ହଠାତ୍ ଗାଁର ଭୂମି ଫାଟି ହେଲା ଦୁଇ ଫାଳ, ଆଉ ତା’ ପରେ…
ଭୋପାଳ,୩୦ା୬: ମଧ୍ୟପ୍ରଦେଶର ଭିଡ ଜିଲାର ଏକ ଗାଁରେ ହଠାତ୍ ଭୂମି ଫାଟି ୨ ଫାଳ ହୋଇଗଲା। ପ୍ରାୟ ୧ ଫୁଟ ଚଉଡ଼ା ଏବଂ ୨୦୦ ମିଟର ଲମ୍ବର ଭୂମି ଫାଟି ଆଁ କରିଛି। ଏହାପରେ ଗ୍ରାମବାସୀ ଭୂମି ଫାଟିବାର କାରଣ ଜାଣିବା…
କରୋନା ରୋଗୀଙ୍କ ନିକଟରେ ରେକ୍ଟାଲ୍ ବ୍ଲିଡିଂ ଭୟ
ନୂଆଦିଲ୍ଲୀ,୩୦।୬: ବ୍ଲାକ୍ ଫଙ୍ଗସ୍ ପରେ ଏବେ କରୋନା ରୋଗୀଙ୍କ ନିକଟରେ ସାଂଘାତିକ ରେକ୍ଟାଲ ବ୍ଲିଡିଂ ବିପଦ ବଢ଼ିବାରେ ଲାଗିଛି। ଗତ କିଛି ଦିନରୁ ରାଜଧାନୀ ଦିଲ୍ଲୀର ୨ଟି ହସ୍ପିଟାଲରେ ଏଭଳି ୫ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଏଥିରେ ଜଣଙ୍କର ମୃତ୍ୟୁ…
କେତେ ଟଙ୍କା କ୍ଷତି ପୂରଣ ଦିଆଯିବ ନିଶ୍ଚିତ କରନ୍ତୁ ସରକାର, ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ..
ନୂଆଦିଲ୍ଲୀ,୩୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଥିବା ମୃତକଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ଯୋଗାଇ ଦେବା ନେଇ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ ଅନୁକମ୍ପାମୂଳକ ଆର୍ଥିକ ସହାୟତା କେତେ ଟଙ୍କା ଦିଆଯିବ…
ହୃଦ୍ଘାତରେ ରାଜ୍ କୌଶଲଙ୍କ ପରଲୋକ …
ମୁମ୍ବାଇ,୩୦।୬:ବଲିଉଡ୍ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ବାମୀ ରାଜ୍ କୌଶଲଙ୍କର ହୃଦ୍ଘାତରେ ପରଲୋକ ଘଟିିଛି। ବୁଧବାର ଭୋର୍ ୪ଟା ୩୦ରେ ଘରେ ରାଜ୍ଙ୍କୁ ହୃଦ୍ଘାତ ହୋଇଥିଲା। କୌଣସି ମେଡ଼ିକାଲ ସହାୟତା ନେବା ପୂର୍ବରୁ ସେ ଆଖି ବୁଜିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୪୯…
ସେଣ୍ଟ୍ରାଲ ଭିଷ୍ଟା: ଏତେ ବିବାଦ କାହିଁକି
ନୂଆଦିଲ୍ଲୀ,୩୦ା୬: ନୂଆଦିଲ୍ଲୀର ସର୍ବାଧିକ ସୁରକ୍ଷା ବଳୟରେ ଥିବା ରାଇସିନା ହିଲ୍ରେ ନିର୍ମାଣାଧୀନ ସେଣ୍ଟ୍ରାଲ ଭିଷ୍ଟା ରିଡେଭେଲପ୍ମେଣ୍ଟ ପ୍ରୋଜେକ୍ଟ କିଛିଦିନ ହେଲା ବେଶ୍ ଚର୍ଚ୍ଚା ସାଉଣ୍ଟୁଛି। ବ୍ରିଟିଶ ଶାସନ ଅମଳରେ ସାର୍ ଏଡ୍ୱିନ୍ ଲୁଟିଏନ୍ସ ଏବଂ ସାର୍ ହର୍ବର୍ଟ ବର୍କର ଡିଜାଇନ କରିଥିବା…
ପୁଣି ଏୟାରଫୋର୍ସ ଷ୍ଟେଶନ ନିକଟରେ ୨ ଡ୍ରୋନ୍…
ଶ୍ରୀନଗର,୩୦।୬: ଜମ୍ମୁ-କଶ୍ମୀରର କାଲୁଚକ ଏବଂ କୁଞ୍ଜଓ୍ବାନି ଅଞ୍ଚଳରେ ଏୟାରଫୋର୍ସ ଷ୍ଟେଶନର ୧୦ କିିଲୋମିଟର ପରିଧି ମଧ୍ୟରେ ବୁଧବାର ଭୋର୍ ସମୟରେ ପୁଣି ୨ଟି ଡ୍ରୋନ୍ ଉଡ଼ିବୁଲୁଥିବାର ଦେଖିବାକୁ ମିଳିଛି। କାଲୁଚକଠାରେ ଭୋର୍ ୪ଟା ୪୦ରେ ପ୍ରଥମ ଡ୍ରୋନ୍ ଦେଖାଯାଇଥିଲା। ସେହିପରି କୁଞ୍ଜଓ୍ବାନି…
‘ଓକେ ଗୁଗଲ’ କଥା ଶୁଣୁଛନ୍ତି କମ୍ପାନୀ କର୍ମଚାରୀ…
ନୂଆଦିଲ୍ଲୀ,୩୦।୬: ତଥ୍ୟ ଗୋପନୀୟତା ଏବଂ ସୁରକ୍ଷା ବୈଠକରେ ଗୁଗଲ ପକ୍ଷରୁ ଏକ ବଡ଼ ସୂଚନା ପ୍ରଦାନ କରାଯାଇଛି। ଓକେ ଗୁଗଲ କହି ପଚରା ଯାଉଥିବା ପ୍ରଶ୍ନର ରେକର୍ଡିଂକୁ କମ୍ପାନୀର କର୍ମଚାରୀ ଶୁଣି ପାରିବେ ବୋଲି ଗୁଗଲ କହିଛି। ଗୁଗଲ ଆସିଷ୍ଟାଣ୍ଟ୍କୁ ପଚରା…
ଦୈନିକ ମୃତ୍ୟୁ ସଂଖ୍ୟା କମିଲା, ପୁଣି ବଢ଼ିଲେ ନୂଆ ଆକ୍ରାନ୍ତ …
ନୂଆଦିଲ୍ଲୀ,୩୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ୯ ଶହରୁ କମ୍ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ି ୪୫ ହଜାର ୯୫୧ ରେ…
ଟୁଇଟରକୁ ପ୍ରଶ୍ନ: କାହିଁକି ବନ୍ଦ କରିଥିଲ କେନ୍ଦ୍ରମନ୍ତ୍ରୀଙ୍କ ଆକାଉଣ୍ଟ
ନୂଆଦିଲ୍ଲୀ,୨୯।୬: କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଓ ବିରୋଧୀ ଏମ୍ପି ଶଶି ଥରୁରଙ୍କ ଆକାଉଣ୍ଟକୁ କାହିଁକି ଲକ୍ କରାଯାଇଥିଲା? ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟୁଇଟରକୁ ଉପରୋକ୍ତ ପ୍ରଶ୍ନ କରିଛି କଂଗ୍ରେସ ନେତା ଥରୁରଙ୍କ ନେତୃତ୍ୱାଧୀନ ସୂଚନା ଓ…
ପହିଲାରୁ ଏଟିଏମ୍ରୁ ଟଙ୍କା ଉଠାଇଲେ ଲାଗିବ ଚାର୍ଜ
ନୂଆଦିଲ୍ଲୀ,୨୯।୬: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ)ର ଏଟିଏମ୍ କାର୍ଡରେ ମାସକୁ ୪ ଥରରୁ ଅଧିକ ଥର ଟଙ୍କା ଉଠାଇଲେ ଆକାଉଣ୍ଟରୁ ଗଣିବାକୁ ପଡ଼ିବ ଟଙ୍କା। ଏହି ନିୟମ ଜୁଲାଇ ପହିଲାରୁ ପୂରା ଦେଶରେ ଆରମ୍ଭ ହେବ। ବେସିକ ସେଭିଂ ବ୍ୟାଙ୍କ…
ଟୁଇଟର ବିରୋଧରେ ଚାଇଲ୍ଡ ପର୍ନୋଗ୍ରାଫି ମାମଲା
ନୂଆଦିଲ୍ଲୀ,୨୯।୬: ଟୁଇଟର ପିଛା ଛାଡ଼ିବାକୁ ନା ଧରୁନି ବିବାଦ। ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ବିରୋଧରେ ଦିଲ୍ଲୀରେ ଚାଇଲ୍ଡ ପର୍ନୋଗ୍ରାଫି ମାମଲା ଦାୟର ହୋଇଛି। ୟୁଜର୍ସଙ୍କ ପୋଷ୍ଟ ସମ୍ପର୍କୀତ ଅଧିକାର ହରାଇବା ପରେ ଟୁଇଟର ବିରୋଧରେ ଏହା ଚତୁର୍ଥ ମାମଲା। ପୋକ୍ସୋ…
ଶାଶୁ ଅପମାନ ଦେବାରୁ ୨ ପୁତୁରାଙ୍କୁ ପିଟି ପିଟି ହତ୍ୟା
ହାଇଦ୍ରାବାଦ,୨୯।୬: ଦୁଇ ନାବାଳକ ପୁତୁରା(ଜଣେ ୭ ବର୍ଷର ଓ ଜଣେ ୧୦ ବର୍ଷ)ଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ସେମାନଙ୍କ ମଉସା। ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲାରେ ସୋମବାର ଏଭଳି ଘଟିଛି ଜଘନ୍ନ୍ୟ ହତ୍ୟାକାଣ୍ଡ। ପାର୍ଥିବ ସାହାସାଓ୍ବତ ଓ ରୋହନ ଅଶ୍ୱିନଙ୍କୁ…
Archives


