ ଦେଶରେ ୧୩ କୋଟିରୁ ଅଧିକ ଟିକା ଦିଆଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଏକ ଟୁଇଟ ଯୋଗେ କହିଛନ୍ତି। ରାହୁଲ ଗାନ୍ଧୀଙ୍କ ଏକ ଟୁଇଟର ଉତ୍ତରରେ ସେ ଏହି ଟୁଇଟ କରିଛନ୍ତି। କରୋନା ଟିକା ଉପଲବ୍ଧ ନ ହେବା ଉପରେ ରାହୁଲ ପ୍ରଶ୍ନ କରିବା ପରେ ମାଣ୍ଡଭିଆ ଲେଖିଛନ୍ତି, ଏହି ମାସ (ଅଗଷ୍ଟ) ଏହା ଆହୁରି ତ୍ୱରାନ୍ବିତ ହେବାକୁ ଯାଉଛି। ଏହି ସଫଳତା ପାଇଁ ଆମେ ଆମର ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ଗର୍ବିତ। ଏବେ ସେମାନଙ୍କ ପାଇଁ ଏବଂ ଦେଶ ପାଇଁ ମଧ୍ୟ ଗର୍ବିତ ହେବା ଉଚିତ୍‌। ରାହୁଲ ଗାନ୍ଧୀ ଟିକାକରଣ ନାମରେ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ,କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ରବିବାର ସକାଳେ ଟୁଇଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ କରୋନା ଟିକାକରଣର ବିଫଳତା ଦର୍ଶାଇ ଅନେକ ନ୍ୟୁଜ ଶୋ’ର ସ୍କ୍ରିନସଟ ସଂଲଗ୍ନ କରି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏହା ସହ ସେ ଲେଖିଛନ୍ତି, ଜୁଲାଇ ଚାଲିଯାଇଛି, ଟିକା ଅଭାବ ଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପାଇଁ ରାହୁଲ ଗାନ୍ଧୀଙ୍କଠାରୁ ୧୦ ଗୁଣା ଅଧିକ ଯୋଗ୍ୟ ଆଦିତ୍ୟ ଠାକରେ: ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ,୨୯।୧୦: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ମେଣ୍ଟ ହୋଇଛି। ହେଲେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏପର୍ଯ୍ୟନ୍ତ ଏମାନଙ୍କ ଭିତରେ ଅଙ୍କକଷା ଛିଡି...

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ୨୫ ଲକ୍ଷ ଟଙ୍କା ଦାନ ଦେଲେ ମୁସଲମାନ ସରପଞ୍ଚ

ହାଇଦ୍ରାବାଦ୍‌,୨୩।୫: ତେଲେଙ୍ଗାନାରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି। ଖମ୍ମାମ ଜିଲାରେ ଜଣେ ମୁସଲମାନ ସରପଞ୍ଚ ପ୍ରଭୁ ଶ୍ରୀରାମଙ୍କ ଏକ ବିଶାଳ ମନ୍ଦିର...

ବିରୋଧିଦଳ ନେତା ପଦରୁ ଇସ୍ତଫା ଦେଲେ କମଳ ନାଥ

ଭୋପାଳ,୨୮ ।୪: ମଧ୍ୟପ୍ରଦେଶ ବିଧାନସଭାର ବିରୋଧିଦଳ ନେତା କମଳ ନାଥ ପଦରୁ ଇସ୍ତଫା ଦେଇଛନ୍ତି । ହେଲେ ସେ ପ୍ରଦେଶ ଅଧ୍ୟକ୍ଷ ପଦରେ ରହିବେ କିନ୍ତୁ...

ସିଦ୍ଧୁଙ୍କଠାରୁ ମୁହଁ ଫେରାଇନେଲେ କଂଗ୍ରେସ ନେତା

ଚଣ୍ଡିଗଡ଼,୨୧।୫: ଦୀର୍ଘ ୩୪ବର୍ଷ ତଳର ଏକ ସଡ଼କ ହିଂସା ମାମଲାରେ ସୁପ୍ରିମକୋର୍ଟ କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ୍‌ ଦଣ୍ଡାଦେଶ ଦେବାର ଦିନକ...

ଦ୍ରୌପଦୀଙ୍କୁ ବିଜୟ ପ୍ରମାଣପତ୍ର ଦେଲେ ଇସି

ନୂଆଦିଲ୍ଲୀ,୨୩ା୭: ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁକ୍ରବାର ନିର୍ବାଚନ କମିଶନ(ଇସି) ବିଜୟ ପ୍ରମାଣପତ୍ର ଦେଇଛନ୍ତି। ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କ ସପକ୍ଷରେ ଫଳାଫଳ ଆସିଥିବା ନେଇ ରିଟର୍ନିଂ...

ସୁଶାନ୍ତଙ୍କ ନାମରେ ନାମିତ ହେବ ଦକ୍ଷିଣ ଦିଲ୍ଲୀର ରୋଡ୍‌

ନୂଆଦିଲ୍ଲୀ,୨୨।୧: ଦକ୍ଷିଣ ଦିଲ୍ଲୀର ଆଣ୍ଡ୍ରିୟୁ ଗଞ୍ଜର ଏକ ରୋଡ୍‌ର ନାମ ଦିବ୍ୟଙ୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନାମରେ ରଖାଯିବ। ଏ ନେଇ ଦିଆଯାଇଥିବା...

୩୦୩ ସମ୍ମୁଖରେ ୫୨ ରହିବ ଅଧିକ ଓଜନଦାର୍‌: ରାହୁଲ

ନୂଆଦିଲ୍ଲୀ, ୧।୬: ସଂସଦରେ ଭାଜପାର ୩୦୩ ସଦସ୍ୟ ରହିଛନ୍ତି। ଅପରପକ୍ଷରେ କଂଗ୍ରେସ ସଦସ୍ୟ ସଂଖ୍ୟା ୫୨ ରହିଛି। ୩୦୩ ସମ୍ମୁଖରେ ୫୨ ଅଧିକ ଓଜନଦାର୍‌ ରହିବ...

ଭାଜପା କର୍ମୀଙ୍କୁ ଅଙ୍ଗୁଳି ଦେଖାଇଲେ…

ଗାଜିଆବାଦ,୨୦ା୪ : ଭାଜପା କର୍ମୀଙ୍କୁ ଅଙ୍ଗୁଳି ଦେଖାଇଲେ ୪ ଘଣ୍ଟା ମଧ୍ୟରେ ପ୍ରତିଶୋଧ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଧମକ ଦେଇଛନ୍ତି। ଉତ୍ତରପ୍ରଦେଶର ଗାଜିପୁର...

Advertisement
Archives

Model This Week