Posted inଜାତୀୟ

ଦେଶରେ ୧୧ପ୍ରତିଶତ ବଢ଼ିଛି ସାଇବର ଅପରାଧ: ରିପୋର୍ଟ

ନୂଆଦିଲ୍ଲୀ,୧୧।୨: ଦେଶରେ ସାଇବର ଅପରାଧ ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏନ୍‌ସିଆରବି ରିପୋର୍ଟ ଅନୁଯାୟୀ, ୨୦୨୦ରେ ସାଇବର ଅପରାଧ ୧୧ପ୍ରତିଶତ ବୃଦ୍ଧି ପାଇଛି। ଏନେଇ ଗୃହ ମନ୍ତ୍ରଣାଳୟ ସଂସଦୀୟ କମିଟିକୁ ସୂଚନା ଦେଇଛି। ଏନ୍‌ସିଆରବି ରିପୋର୍ଟ ଅନୁସାରେ ୨୦୧୭ରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ୨୧,୭୯୬ ସାଇବର ଅପରାଧ ପଞ୍ଜିକୃତ ହୋଇଛି। ସେହିପରି ୨୦୧୮ରେ ୨୭,୨୪୮ମାମଲା, ୨୦୧୯ରେ ୪୪,୭୩୫ ଓ ୨୦୨୦ ସୁଦ୍ଧା ଏହି ମାମଲା ୫୦,୦୩୫କୁ ବୃଦ୍ଧି ପାଇଛି। ୨୦୧୯ ତୁଳନାରେ ଏଥିରେ ୧୧.୮ ପ୍ରତିଶତ ବୃଦ୍ଧି ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ୨୦୧୯ରେ ଏହି ବର୍ଗରେ ଅପରାଧ ହାର ୩.୩ ପ୍ରତିଶତ ଥିଲା, ଯାହା ୨୦୨୦ରେ ୩.୭ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୨୦ରେ ପଞ୍ଜୀକୃତ ହୋଇଥିବା ସାଇବର ଅପରାଧ ମଧ୍ୟରୁ ୬୦.୨ ପ୍ରତିଶତ ଠକେଇ ମାମଲା ରହିଥିବା ଜଣାପଡ଼ିଛି। ଅନ୍ୟପଟେ ସାଇବର ଅପରାଧ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି ଯୌନ ଶୋଷଣ। ଯୌନଶୋଷଣ ସହ ଜଡିତ ସାଇବର ଅପରାଧରେ ସମୁଦାୟ ସାଇବର ଅପରାଧ ୬.୬ ପ୍ରତିଶତ ରହିଛି। ଏଥିସହ ଜଡିତ ୩୨୯୩ଟି ମାମଲା ପଞ୍ଜିକୃତ କରାଯାଇଥିବା ଜଣାପଡ଼ିଛି। ତେବେ ଦେଶରେ ସାଇବର ଅପରାଧ ବୃଦ୍ଧିକୁ ନେଇ ସଂସଦୀୟ କମିଟି ଉଦ୍‌ବେଗ ପ୍ରକାଶ କରିଛି। ସାଇବର ଅପରାଧୀ ଅପରାଧ ଘଟଇବା ପାଇଁ ନୂଆ ନୂଆ ପନ୍ଥା ଅପଣାଉଥିବା ବେଳେ ପୋଲିସର ବେପାରୁଆ ମନୋଭାବ ସାମ୍ନାକୁ ଆସୁଛି। ସେହିପରି ପଞ୍ଜାବ, ରାଜସ୍ଥାନ, ଗୋଆ ଓ ଆସାମରେ ଗୋଟିଏ ବି ସାଇବର କ୍ରାଇମ ସେଲ୍‌ ନ ଥିବା ବେଳେ ଆନ୍ଧ୍ର, କର୍ନାଟକ ଓ ଉତ୍ତରପ୍ରଦେଶରେ କେବଳ ଗୋଟିଏ କିମ୍ବା ଦୁଇଟି ସାଇବର କ୍ରାଇମ ସେଲ୍‌ ରହିଛି ବୋଲି କମିଟି ପକ୍ଷରୁ କୁହାଯାଇଛି। ତେଣୁ ସମସ୍ତ ରାଜ୍ୟର ସମସ୍ତ ଜିଲାରେ ପୋଲିସ ସାଇବର ସେଲ୍‌ ଗଠନ ପାଇଁ ସୁପାରିଶ କରିବାକୁ କମିଟି ମନ୍ତ୍ରଣାଳୟକୁ କହିଛି। ସମସ୍ତ ରାଜ୍ୟ ସେମାନଙ୍କ ସ୍ଥାନରେ ଥିବା ସାଇବର ଅପରାଧର ହଟ୍‌ସ୍ପଟ୍‌ ଖୋଜିବା ଉଚିତ୍‌ ଯାଦ୍ୱାରା ଅପରାଧୀଙ୍କୁ ରୋକାଯାଇପାରିବ ବୋଲି ସଂସଦୀୟ କମିଟି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?