Posted inଜାତୀୟ

କୁମ୍ଭମେଳା: କରୋନାରେ ନିରଓ୍ବାଣି ଆଖଡ଼ା ମହାମଣ୍ଡଳେଶ୍ୱରଙ୍କ ପରଲୋକ

ହରିଦ୍ୱାରା,୧୬।୪: ହରିଦ୍ୱାରା କୁମ୍ଭମେଳାରେ ଯୋଗଦେଇଥିବା ମଧ୍ୟପ୍ରଦେଶ ନିରଓ୍ବାଣି ଆଖଡ଼ାର ମହାମଣ୍ଡଳେଶ୍ୱର କପିଳଦେବ ଦାସଙ୍କ କରୋନାରେ ମୃତ୍ୟୁ ଘଟିଛି। ତାଙ୍କୁ ୬୫ ବର୍ଷ ହୋଇଥିଲା। ଗୁରୁବାର ତାଙ୍କୁ ହରିଦ୍ୱାରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କପିଲଙ୍କ ସହ ୧୦ ହଜାରରୁ ଊର୍ଦ୍ଧ୍ୱ ସାଧୁସନ୍ଥ ଓ ଅନୁଗାମୀ କଙ୍ଖାଲଠାରେ କ୍ୟାମ୍ପ୍‌ ପକାଇ ରହିଥିଲେ। ସମସ୍ତଙ୍କ ନମୁନା ପରୀକ୍ଷା ପାଇଁ ନିଆଯାଇଛି। ଶୁକ୍ରବାର କୁମ୍ଭମେଳା ସ୍ଥଳରୁ ଆଉ ୮୦ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। କୋଭିଡ୍‌ ଗାଇଡ୍‌ଲାଇନ ନ ମାନି ଲକ୍ଷ ଲକ୍ଷ ଲୋକ କୁମ୍ଭମେଳାରେ ଯୋଗଦେଇଥିବାରୁ ଏହା ସଂକ୍ରମଣର ହଟ୍‌ସ୍ପଟ ପାଲଟିଛି। ସେଠାରୁ ୬ ଦିନ ମଧ୍ୟରେ ପ୍ରାୟ ୨୦୦୦ ସଂକ୍ରମିତ ଚିହ୍ନଟ ହେଲେଣି।


Enter your email to get our daily news in your inbox.

All Right Reserved By Dharitri.Com

‘ଅପରେଶନ୍‌ ମା’: ଆତଙ୍କବାଦ ଛାଡ଼ି ଘର ବାହୁଡ଼ିଛନ୍ତି ୫୦ ଯୁବକ

ଶ୍ରୀନଗର,୨୮।୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଶେଷ ହେବାକୁ ଯାଉଛି। ପୁଣି ଏଠାରେ ଶାନ୍ତି ଫେରି ଆସୁଛି ବୋଲି ଲ୍ୟୁଟନାଟ୍‌ ଜେନେରାଲ କନଓ୍ବଲ୍‌ଜିତ୍‌ ସିଂ ଧିଲୋନ କହିଛନ୍ତି। ଇତିମଧ୍ୟରେ...

ମିଳିଲା ଏଲୁରୁରେ ବ୍ୟାପିଥିବା ଅଜଣା ରୋଗର କାରଣ

ଏଲୁରୁ,୮।୧୨- ଆନ୍ଧ୍ର ପ୍ରଦେଶର ଏଲୁରୁ ସହରରେ ଦେଖାଦେଇଥିବା ଅଜଣା ରୋଗର କାରଣ ମଙ୍ଗଳବାର ଜଣାପଡ଼ିଛି। ପାଣିରେ ଲିଡ୍‌ ଓ ନିକେଲ ମାତ୍ରା ଅଧିକ ଏବଂ କ୍ଷୀର...

ଲୁଟ୍‌ ପ୍ରତି ମୋଦି ଆଖି ବୁଜିଦେଇଛନ୍ତି: ପ୍ରିୟଙ୍କା

ଇନ୍ଦି(କର୍ନାଟକ),୪ା୫ : କର୍ନାଟକରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଥିବା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ଫେବୃୟାରୀ ୧ ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ

ନୂଆଦିଲ୍ଲୀ,୧୭।୧: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଫେବୃୟାରୀ ୧ ସକାଳ ୬ଟାରେ ଫାଶୀ ଦିଆଯିବ ବୋଲି ଶୁକ୍ରବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟ ରାୟ...

ବିରୋଧୀ ମଞ୍ଚ ପ୍ରସ୍ତୁତ

ପାଟନା/ନୂଆଦିଲ୍ଲୀ,୨୩ା୬ (ପ୍ରସ୍ତୁତିି: ଦୁର୍ଯ୍ୟୋଧନ ମିଶ୍ର): ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଓ ୨୦୧୯ରେ ଲଗାତର ଦୁଇଥର ଭାଜପା ପାଇଁ ଅଭୂତପୂର୍ବ...

ଚାଇନାର ନୂଆ ଚାଲ: ଡୋକଲାମ ନିକଟରେ ଗଢିଲାଣି ଗାଁ!

ନୂଆଦିଲ୍ଲୀ,୨୦ ।୧୧: ଭାରତ-ଚାଇନା ସୀମା ବିବାଦକୁ ନେଇ ପୁଣିଥରେ ଉତ୍ତେଜନା ପରିସ୍ଥିତି ଉପୁଜି ପାରେ ବୋଲି ଆଣଙ୍କା କରାଯାଉଛି । ମିଳିଥିବା ସୂଚନାରୁ ଜଣାପଡିଛି କି...

ପାକିସ୍ତାନକୁ ଉପରାଷ୍ଟ୍ରପତିଙ୍କ କଡା ବାର୍ତ୍ତା: ଭାରତ ଆକ୍ରମଣ କରେନି, କିନ୍ତୁ ନିଜ ସାର୍ବଭୌମତ୍ୱ ସହ ବୁଝାମଣା କରିବ ନାହିଁ

ନୂଆଦିଲ୍ଲୀ,୬।୯:ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡିଛି ପାକିସ୍ତାନ। ଭାରତ ସହ ଯୁଦ୍ଧ କରିବାକୁ ଧମକ ଦେଉଛି। ପାକିସ୍ତାନର ଏଭଳି ମନ୍ତବ୍ୟ ଉପରେ କଡ଼ା...

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା, ଅନେକ ନିଖୋଜ

ଡେରାଡୁନ୍‌,୧୮।୮: ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର କୋପ। ବାଦଲ ଫଟା ବର୍ଷା ଯୋଗୁ ଉତ୍ତରକାଶୀ ଜିଲାରେ ପାଣିରେ ଜଣେ ତିନି ବର୍ଷର ଶିଶୁ ସହ ଅନେକ ଲୋକ...

Advertisement
Archives

Model This Week