କରୋନାକୁୁ ଜିତିବାକୁ ହେଲେ ଆମେରିକା ରାଷ୍ଟ୍ରପତିଙ୍କୁ କରିବାକୁ ପଡ଼ିବ ଏହି କାମ: ପୁନାଓ୍ବାଲା

ନୂଆଦିଲ୍ଲୀ,୧୬।୪: ଦେଶ ଓ ବିଶ୍ୱରେ ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ୱର ସର୍ବବୃହତ ଭାକ୍ସିନ ତିଆରି କରୁଥିବା କମ୍ପାନୀ ସିରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ(ଏସ୍‌ଆଇଆଇ)ର ସିଇଓ ଅଦାର ପୁନାଓ୍ବାଲା। ସେ କହିଛନ୍ତି, ଦେଶରେ କରୋନା ହୁ ହୁ ହୋଇ ବଢ଼ିବାରେ ଲାଗିଛି। କରୋନା ଚେନ୍‌କୁ ଭାଙ୍ଗିବାକୁ ହେଲେ ସମସ୍ତଙ୍କୁ ସଚେତନତା ରହିବା ସହ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଏଥିପାଇଁ ପର୍ଯ୍ୟାପ୍ତ ପରିମାଣର ଔଷଧ ଓ ଭାକ୍ସିନ ଆବଶ୍ୟକ। ତେବେ ଏହାକୁ ନେଇ ପୁନାଓ୍ବାଲା ଆମେରିକା ରାଷ୍ଟ୍ରପତିଙ୍କୁ ଏକ ବିଶେଷ ନିବେଦନ କରିଛନ୍ତି। ଭାକ୍ସିନ ଉତ୍ପାଦନକୁ ତ୍ୱରାନିତ କରିବା ପାଇଁ ଆମେରିକାରୁ ରତ୍ପାନୀ ହେଉଥିବା କଞ୍ଚାମାଲ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଶୀଘ୍ର ହଟାଇବାକୁ ସେ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି। ଏନେଇ ସେ ଟୁଇଟ କରି କହିଛନ୍ତି। ସେ ରାଷ୍ଟ୍ରପତିଙ୍କୁ ଟୁଇଟ କରି କହିଛନ୍ତି, ଯଦି ପ୍ରକୃତରେ କରୋନା ଭାଇରସ୍‌ ସଂକ୍ରମଣକୁ ହରାଇବାକୁ ଚାହୁଁଛେ, ତେବେ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ। ଏଥପାଇଁ ପ୍ରଥମେ ଆମେରିକାରୁ ରତ୍ପାନୀ ହେଉଥିବା କଞ୍ଚାମାଲ ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାକୁ ପଡ଼ିବ। ଯାହାଫଳରେ ଭାକ୍ସିନ ଉତ୍ପାଦନକୁ ତ୍ୱରାନିତ କରାଯାଇପାରିବ। ଆମେରିକା ପାଖରେ ଏହାର ସବିଶେଷ ତଥ୍ୟ ରହିଛି ବୋଲି ପୁନାଓ୍ବାଲା ରାଷ୍ଟ୍ରପତିଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁର୍ଖା ପିନ୍ଧି ନାଚିବାରୁ ୪ କଲେଜ ଛାତ୍ର ନିଲମ୍ବିତ

ବେଙ୍ଗାଲୁରୁ,୯।୧୨: ବୁର୍ଖା ପିନ୍ଧି ନାଚିବାରୁ କଲେଜରୁ ଛାତ୍ରଙ୍କୁ ନିଲମ୍ବିତ କରାଯାଇଛି। କର୍ନାଟକର ମାଙ୍ଗାଲୁରୁରେ ଥିବା ଏକ ଇଞ୍ଜିନିୟରିଂ କଲେଜରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ୪...

ସୁରଟ କୋର୍ଟ ବାହାରିଲେ ରାହୁଲ ଗାନ୍ଧୀ, ଆଇନ ମନ୍ତ୍ରୀ କହିଲେ ଭିଡରେ କୋର୍ଟ ଯିବା ନାଟକ

ନୂଆଦିଲ୍ଲୀ,୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ମୋଦି ସରନେମ’ସହ ଜଡିତ ମାନହାନି ମାମଲାରେ ସୋମବାର ସୁରଟ କୋର୍ଟ ପହଞ୍ଚିବେ। ଏହି ମାମଲାରେ ତାଙ୍କୁ ଦୁଇ ବର୍ଷ...

ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକିସ୍ତାନ-ଚାଇନା ମିଳିତ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌…

ଶ୍ରୀନଗର,୧।୧୨: ଜମ୍ମୁ-କଶ୍ମୀରର ଏଲ୍‌ଓସି ବାଟେ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକିସ୍ତାନ ଉଦ୍ୟମ ଜାରି ରଖିଛି। ତେବେ ଏବେ ପାକିସ୍ତାନ ସହିତ ଏନେଇ ଚାଇନା ହାତ...

ସଫଳତା ପରେ ଏତେ ବଦଳିଗଲେଣି ହିମେଶ

ମୁମ୍ବାଇ: ‘ଆଶିକ୍‌ ବନାୟା’, ‘ଆପ୍‌କା ସୁରୁର’, ‘ଅକ୍ସର’ ପରି ହିଟ୍‌ ଗୀତ ଦେଇ ରାତାରାତି ସିଙ୍ଗିଙ୍ଗ୍‌ ସେନ୍‌ସେଶନ ପାଲଟିଥିଲେ ହିମେଶ ରେଶମିୟା। ସେ ସର୍ବଦା ନୂତନ...

ଷ୍ଟାନ୍‌ ସ୍ବାମୀଙ୍କ କମ୍ପ୍ୟୁଟରରେ ପ୍ରମାଣ ଖଞ୍ଜାଯାଇଥିଲା

ନୂଆଦିଲ୍ଲୀ,୧୪।୧୨: ୨୦୨୦ରେ ମାଓବାଦୀଙ୍କ ସହ ସମ୍ପୃକ୍ତ ମାମଲାରେ ଗିରଫ ହୋଇ ଗତବର୍ଷ ଜେଲରେ ପ୍ରାଣ ହରାଇଥିବା ୮୩ ବର୍ଷୀୟ ସାମାଜିକ କର୍ମୀ ତଥା କାଥୋଲିକ୍‌ ଧର୍ମଗୁରୁ...

ପ୍ରାଣୀଙ୍କ ପାଇଁ ଆରମ୍ଭ ହେଲା ଦେଶର ପ୍ରଥମ ମୋବାଇଲ ଆଇଭିଏଫ ଭ୍ୟାନ

ଆମରେଲି,୨ ।୧: ଦେଶରେ ପ୍ରାଣୀଙ୍କ ପାଇଁ ଇନ ଭିଟ୍ରୋ ଫର୍ଟିଲାଇଜେଶନ ଆଇଭିଏଫ ପାଇଁ ପ୍ରଥମ ଚାଳିତ ଲ୍ୟାବର ଲୋକାର୍ପଣ ଗୁଜରାଟର ଆମରେଲିରେ ସନ୍ଥ ମୁରାର ବାପୁ...

ଏବେ ଚୁଲି ଜଳାଇବା ବି ମହଙ୍ଗା !…

ନୂଆଦିଲ୍ଲୀ,୨୩।୧୦: ଦେଶରେ ଖାଦ୍ୟଶସ୍ୟଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ, ଗ୍ୟାସ୍‌ ଆଦିର ଦାମ ବୃଦ୍ଧି ପାଇଛି। ଏବେ ଚୁଲି ଜଳାଇବା ବି ମହଙ୍ଗା ହେବାକୁ ଯାଉଛି।...

ଟ୍ରାକ୍ଟର ଯୋଗେ ବିମାନବନ୍ଦରରେ ପହଞ୍ଚିଲେ ଯାତ୍ରୀ

ବେଙ୍ଗାଲୁରୁ,୧୨।୧୦: ବେଙ୍ଗାଲୁରୁ ବିମାନବନ୍ଦରରୁ ଫ୍ଲାଇଟ୍‌ ଧରିବା ପାଇଁ କିଛି ଯାତ୍ରୀଙ୍କୁ ଟ୍ରାକ୍ଟର ସାହାରା ନେବାକୁ ପଡ଼ିଥିଲା। ସୋମବାର ରାତିରେ ପ୍ରବଳ ବର୍ଷା କାରଣରୁ ରାସ୍ତାରେ ପାଣି...

Advertisement
Archives

Model This Week