ଏହି ରାଜ୍ୟରେ ରବିବାର ସମ୍ପୂର୍ଣ୍ଣ ଲକ୍‌ଡାଉନ: ମାସ୍କ ନ ପିନ୍ଧିଲେ ହଜାରେ ଟଙ୍କା ଜରିମାନା

ଲକ୍ଷ୍ନୌ,୧୬।୪: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହାର ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଓ୍ବିକେଣ୍ଡ ଲକ୍‌ଡାଉନ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଏଣିକି ଉତ୍ତରପ୍ରଦେଶର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପ୍ରତି ରବିବାର ସମ୍ପୂର୍ଣ୍ଣ ଲକ୍‌ଡାଉନ ରହିବ। ଆବଶ୍ୟକ ସେବାକୁ ବାଦ୍‌ ଦେଲେ ସମସ୍ତ ଦୋକାନ ବଜାର ଓ କାର୍ଯ୍ୟାଳୟ ବନ୍ଦ ରହିବ। ଏହି ଦିନ ବିଭିନ୍ନ ସ୍ଥାନରେ ସାନିଟାଇଜେଶନ୍‌ ଅଭିଯାନ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯିବ। ଏଥିସହ ଯେଉଁ ଅମାନିଆମାନେ ମାସ୍କ ପିନ୍ଧିବେ ନାହିଁ, ପଥମ ଥର ଧରାପଡ଼ିଲେ ହଜାରେ ଟଙ୍କା ଏବଂ ଦ୍ୱିତୀୟ ଥର ଧରାପଡ଼ିଲେ ଏହାର ଦ୍ୱିଗୁଣା ଜରିମାନା ଦେବାକୁ ପଡ଼ିବ। ଆର୍ଥାତ୍‌ ୧୦ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ। ସୂଚନା ମୂତାବକ, ଯୋଗୀ ଆଦିତ୍ୟନାଥ ସମସ୍ତ ଜିଲାଅଧିକାରୀ, ସିଏମ୍‌ଓ ଓ ଟିମ୍‌-୧୧ ସଦସ୍ୟଙ୍କ ସହ କରୋନା ସ୍ଥିତି ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫଡ଼ନଭୀସଙ୍କ ପୁନର୍ବିଚାର ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ,୩।୩: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସଙ୍କୁ ବଡ଼ ଝଟ୍‌କା ଲାଗିଛି। ସତ୍ୟପାଠରେ କିଛି ତଥ୍ୟ ଲୁଚାଇଥିବା ଅଭିଯୋଗରେ ତାଙ୍କ ଦ୍ୱାରା କରାଯାଇଥିବା ପୁନର୍ବିଚାର ଆବେଦନ...

ବ୍ରିଟିଶ ସମୟର ଆଇନ ପରିବର୍ତ୍ତନ ରାଜନୈତିକ ଉଦ୍ଦେଶ୍ୟରେ କରାଯାଇଛି, ନିର୍ଯାତିତ ହେବେ ସାଧାରଣ ଲୋକେ: ସିବଲ…

ନୂଆଦିଲ୍ଲୀ,୧୨।୮ : ୪୦ ବର୍ଷ ଧରି କଂଗ୍ରେସରେ କାର୍ଯ୍ୟ କରିଥିବା ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ ଆଡଭୋକେଟ କପିଲ ସିବଲ ଶନିବାର ଅଭିଯୋଗ କରିଛନ୍ତି...

ଅଭିନେତ୍ରୀ ସାଇରା ଖାଁଙ୍କ ପରଲୋକ

ମୁମ୍ବାଇ,୨୧।୪: ଫିଲ୍ମ ‘କାମସୂତ୍ର ୩ଡି’ରେ କାମ କରିଥିବା ଅଭିନେତ୍ରୀ ସାଇରା ଖାଁଙ୍କ ପରଲୋକ ହୋଇଛି। ଶୁକ୍ରବାର ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ବିଶେଷ ସୂତ୍ରରୁ...

କେନ୍ଦ୍ରମନ୍ତ୍ରୀଙ୍କୁ ଉତ୍ତର ଦେଲେ ୟୁକ୍ରେନରେ ପ୍ରାଣ ହରାଇଥିବା ଛାତ୍ରଙ୍କ ବାପା

ନୂଆଦିଲ୍ଲୀ,୨।୩: ଭାରତୀୟ ଛାତ୍ରୀଛାତ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷାରେ ଫେଲ୍‌ ହେବା ପରେ ପଢ଼ିବାକୁ ବିଦେଶ ଯାଆନ୍ତି। ଏଭଳି ମନ୍ତବ୍ୟ ଦେଇଥିବା କେନ୍ଦ୍ରମନ୍ତ୍ରୀ ପ୍ରହଲାଦ ଯୋଶୀଙ୍କୁ ଉତ୍ତର ଦେଇଛନ୍ତି...

ବର୍ଷକରେ ୨୬ ଲକ୍ଷ ବଢ଼ିଛି ମୋଦିଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜସ୍ବ ସମ୍ପତ୍ତି ପରିମାଣ ବର୍ଷକ ମଧ୍ୟରେ ୨୬.୧୩ ଲକ୍ଷ ଟଙ୍କା ବୃଦ୍ଧି ପାଇ ୨ କୋଟି ୨୩ ଲକ୍ଷ ୮୨...

କାହିଁକି ଚାକିରି ଛାଡୁଛନ୍ତି ଆଇଟିବିପି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଲୋକସଭାରେ ସରକାରଙ୍କ ଉତ୍ତର…

ନୂଆଦିଲ୍ଲୀ,୭।୨ : ସିଧାସଳଖ ନିଯୁକ୍ତି ମାଧ୍ୟମରେ କେନ୍ଦ୍ରୀୟ ଅର୍ଦ୍ଧସୈନିକ ବାହିନୀରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ହୋଇଥିବା ଯୁବ ଅଧିକାରୀମାନେ କାହିଁକି ଚାକିରି ଛାଡୁଛନ୍ତି? ଏହି ଗମ୍ଭୀର ପ୍ରସଙ୍ଗ...

କମିବାର ନାଁ ନେଉନି: ପୁଣି ରାଜ୍ୟରେ ୧୫ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୮।୧୧(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୧୫ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୨୫ ରେ ପହଞ୍ଚିଥିବା...

ଏଏପି ଏମ୍‌ପିଙ୍କୁ ୩ ମାସ ଜେଲ୍‌

ନୂଆଦିଲ୍ଲୀ,୧୨।୧: ୨୧ ବର୍ଷ ପୁରୁଣା ଏକ ମାମଲାରେ ସୁଲତାନପୁରର ଏକ କୋର୍ଟ ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ସଞ୍ଜୟ ସିଂ ଏବଂ ପୂର୍ବତନ ସମାଜବାଦୀ...

Advertisement
Archives

Model This Week