ଜାତୀୟ

ଭୋଟିଂର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ

କୋଲକାତା,୧୬।୪: ମତଦାନର ୨୪ ଘଣ୍ଟା ପୂର୍ବରୁ ନୁହେଁ ଏବେଠୁ ୭୨ ଘଣ୍ଟା ପୂର୍ବରୁ ବନ୍ଦ ହେବ ପ୍ରଚାର କାର୍ଯ୍ୟ। ରାଜନୈତିକ ଦଳ ସନ୍ଧ୍ୟା ୭ଟାରୁ ସକାଳ ୧୦ଟା ମଧ୍ୟରେ କୌଣସି ପ୍ରକାରର ବୈଠକ କିମ୍ବା ରାଲି କରିପାରିବେ ନାହିଁ। କରୋନା...

କୁମ୍ଭମେଳା: କରୋନାରେ ନିରଓ୍ବାଣି ଆଖଡ଼ା ମହାମଣ୍ଡଳେଶ୍ୱରଙ୍କ ପରଲୋକ

ହରିଦ୍ୱାରା,୧୬।୪: ହରିଦ୍ୱାରା କୁମ୍ଭମେଳାରେ ଯୋଗଦେଇଥିବା ମଧ୍ୟପ୍ରଦେଶ ନିରଓ୍ବାଣି ଆଖଡ଼ାର ମହାମଣ୍ଡଳେଶ୍ୱର କପିଳଦେବ ଦାସଙ୍କ କରୋନାରେ ମୃତ୍ୟୁ ଘଟିଛି। ତାଙ୍କୁ ୬୫ ବର୍ଷ ହୋଇଥିଲା। ଗୁରୁବାର ତାଙ୍କୁ ହରିଦ୍ୱାରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କପିଲଙ୍କ ସହ ୧୦ ହଜାରରୁ...

ୟେଦୁରପ୍ପାଙ୍କୁ ପୁଣିଥରେ କରୋନା

ବେଙ୍ଗାଲୁରୁ,୧୬।୪: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ଦ୍ୱିତୀୟ ଥର ପାଇଁ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ ଶୁକ୍ରବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭୮ ବର୍ଷୀୟ ଭାଜପା ନେତା ଗତବର୍ଷ ଅଗଷ୍ଟ ୨ରେ ପ୍ରଥମେ କରୋନା ସଂକ୍ରମିତ ହେବା...

ଦେଶରେ ଅକ୍ସିଜେନ ଅଭାବ ସ୍ବୀକାର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୪: କରୋନାର ଦ୍ୱିତୀୟ ଲହର ଦେଶବାସୀଙ୍କୁ ଚିନ୍ତାରେ ପକାଇଛି। ଦିନକୁ ଦିନ ଲକ୍ଷାଧିକ ସଂକ୍ରମିତ ହେଉଥିବା ବେଳେ ଦେଶର ବଡବଡ ଡାକ୍ତରଖାନାରେ ଅକ୍ସିଜେନ ଅଭାବ ଦେଖାଦେଇଛି। ଏନେଇ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଉଥିବା ପରିବାର ଲୋକେ ଅଭିଯୋଗ କରୁଛନ୍ତି। ଏଭଳିସ୍ଥତିରେ...

ଚାଷୀଙ୍କ ପାଇଁ ଖୁସି ଖବର: ଏବର୍ଷ ସ୍ବାଭାବିକ ହେବ ବର୍ଷା

ନୂଆଦିଲ୍ଲୀ,୧୬।୪: ଚାଷୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ମୌସୁମୀ ବୃଷ୍ଟିପାତ ସ୍ବାଭାବିକ ହେବ। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ପୂର୍ବାନୁମାନ କରାଯାଇଛି। ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ୪୦ ପ୍ରତିଶତ ବୃଷ୍ଟିପାତ ହେବାର ସମ୍ଭାବନା...

ଧୋନୀଙ୍କୁ ଏହି ଗୀତ ଡେଡିକେଟ୍‌ କଲେ ଓସ୍କାର ବିଜେତା

ମୁମ୍ବାଇ, ୧୬ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଓସ୍କାର ବିଜେତା ମ୍ୟୁଜିକ କମ୍ପୋଜର ଏ. ଆର. ରେହମାନ ବଲିଉଡ୍‌ ଫିଲ୍ମ ଲଗାନର ‘ଚାଲେ ଚାଲୋ’ ଗୀତ ଡେଡିକେଟ୍‌ କରିଛନ୍ତି। ଏହି ଗୀତଟି ଖେଳାଳିଙ୍କୁ ଏକାଠି...

କରୋନା ମଧ୍ୟରେ ହଜ୍‌ ଯାତ୍ରାକୁ ନେଇ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୬।୪: ଦେଶରେ କରୋନା ସ୍ଥିତି ଧିରେ ଧିରେ ବିଗିଡ଼ିବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଏବେ ଭୟାନକ ରୂପ ଧାରଣ କରୁଛି। ପ୍ରତିଦିନ କରୋନା ସଂକ୍ରମଣ ନୂଆ ନୂଆ ରେକର୍ଡ ଭାଙ୍ଗୁଛି। ଏଭଳି ସ୍ଥିତିରେ ଦେଶରେ ସମସ୍ତ ଧାର୍ମିକ କାର୍ଯ୍ୟ...

ନିରଞ୍ଜନୀ ଆଖଡାର ସଚିବ ରବିନ୍ଦ୍ର ପୁରୀ କରୋନା ପଜିଟିଭ୍‌: ୧୭ରେ ଶେଷ ହେବ କୁମ୍ଭମେଳା

ହରିଦ୍ୱାର,୧୬।୪: କରୋନା ପ୍ରକୋପ ମଧ୍ୟରେ ଉତ୍ତରାଖଣ୍ଡ ହରିଦ୍ୱାରରେ ମହାକୁମ୍ଭ ମେଳା ଆୟୋଜିତ ହୋଇଛି। ସାହି ସ୍ନାନ ସମୟରେ ଲକ୍ଷାଧିକ ସାଧୁ ସନ୍ଥ ଏକାଠି ହୋଇଥିବା ବେଳେ କେତେଜଣ କରୋନାରେ ଆକ୍ରାନ୍ତ ମଧ୍ୟ ହୋଇସାରିଛନ୍ତି। ଏହିକ୍ରମରେ କୁମ୍ଭମେଳାରେ ସାମିଲ ହୋଇଥିବା ନିରଞ୍ଜନୀ...

କରୋନାକୁୁ ଜିତିବାକୁ ହେଲେ ଆମେରିକା ରାଷ୍ଟ୍ରପତିଙ୍କୁ କରିବାକୁ ପଡ଼ିବ ଏହି କାମ: ପୁନାଓ୍ବାଲା

ନୂଆଦିଲ୍ଲୀ,୧୬।୪: ଦେଶ ଓ ବିଶ୍ୱରେ ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ୱର ସର୍ବବୃହତ ଭାକ୍ସିନ ତିଆରି କରୁଥିବା କମ୍ପାନୀ ସିରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ(ଏସ୍‌ଆଇଆଇ)ର ସିଇଓ ଅଦାର ପୁନାଓ୍ବାଲା।...

ଦିଲ୍ଲୀ, ଉତ୍ତରପ୍ରଦେଶ ପରେ ଚଣ୍ଡିଗଡ଼ରେ ଲାଗୁ ହେଲା ଓ୍ବିକେଣ୍ଡ ଲକ୍‌ଡାଉନ

ଚଣ୍ଡିଗଡ଼,୧୬।୪: ବର୍ଦ୍ଧିତ କରୋନା ମାମଲା ଯୋଗୁ ଦେଶରେ ବିଭିନ୍ନ ସ୍ଥାନରେ ଓ୍ବିକେଣ୍ଡ ଲକ୍‌ଡାଉନ ଲାଗୁ କରାଯାଉଛି। ଦିଲ୍ଲୀରେ ଶୁକ୍ରବାରଠାରୁ ଓ୍ବିକେଣ୍ଡ ଲକ୍‌ଡାଉନ ଲାଗୁ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ରବିବାର ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରାଯାଇଛି। ହେେଲେ ଏବେ ଏହି ତାଲିକାରେ...

ସମ୍ପର୍କୀୟଙ୍କ ମୃତଦେହ ପାଇବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା: ଲାଉଡସ୍ପିକର୍‌ରେ ଡକାଯାଉଛି ନାଁ

ଅହମଦାବାଦ,୧୬।୪: ଦେଶରେ କରୋନା ମାମଲା ବଢିବାରେ ଲାଗିଛି। ଗୁଜରାଟରେ କରୋନା ସମସ୍ତ ରେକର୍ଡ ଭାଙ୍ଗିଛି। ବଢୁଥିବା ମାମଲା ଯୋଗୁ ଏଠାରେ ଡାକ୍ତରଖାନା ଏବଂ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାଙ୍ଗିପଡିଛି। ବିଭିନ୍ନ ଡାକ୍ତରଖାନାରେ ଗଦା ଗଦା ମୃତଦେହ ପଡିଛି। ମୃତକଙ୍କ ପରିବାର...

ଏହି ରାଜ୍ୟରେ ରବିବାର ସମ୍ପୂର୍ଣ୍ଣ ଲକ୍‌ଡାଉନ: ମାସ୍କ ନ ପିନ୍ଧିଲେ ହଜାରେ ଟଙ୍କା ଜରିମାନା

ଲକ୍ଷ୍ନୌ,୧୬।୪: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହାର ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri