ଜାତୀୟ

ଗାଧେଇଲା ବେଳେ ଲୋକଙ୍କୁ ପ୍ରଶ୍ନ କରୁଛନ୍ତି ଭାଜପା ବିଧାୟକ

କାନପୁର,୧୪।୧: କୋଭିଡ୍‌ କାରଣରୁ ନିର୍ବାଚନ ଆୟୋଗ (ଇସି) ରାଲି ଉପରେ ପ୍ରତିବନ୍ଧକ ଲଗାଇଥିବାରୁ ପ୍ରାର୍ଥୀମାନେ ଘରରୁ ଘର ବୁଲି ପ୍ରଚାର କରୁଛନ୍ତି। କାନପୁରରୁ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ଭାଜପା ନେତା ଭୋଟରଙ୍କ ଗାଧୋଇବାରେ ବାଧକ ସାଜୁଥିବା ଦେଖିବାକୁ ମିଳୁଛି।…

ବିଶ୍ୱର ସବୁଠୁ ବଡ଼ ତାଲା, ଅଯୋଧ୍ୟାର ରାମମନ୍ଦିରରେ ହେବ ବ୍ୟବହାର; ଓଜନ ଜାଣିଲେ…

ଲକ୍ଷ୍ନୌ,୧୪ା୧: ଉତ୍ତରପ୍ରଦେଶର ଅଲିଗଡ଼ ବିଶ୍ୱର ସବୁଠୁ ବଡ଼ ତାଲା ତିଆରି ପାଇଁ ଜଣାଶୁଣା। ଏଠାରେ ରହୁଥିବା ଏକ ବୃଦ୍ଧ ଦମ୍ପତି ୩୦୦ କିଲୋ ଓଜନର ଏକ ବଡ଼ ତାଲା ତିଆରି କରିଥିଲେ। କିନ୍ତୁ ଏବେ ଏହି ଦମ୍ପତି ୪୦୦ କିଲୋ ଓଜନର…

ବିମାନବନ୍ଦରରେ ଏଣ୍ଟ୍ରି ନ ମିଳିବାରୁ ବନ୍ଦ କରିଦେଲେ ଜଳ ଯୋଗାଣ

ତିରୁପତି,୧୪।୧: ତିରୁପତି ବିମାନବନ୍ଦର ଓ ଷ୍ଟାଫ ରେସିଡେନିସିଆଲ କ୍ୱାଟର୍ସରେ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ରେନିଗୁଣ୍ଟା ବିମାନ ବନ୍ଦର ମ୍ୟାନେଜର ସୁନିଲ ଓ ତିରୁପତି ଡେପୁଟି ମେୟର ଅଭିନୟ ରେଡ୍ଡୀ ମଧ୍ୟରେ ହୋଇଥିବା ଯୁକ୍ତିତର୍କ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।…

କଇଁଚିରେ କାଟି ଦେଲେ ମହିଳାଙ୍କ ବେକ

ନୂଆଦିଲ୍ଲୀ,୧୪।୧: ଉତ୍ତରପୂର୍ବ ଦିଲ୍ଲୀରେ ଲୁଟ ବେଳେ ୫୨ ବର୍ଷୀୟ ମହିଳାଙ୍କ ବେକକୁ କଇଁଚିରେ କାଟି ଦେଇଥିଲେ। ତା’ ପରେ ପୀଡ଼ିତାଙ୍କ ମୁଣ୍ଡକୁ ଇଟା ଆକ୍ରମଣ କରି ହତ୍ୟା କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଗୁରୁବାର ପୋଲିସ…

ଦେଶରେ ବଢିଚାଲିଛି କରୋନା, ଆଜି ୨,୬୪,୨୦୨ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ,୧୪।୧: କରୋନାର ତୃତୀୟ ଲହର ଦେଶରେ ଦ୍ରୁତ ଗତିରେ ବଢିଚାଲିଛି। ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୨,୬୪,୨୦୨ ଥିବା ଜଣାପଡିଛି। ଗୁରୁବାରଠାରୁ ଶୁକ୍ରବାର ୬.୭ ପ୍ରତିଶତ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ୩୧୫ ଜଣଙ୍କ ମୃତ୍ୟୁ ହୋଇଛି…

୩ ଦିନରେ ଇସ୍ତଫା ଦେଲେଣି ୧୧ ବିଧାୟକ

ଲକ୍ଷ୍ନୌ,୧୪।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଧାୟକ ଏବଂ ମନ୍ତ୍ରୀଙ୍କ ଇସ୍ତଫା ଦେବା ଧାରା ଜାରି ରହିଛି। ଏହି ଧାରାରେ ଯୋଡ଼ି ହୋଇ ଯୋଗୀ ଆଦିତ୍ୟନାଥଙ୍କ ସରକାରରୁ ଇସ୍ତଫା ଦେଇଛନ୍ତି ବିଧାୟକ ଚୌଧାରୀ ଅମର ସିଂ। ୩ ଦିନ ମଧ୍ୟରେ ଏହା…

କରୋନା ଦ୍ୱିତୀୟ ଲହରରେ ୨.୪ ଲକ୍ଷ ଲୋକଙ୍କର ହୋଇଥିଲା ମୃତ୍ୟୁ, ତୃତୀୟ ଲହର ହୋଇପାରେ ଏହାଠାରୁ ଭୟଙ୍କର: ୟୁଏନ୍‌

ନୂଆଦିଲ୍ଲୀ,୧୪ ।୧: କରୋନା ସଂକ୍ରମଣକୁ ନେଇ ଚେତାବନି ଦେଇଛି ଜାତିସଂଘ । ଏକ ରିପୋର୍ଟରେ ୟୁଏନ୍ ଦାବି କରିଛି ଯେ କରୋନାର ଦ୍ୱିତୀୟ ଲହର ଅର୍ଥାତ୍ ଡେଲ୍ଟା ଭାରିଏଣ୍ଟରେ ଏପ୍ରିଲରୁ ଜୁନ୍ ମଧ୍ୟରେ ୨.୪ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା ।…

ଫଶି ରହିଛନ୍ତି ଅନେକ ଯାତ୍ରୀ

ଜଲପାଇଗୁରି(ପଶ୍ଚିମବଙ୍ଗ),୧୪।୧: ପଶ୍ଚିମବଙ୍ଗର ଜଲପାଇଗୁରି ଜିଲାରେ ଘଟିଥିବା ଟ୍ରେନ ଦୁର୍ଘଟଣା ସ୍ଥଳରୁ ଅନେକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି। ଗୁଆହାଟି-ବିକାନର ଏକ୍ସପ୍ରେସ ଟ୍ରେନର ୧୨ଟି କୋଚ୍‌ ଜଲପାଇଗୁରି ଜିଲାର ମାୟନଗରି ସହରରେ ଲାଇନ ଚ୍ୟୁତ ହେବାରୁ ଅତିକମ୍‌ରେ ୭ ଜଣ ଯାତ୍ରୀ…

ଦୁଇଟି ଆସନରୁ ନିର୍ବାଚନ ଲଢି ପାରନ୍ତି ଚନ୍ନୀ

ଚଣ୍ଡିଗଡ଼,୧୪ ।୧: ପାଖେଇ ଆସିଲାଣି ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ । ଗୁରୁବାର କଂଗ୍ରେସ ସେଣ୍ଟ୍ରାଲ ଇଲେକ୍ସନ କମିଟି(ସିଇସି)ର ଏକ ବୈଠକ ଭିଡିଓ କନଫରେନସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ସ୍ଥିର କରାଯାଇଛି…

କରୋନାର ସୁପର ସ୍ପେଡର ହୋଇପାରେ ମାଘ ମେଳା

ଲକ୍ଷ୍ନୌ,୧୪ ।୧: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି ମାଘ ମେଳା । ଏବେ ଅନୁମାନ କରାଯାଉଛି କି ଆସ୍ଥା ଓ ବିଶ୍ୱାସର ଏହି ମେଳା କରୋନାର ସୁପର ସ୍ପେଡର ହୋଇପାରେ ।…

ଟ୍ରେନ୍‌ରେ ବିନା ମାସ୍କରେ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ ଆଦାୟ ହେଲାଣି ୫୦ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧୪ ।୧: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ସେଣ୍ଟ୍ରାଲ ରେଲୱେ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଟ୍ରେନ୍ ଓ ପ୍ଲାଟଫର୍ମରେ ଯେଉଁମାନେ ମାସ୍କ ପିନ୍ଧି ନାହାନ୍ତି ସେମାନଙ୍କୁ ବିରୋଧ କରାଯାଉଛି । ଏହାସହ ସେମାନଙ୍କଠାରୁ ଜରିମାନା ବି ଆଦାୟ କରାଯାଉଛି…

କଂଗ୍ରେସରୁ ଟିକେଟ୍‌ ପାଇଲେ ଉନ୍ନାଓ ପୀଡ଼ିତାଙ୍କ ମା’

ଲକ୍ଷ୍ନୌ,୧୩।୧: ଆସନ୍ତା ମାସରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ଗୁରୁବାର କଂଗ୍ରେସ ପକ୍ଷରୁ ୧୨୫ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହି ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଉନ୍ନାଓ ପୀଡ଼ିତାଙ୍କ ମା’ ଆଶା ସିଂ। ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଆଶା କର୍ମୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri