Posted inଜାତୀୟ

କଂଗ୍ରେସକୁ ବଡ଼ ଝଟ୍‌କା

ପାଣାଜୀ,୨୭।୯: ଗୋଆରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ ଝଟ୍‌କା ଲାଗିଛି। ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ଲୁଇଜିନୋ ଫାଲେଇରୋ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଲୁଇଜିନୋ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ସେ ଅତୀତରେ ମମତାଙ୍କୁ ପ୍ରଶଂସା କରିଥିଲେ। ଏଭଳି ପରିସ୍ଥିତିରେ ସେ ଟିଏମସିରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଇସ୍ତଫା ପରେ ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରି ଲୁଇଜିନୋ ଫାଲେଇରୋ କହିଛନ୍ତି, ଲୁଇଜିନୋ ଫାଲେଇରୋ ଟୁଇଟ୍‌ କରି କହିଛନ୍ତି ଯେ, ମୋତେ ବିଶ୍ୱାସ କରିଥିବାରୁ ମୁଁ ନାଭେଲିମ ବିଧାନସଭାର ଲୋକଙ୍କୁ ଧନ୍ୟବାଦ ଦେଉଛି ଏବଂ ଭବିଷ୍ୟତର ସମସ୍ତ ଉଦ୍ୟମରେ ସେମାନଙ୍କର ନିରନ୍ତର ସମର୍ଥନକୁ ଅପେକ୍ଷା କରିଛି।
ସୂଚନାଯୋଗ୍ୟ, ୨୦୧୯ରେ ତ୍ରିପୁରାର କଂଗ୍ରେସ ଦାୟିତ୍ୱରେ ଥିବା ଫାଲେଇରୋ ରାଜ୍ୟରେ ଟିଏମସି ପାଇଁ କାର୍ଯ୍ୟ କରିବେ ବୋଲି କୁହାଯାଉଛି। ତ୍ରିପୁରାରେ ଟିଏମସି ପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ସୂତ୍ରରୁ ପ୍ରକାଶ। ଏକ ସମ୍ବୋଧନ ସମୟରେ ଫାଲେରୋ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ଷ୍ଟ୍ରିଟ୍‌ଫାଇଟର୍‌’ ବୋଲି ବର୍ଣ୍ଣନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କୁ ଅପହରଣ କରି ନିଜ ଝିଅ ସହ ବିବାହ କରାଇଲେ

ପାଟନା,୧ା୧୨: ନିକଟରେ ଗୌତମ କୁମାର ବିହାର ଲୋକ ସେବା ଆୟୋଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ବୁଧବାର ୩-୪ ଜଣ ବ୍ୟକ୍ତି ତାଙ୍କ...

୨୦ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଇଡି ଅଧିକାରୀ

ଚେନ୍ନାଇ,୧।୧୨: ଲାଞ୍ଚ ନେବାବେଳେ ଧରା ପଡିଛନ୍ତି ଜଣେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର(ଇଡି) ଅଧିକାରୀ। ତାମିଲନାଡୁରେ କଥିତ ରୂପେ ଲାଞ୍ଚ ନେବାବେଳେ ଜଣେ ଇଡି ଅଧିକାରୀ ଧରାପଡିଛନ୍ତି। ତାମିଲନାଡୁର...

ବିଲେଇ କାମୁଡିବାରୁ ଚାଲିଗଲା ଯୁବକଙ୍କ ଜୀବନ, ପରେ ପୁଅ ଚିନ୍ତାରେ ଜୀବନ ହାରିଦେଲେ ବାପା

କାନପୁର,୧।୧୨: ବିଲେଇ ପାଳିବା ପଡିଲା ମହଙ୍ଗା। ବିଲେଇ କାମୁଡିବାରୁ କାନପୁର ଦେହାତର ଜଣେ ଯୁବକଙ୍କର ଜୀବନ ଚାଲିଯାଇଛି। ଅକବରପୁର ଅଶୋକ ନଗରର ଅଜେମ ଘରେ ଗୋଟିଏ...

ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳର ତାରିଖ, ନୂଆ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧।୧୨: ଆଉ ଦିନକ ପରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବ। କିଏ ବାଜିମାତ୍‌ କଲା ଆଉ କିଏ ଧରାଶାୟୀ ହେଲା ଜଣାପଡିବ। ନଭେମ୍ବର ୩୦ରେ...

ୟୁସିସି ଲାଗୁ କରିବା ନେଇ କେନ୍ଦ୍ରକୁ ଦେଇ ପାରିବେନି ନିର୍ଦ୍ଦେଶ, ଯାଚିକା ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧।୧୨: ସମାନ ନାଗରିକ ସଂହିତା ଲାଗୁ କରିବା ନେଇ ଦାଖଲ କରାଯାଇଥିବା ଯାଚିକାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ଏହି ମାମଲାର ଶୁଣାଣି କରି କୋର୍ଟ...

୫ ବର୍ଷ ପୂର୍ବେ ହୋଇଯାଇଥିଲେ ଛାଡ଼ପତ୍ର: ହେଲେ ସ୍ବାମୀଙ୍କ ହୋଇଛି ହୃଦଘାତ, ତା’ପରେ…

ଗାଜିଆବାଦ,୧।୧୨: କୁହାଯାଏ ସ୍ବାମୀ-ସ୍ତ୍ରୀ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି। ଦୁଇ ଜଣଙ୍କ ଭିତରେ କେବେକେବେ ବୁଝାମଣା ବାଟବଣା ହେଲେ ବି ସମୟ ଆସିଲେ ପରସ୍ପର...

ମନକଥା କହିଲେ ରାହୁଲ ଗାନ୍ଧୀ, ଲେଖକ ହେବାର ଇଛା ଥିଲା ହେଲେ…

କନ୍ନୁର,୧।୧୨:କଂଗ୍ରେସ ଏମପି ରାହୁଲ ଗାନ୍ଧୀ କେରଳର କନ୍ନୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ମନକଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୁଁ ଲେଖକ ହେବାକୁ...

ରୋଗୀ ପରିବର୍ତ୍ତେ ଆମ୍ବୁଲାନ୍ସରେ ହସ୍ପିଟାଲ ଯାଉଛି ମାଛ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୧।୧୨: ଆମ୍ବୁଲାନ୍ସକୁ ଜରୁରୀକାଳୀନ ସେବା ପାଇଁ ନିୟୋଜିତ କରାଯାଇଥାଏ। ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ଯଥାଶୀଘ୍ର ହସ୍ପିଟାଲ ପହଞ୍ଚାଇବା କାମ ଆମ୍ବୁଲାନ୍ସ କରିଥାଏ। ତେବେ ରୋଗୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri