Posted inଜାତୀୟ

ଭବାନୀପୁର ଉପ ନିର୍ବାଚନ ପ୍ରଚାର ବେଳେ ଭାଜପା ମୁଖ୍ୟଙ୍କୁ ସେକିଲେ

କୋଲାକାତା,୨୭।୯: ଆସନ୍ତା ୩୦ ତାରିଖରେ ହେବାକୁ ଯାଉଥିବା ଭବାନୀପୁର ଉପ ନିର୍ବାଚନ ଲାଗି ସୋମବାର ଘରରୁ ଘର ପ୍ରଚାରବେଳେ ଭାଜପାର ଜାତୀୟ ଉପ ସଭାପତି ଦୀଲିପ ଘୋଷଙ୍କୁ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ସୁପ୍ରିମୋ ମମତା ବାନାର୍ଜୀଙ୍କ ସମର୍ଥକମାନେ ଘୋଷଙ୍କୁ ଗୋଇଠା, ବିଧା ଓ ତଣ୍ଟିଆ ମାରିଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗ ଭାଜପା ସଭାପତି ସୁକାନ୍ତ ମଜୁମଦାର। ଜଦୁ ବାବୁର ବଜାର ନିକଟରେ ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଜଣେ ଭାଜପା କର୍ମୀ ଆହତ ହୋଇଥିବା ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ସୋମବାର ପ୍ରଚାରର ଅନ୍ତିମ ଦିନରେ ଭାଜପା ପ୍ରାର୍ଥୀ ପ୍ରିୟଙ୍କା ତିବ୍ରଓ୍ବୋଲଙ୍କ ପାଇଁ ଭବାନୀପୁରରେ ଅନେକ ବରିଷ୍ଠ ନେତାଙ୍କୁ ମୁତୟନ କରାଯାଇଥିଲା। ଘୋଷ ଘରରୁ ଘର ବୁଲି ବୁଲି ପ୍ରଚାର କରୁଥିବା ବେଳେ ଟିଏମ୍‌ସି କର୍ମୀ ଓ ସମର୍ଥକମାନେ ଘୋଷଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ଫେରିଯିବାକୁ କହିଥିଲେ। ଏହାର କିଛି ସମୟ ପରେ ଟିଏମ୍‌ସି କର୍ମୀମାନେ ଘୋଷ ଓ ତାଙ୍କ ସୁରକ୍ଷା କର୍ମୀଙ୍କୁ ଧକ୍କା ପକାଇଥିଲେ। ଏପରିକି ଟିଏମ୍‌ସି କର୍ମୀଙ୍କୁ ଭିଡକୁ ତଡ଼ିବା ପାଇଁ ସୁରକ୍ଷା କର୍ମୀଙ୍କୁ ସର୍ଭିସ ରିଭଲଭର ଦେଖାଇବାକୁ ପଡ଼ିଥିଲା। ପରିସ୍ଥିତି ଜଟିଳ ହେଉଥିବା ଦେଖି ଦଳୀୟ କର୍ମୀଙ୍କ ସହ ଫେରିବାକୁ ନିଷ୍ପତ୍ତି ନେଇଥିଲେ ଘୋଷ।

ଘୋଷ ଘଟଣା ଉପରେ କହିଛନ୍ତି, ଭବାନୀପୁରରେ ଆମ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇ ନ ଥିଲା। ସେମାନେ ଆମ କର୍ମୀଙ୍କ ମୁଣ୍ଡ ଫଟାଇ ଦେଲେ। ଏପରି କି ମୋତେ ଗୋଇଠା ମାରିଲେ। ଏଭଳି ପରିସ୍ଥିତିରେ ଉପ ନିର୍ବାଚନ କେମିତି ହେବ ମୋତେ ଜଣାନାହିଁ। ଗଣତନ୍ତ୍ର କାହିଁ। ଆମେ ଏ ନେଇ ନିର୍ବାଚନ ଆୟୋଗଙ୍କଠାରେ ଦ୍ୱାରସ୍ତ ହେବୁ। କିନ୍ତୁ ମୋତେ ଜଣାନାହିଁ ଲୋକେ ଭୋଟ ଦେବେ କେମିତି?


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ସିଲିଣ୍ଡର ଦୁର୍ଘଟଣାରେ କ୍ଷତିପୂରଣ ମିଳିବନି…

ନୂଆଦିଲ୍ଲୀ, ୨୮।୬ : ବେଆଇନ ଏଲପିଜି ସିଲିଣ୍ଡର ବ୍ୟବହାର କରୁଥିବା ସମୟରେ ଦୁର୍ଘଟଣା ଘଟିଲେ ଏନେଇ ଗ୍ୟାସ ଏଜେନ୍ସି ଦାୟୀ ରହିବ ନାହିଁ ବୋଲି ଏକ...

ସଙ୍କଟ ପୁଣି ଘନେଇଲା: ୬୭ ହଜାର ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୩।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ଇମ୍ରାନଙ୍କ ଗସ୍ତ ପ୍ରଭାବହୀନ: ଭାରତରେ ୧୦ ହଜାର କୋଟି ଡଲାର ନିବେଶ କରିବ ସୌଦି

ନୂଆଦିଲ୍ଲୀ,୨୯।୯: ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ବିଚଳିତ ହୋଇପଡିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏବେ ଭାରତ ବିରୋଧରେ ସମର୍ଥନ ଯୋଗାଡ ପାଇଁ ଲାଗିପଡିଛନ୍ତି।...

ତାଜମହଲ ସୌନ୍ଦର୍ଯ୍ୟକୁ ଗର୍ଲଫ୍ରେଣ୍ଡଙ୍କ ସହ ଉପଭୋଗ କଲେ ଆମାଜନ୍‌ ସିଇଓ

ଆଗ୍ରା,୨୨।୧: ବିଶ୍ୱର ଧନଶାଳୀ ବ୍ୟକ୍ତି ତଥା ଇ-କମର୍ସ କମ୍ପାନୀ ଆମାଜନ୍‌ର ସିଇଓ ଜେଫ୍‌ ବେଜୋସ୍‌ ଓ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ...

କରୋନା ରିପୋର୍ଟକୁ ଅପେକ୍ଷା: ହସ୍ପିଟାଲରେ ଏପ୍ରିଲ୍‌ ୨୬ଠାରୁ ପଡ଼ି ରହିଛି ମୃତଦେହ

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ସଂକ୍ରମଣ ରୋକିବା ପାଇଁ ଏବେ ଯେକୌଣସି କାରଣରୁ ମୃତ୍ୟୁ ଘଟିଲେ ମଧ୍ୟ ହସ୍ପିଟାଲ ପକ୍ଷରୁ କରୋନା...

ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ଆମ୍ବପତ୍ର

ଆମ୍ବ ପତ୍ରରେ ଭିଟାମିନ୍‌ ‘ସି’, ‘ବି’ ଏବଂ ‘ଏ’ ପ୍ରଚୁର ମାତ୍ରାରେ ଥାଏ। ଏହାଛଡ଼ା ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରପୂର୍‌ ଥାଏ। ଜାଣନ୍ତି, ଏହି ଆମ୍ବପତ୍ରକୁ ମଧୁମେହ...

ଲରେନ୍ସ ବିଷ୍ଣୋଇ, ଗୋଲ୍ଡି ବ୍ରାର୍‌ଙ୍କ ନାଁରେ ଏନ୍‌ଆଇଏ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୨୫ା୩: ଗ୍ୟାଙ୍ଗ୍‌ଷ୍ଟର ଲରେନ୍ସ ବିଷ୍ଣୋଇ ଓ ତାଙ୍କ ସହଯୋଗୀ କାନାଡା ଗ୍ୟାଙ୍ଗ୍‌ଷ୍ଟର ଗୋଲ୍ଡି ବ୍ରାର୍‌ଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଶୁକ୍ରବାର ଚାର୍ଜଶିଟ୍‌ ଦାଖଲ...

ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ଏନ୍‌ସିଆର୍‌ରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ରଚିଛି ଆଇଏସ୍‌ଆଇ: ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ,୧୯।୧: ଆଗକୁ ଗଣତନ୍ତ୍ର ଦିବସ। ଏହା ପୂର୍ବରୁ ଦିଲ୍ଲୀ ଏନ୍‌ସିଆର୍‌ରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର...

Advertisement
Archives

Model This Week