ଦିଲ୍ଲୀ, ଉତ୍ତରପ୍ରଦେଶ ପରେ ଚଣ୍ଡିଗଡ଼ରେ ଲାଗୁ ହେଲା ଓ୍ବିକେଣ୍ଡ ଲକ୍‌ଡାଉନ

ଚଣ୍ଡିଗଡ଼,୧୬।୪: ବର୍ଦ୍ଧିତ କରୋନା ମାମଲା ଯୋଗୁ ଦେଶରେ ବିଭିନ୍ନ ସ୍ଥାନରେ ଓ୍ବିକେଣ୍ଡ ଲକ୍‌ଡାଉନ ଲାଗୁ କରାଯାଉଛି। ଦିଲ୍ଲୀରେ ଶୁକ୍ରବାରଠାରୁ ଓ୍ବିକେଣ୍ଡ ଲକ୍‌ଡାଉନ ଲାଗୁ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ରବିବାର ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରାଯାଇଛି। ହେେଲେ ଏବେ ଏହି ତାଲିକାରେ ଚଣ୍ଡିଗଡ଼ ବି ସାମିଲ ହୋଇଯାଇଛି। ଶନିବାର ଓ ରବିବାର ଚଣ୍ଡିଗଡ଼ରେ ଲକ୍‌ଡାଉନ ଜାରି କରିବାକୁ ନିଷ୍ପତ୍ତି ନେଇଛି ଜିଲାପ୍ରଶାସନ। ଏହି ଲକ୍‌ଡାଉନ ଶୁକ୍ରବାର ରାତି ୧୦ଟାରୁ ସୋମବାର ସକାଳ ୫ଟା ଯାଏଁ ଜାରି ରହିବ। ଏହି ସମୟରେ ଲୋକଙ୍କ ବାହାରକୁ ବାହାରିବା ଉପରେ କଟକଣା ରହିବ। କେବଳ ଆବଶ୍ୟକୀୟ ସେବାକୁ ଛାଡିଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ସୂଚନାଯୋଗ୍ୟ, ଚଣ୍ଡିଗଡ଼ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨,୩୯୭ରେ ପହଞ୍ଚିଥିବା ବେଳେ ସେଥିମଧ୍ୟରୁ ୩୩୭୧ ଚିକିତ୍ସାଧିନ ଓ ୪୦୭ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରବାର ଗୁଜରାଟ ଯିବେ ପ୍ରଧାନମନ୍ତ୍ରୀ: ୪,୪୦୦କୋଟି ମୂଲ୍ୟ ପ୍ରକଳ୍ପର କରିବେ ଉଦ୍‌ଘାଟନ

ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗୁଜରାଟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ କିଛି...

ସନ୍ଧ୍ୟା ୭ଟା ପରେ ଦୋକାନ ବନ୍ଦ କରିବାକୁ ଚାହୁଁଛନ୍ତି ସୁରଟର ୩୦ଟି ବଜାରର କପଡ଼ା ବ୍ୟବସାୟୀ

ସୁରଟ, ୭।୬: କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଧୀରେଧୀରେ ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ଲାଗି ସରକାରଙ୍କ...

ଇସ୍‌ଲାମାବାଦରେ ଭାରତୀୟ ଉଚ୍ଚାୟୁକ୍ତର ଦୁଇ ଅଧିକାରୀ ନିଖୋଜ

ନୂଆଦିଲ୍ଲୀ,୧୫।୬: ପାକିସ୍ତାନର ରାଜଧାନୀ ଇସ୍‌ଲାମାବାଦରେ ୨ ଭାରତୀୟ ଅଧିକାରୀ ନିଖୋଜ ହୋଇଥିବା ସୂଚନା ମିଳିଛି। ବିଶେଷ ସୂତ୍ରରୁ ମିଳିଥିବା ଏହି ସୂଚନା ଅନୁଯାୟୀ, ପାକିସ୍ତାନରେ ଭାରତୀୟ...

ଚଳନ୍ତା ଟ୍ରେନ୍‌ରେ ପ୍ରସବ କରାଇ ଚର୍ଚ୍ଚାରେ ଦୁଇ ସେନା ଡାକ୍ତର

ଚଣ୍ଡିଗଡ଼, ୨୯।୧୨: ଭାରତୀୟ ସେନାର ଦୁଇ ଡାକ୍ତର ଏବେ ବେଶ୍‌ ଚର୍ଚ୍ଚାରେ। କ୍ୟାପ୍‌ଟେନ ଲଲିତା ହଂସ ଓ ଅମନଦୀପ କୌର ଏହି କାର୍ଯ୍ୟ ପାଇଁ ସାରା...

ଅନ୍‌ଲକ୍‌-୧: ରାତ୍ରକାଳୀନ କର୍ଫ୍ୟୁରେ ରାଜପଥରେ ଚଳାଚଳ କରିବ ଯାନବାହନ

ନୂଆଦିଲ୍ଲୀ ,୧୨।୬: ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାମଲାକୁ ଦେଖିଲେ ଅନୁମାନ କରିହେଉଛି ଯେ, ବିନା ଭ୍ୟାକସିନ୍‌ରେ...

CORONAVIRUS UPDATE: ରାଜ୍ୟରେ ୩୭୭୭ ନୂଆ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୮୦୦ ପାର

ଭୁବନେଶ୍ୱର,୧୨।୯(ବ୍ୟୁରୋ): ରାଜ୍ୟରେ ଶନିବାର ୩୭୭୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା୧୪୬୮୯୪କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ସ୍ତ୍ରୀଙ୍କୁ କରୋନା ହୋଇଥିବାରୁ ଛୁଟି ମାଗିଲେ ପୋଲିସ: ନ ମିଳିବାରୁ…

ଲକ୍ଷ୍ନୌ,୪।୫: : କରୋନା ଏବେ ସାରା ଦେଶରେ କାୟା ବିସ୍ତାର କରିଛି। ଏହି ପରିସ୍ଥିତିରେ ଡାକ୍ତର, ନର୍ସ ଏବଂ ପୋଲିସ କରୋନା ଯୋଦ୍ଧା ଭାବରେ କାର୍ଯ୍ୟ...

ଅଧିକ ସମୟ ନେବୁ ନାହିଁ…, ନୂଆ ମୁଖ୍ୟମନ୍ତ୍ରୀ ବାଛିବାକୁ ନେଇ ରଣଦୀପ ସୁରଜଓ୍ବୋଲାଙ୍କ ବଡ ବୟାନ

ବେଙ୍ଗାଲୁରୁ,୧୫।୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ମନ୍ଥନ ଚାଲିଛି। କର୍ନାଟକୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ଏହାକୁ...

Advertisement
Archives

Model This Week