ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ମାରି କୋଇଲା ଖଣିରେ ଫିଙ୍ଗିଦେଲେ ସ୍ତ୍ରୀ

ମୁମ୍ବାଇ,୧ା୮: ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ସ୍ବାମୀଙ୍କ ଚାକିରି ହଡ଼ପ କରିବା ପାଇଁ ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ମାରି ଦେଇଛନ୍ତି। ଏହି ଘଟଣାରେ ତାଙ୍କ ମା’ ବି ସାମିଲ ଥିଲେ। ସ୍ବାମୀଙ୍କୁ ହତ୍ୟା କରିବା ପରେ ମହିଳା ଜଣକ କୋଇଲା ଖଣି ନିକଟରେ ମୃତଦେହ ଫିଙ୍ଗି ଦେଇଥିଲେ। ଅଜଣା ମୃତଦେହ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ୨୪ ଘଣ୍ଟା ମଧ୍ୟରେ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଛି।

ଏହି ଘଟଣା ଚନ୍ଦ୍ରପୁରର ବଲାରପୁର ସହରରେ ଘଟିଛି। ସହରର ଶାସ୍ତି ରୋଡ୍‌ରେ ବର୍ଦ୍ଧା ନଦୀ କୂଳ କୋଇଲା ଖଣିରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ପୋଲିସକୁ ସୂଚନା ମିଳିଥିଲା। ମୃତକ ଜଣଙ୍କ ୩୪ ବର୍ଷୀୟ ମାରୁତି କାକଡ଼େ ବୋଲି ପୋଲିସ ଜାଣିବାକୁ ପାଇଥିଲା। ମାରୁତି ଓ୍ବେଷ୍ଟର୍ନ କୋଲ୍‌ ଫିଲ୍ଡସ ଲିମିଟେଡ୍‌ରେ ଚାକିରି କରିଥିଲେ। ମୃତକଙ୍କ ଶରୀରରେ କ୍ଷତଚିହ୍ନ ଥିବାରୁ ପୋଲିସର ସନ୍ଦେହ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିଥିଲା। ତେଣୁ ପୂରା ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଥିଲା।

ପୋଲିସ କହିଛି, ମାରୁତିଙ୍କ ହତ୍ୟା ଯୋଜନା ତାଙ୍କ ସ୍ତ୍ରୀ କରିଥିଲେ। ୨୫ ବର୍ଷୀୟା ପ୍ରାଜକ୍ତାଙ୍କର ତାଙ୍କ ଭଉଣୀଙ୍କ ଦିଅର ସଞ୍ଜୟଙ୍କ ସହ ପ୍ରେମ ସମ୍ପର୍କ ଥିଲା। ବିବାହ ପରେ ମଧ୍ୟ ପ୍ରେମିକଙ୍କ ସହ ସେ କଥାବାର୍ତ୍ତା କରୁଥିଲେ। ସେ ଚାହୁଁଥିଲେ ବାକି ଜୀବନ ସଞ୍ଜୟଙ୍କ ସହ ରହିବା ପାଇଁ। ଏଥିପାଇଁ ସ୍ବାମୀଙ୍କୁ ନିଜ ରାସ୍ତାର କଣ୍ଟା ଭାବୁଥିଲେ।

ମାରୁତିଙ୍କ ସହ ପ୍ରାଜକ୍ତାଙ୍କର ସବୁଦିନ ଝଗଡ଼ା ହୁଏ। ତେଣୁ ସେ ସ୍ବାମୀଙ୍କୁ ଜୀବନରୁ ସବୁଦିନ ପାଇଁ ହଟାଇ ଦେବାକୁ ଚାହୁଁଥିଲେ। ଏଥିପାଇଁ ପ୍ରାଜକ୍ତା ତାଙ୍କ ମା’ଙ୍କ ସହ କଥା ହୋଇଥିଲେ। ପ୍ରେମିକ ସଞ୍ଜୟ ଏବଂ ମା’ଙ୍କ ସହ ମିଶି ମାରୁତିଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି ପ୍ରାଜକ୍ତା। ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri