Posted inଜାତୀୟ

ପ୍ରଚାରର ଶେଷ ଦିନରେ ଭାଜପା ନେତାଙ୍କ ଉପରେ ଆକ୍ରମଣ

କୋଲକତା,୨୭।୯: ପଶ୍ଚିମବଙ୍ଗର ହାଇ ପ୍ରୋଫାଇଲ ଆସନ ଭବନୀପୁରରେ ସୋମବାର ନିର୍ବାଚନ ପ୍ରଚାରର ଶେଷ ଦିନ। ଏହି ଆସନରେ ଟିଏମସିର ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀନ୍ତ୍‌ ଏବଂ ଭାଜପା ନେତ୍ରୀ ପ୍ରିୟଙ୍କା ଟିବ୍ରଓ୍ବୋଲଙ୍କ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି। ପ୍ରଚାରର ଶେଷ ଦିରେ ଶାସକ ତୃଣମୂଳ କଂଗ୍ରେସ ଏବଂ ମୁଖ୍ୟ ବିରୋଧୀ ଦଳ ଭାଜପା ମୁହାଁମୁହିଁ ହୋଇଛନ୍ତି। ଉଭୟ ଦଳର ଷ୍ଟାର ପ୍ରଚାରକମାନେ ଜନତାଙ୍କୁ ଆକୃଷ୍ଟ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ସେପଟେ ପୂର୍ବତନ ଭାଜପା ରାଜ୍ୟ ସଭାପତି ତଥା ତାରକା ପ୍ରଚାରକ ଦିଲୀପ ଘୋଷଙ୍କୁ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ତୃଣମୂଳ କଂଗ୍ରେସ (ଟିଏମଏସି) କର୍ମୀଙ୍କ ହାତ ଥିବା ଭାଜପା ଅଭିଯୋଗ କରିଛି। ପ୍ରଚାରର ଶେଷ ଦିନରେ ଭାଜପା ଏବଂ ଟିଏମସି କର୍ମୀମାନେ ପରସ୍ପର ସହ ଝଗଡା କରିଥିଲେ। ଟିଏମଏସି କର୍ମୀମାନେ ମଧ୍ୟ ଦିଲୀପ ଘୋଷଙ୍କ ଧକ୍କା ମାରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ଦିଲୀପ ଘୋଷଙ୍କ ସୁରକ୍ଷା କର୍ମୀମାନେ ଟିଏମସି କର୍ମୀଙ୍କୁବନ୍ଧୁକ ଦେଖାଇଥିଲେ। ତେବେ ଉଭୟ ପକ୍ଷର କାର୍ଯ୍ୟକର୍ତ୍ତାମାନଙ୍କୁ ଶାନ୍ତ କରାଯାଇଥିଲା।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ୩୦ ସେପ୍ଟେମ୍ବରରେ ଭବାନୀପୁର ସମେତ ତିନିଟି ଆସନରେ ବିଧାନସଭା ଉପ-ନିର୍ବାଚନ ଅନୁଷ୍ଠିତ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ନି ମୁଖ୍ୟମନ୍ତ୍ରୀ ହେଲେ ସିଦ୍ଧୁ ନେଇପାରନ୍ତି ବଡ ପଦକ୍ଷେପ

ଚଣ୍ଡିଗଡ଼,୫ ।୨: ପଞ୍ଜାବର ଶାସକ କଂଗ୍ରେସ ଦଳ ମଧ୍ୟରେ ଲାଗି ରହିଥିବା ଅନ୍ତଃ କଳହ ତୁଟିବାର ନାଁ ନେଉନି । ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା...

ଚନ୍ଦ୍ରୟାନ-୩: ଭାରତ-ଜାପାନ ମିଳିତ ଭାବେ କାର୍ଯ୍ୟ କରିବା ସମ୍ଭାବନା

ନୂଆଦିଲ୍ଲୀ,୮।୯: ଭାରତର ଚନ୍ଦ୍ରୟାନ-୨ ମିଶନ ବିଫଳ ହୋଇଛି। ତେବେ ଇସ୍ରୋ ପକ୍ଷରୁ ଚନ୍ଦ୍ରୟାନ-୩ ମିଶନ ପାଇଁ ଯୋଜନା ଆରମ୍ଭ ହୋଇଛି। ଏଥିରେ ଭାରତ-ଜାପାନ ମିଳିତ ଭାବେ...

ଶିବସେନାର ନୂଆ ପୋଷ୍ଟର ଉଦ୍ଧବ ହେବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ସରକାର ଗଠନକୁ ନେଇ ଟଣା ଭିଡା ଚାଲିଥିବା ବେଳେ ଏବେ ଶିବସେନାର ନୂଆ ପୋଷ୍ଟର ଦେଖିବାକୁ ମିଳିଛି। ପ୍ରଥମେ ଭାଜପା-ଶିବସେନା ମଧ୍ୟରେ...

ସହଯୋଗ କରିଥିଲା ପୋଲିସ

ନୂଆଦିଲ୍ଲୀ,୧୧ା୧ : ଏବିଭିପି କର୍ମୀ ଅକ୍ଷତ ଅଓ୍ବସ୍ତି ରବିବାର ଜେଏନ୍‌ୟୁ କ୍ୟାମ୍ପସ୍‌ ଆକ୍ରମଣରେ ସମ୍ପୃକ୍ତ ଥିଲେ ବୋଲି କ୍ୟାମେରା ଆଗରେ ସ୍ବୀକାର କରିଛନ୍ତି। ସେଠାରେ କର୍ତ୍ତବ୍ୟରେ...

ମୁଁ ଆସିବା ପରେ ଭାଜପାର ଭାବମୂର୍ତ୍ତି ବଦଳିଛି: ମେଟ୍ରୋ ମ୍ୟାନ୍‌

ଥିରୁଭାନନ୍ତପୁରମ୍‌,୬।୪: କେରଳ ବିଧାନସଭା ନିର୍ବାଚନ ୨୦୨୧ ପାଇଁ ମଙ୍ଗଳବାର ମତଦାନ ଚାଲିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୭ଟାରୁ ୧୪୦ଟି ଆସନ ପାଇଁ ମତଦାନ...

ମହାପଞ୍ଚାୟତରେ ଗର୍ଜିଲେ ଟିକାଏତ: ଭାଙ୍ଗିଲା ସଭାମଞ୍ଚ

ଜିନ୍ଦ, ୩।୨: କୃଷି ଆଇନକୁ ବିରୋଧ କରି ହରିୟାଣାର ଜିନ୍ଦଠାରେ ବୁଧବାର ଅନୁଷ୍ଠିତ ହୋଇଥିବା ମହାପଞ୍ଚାୟତରେ କୃଷକ ନେତା ରାକେଶ ଟିକାଏତ କେନ୍ଦ୍ର ସରକାରଙ୍କ ଉପରେ...

୧୦ ଲକ୍ଷ ଟପିଲା ଭାରତ

ନୂଆଦିଲ୍ଲୀ, ୧୮।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଶନିବାର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଟପିଛି। ଏବେ ଦେଶରେ...

ସମୁଦୁଣୀଙ୍କ ପାଇଁ ବିବାହର ୪୦ ବର୍ଷ ପରେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଲେ ଏହି ବ୍ୟକ୍ତି, ଜାଣନ୍ତୁ କାହିଁକି

କୁହାଯାଏ, ପ୍ରେମରେ ବୟସ ଦେଖାଯାଏନି। ଠିକ୍‌ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଗଢ଼ଓ୍ବା ଜିଲାରେ। ଯେଉଁଠାରେ ଜଣେ ବ୍ୟକ୍ତି ନିଜ ସମୁଦୁଣୀଙ୍କୁ ପ୍ରେମ...

Advertisement
Archives

Model This Week