Posted inଜାତୀୟ

ଦେଶରେ ୧୧ପ୍ରତିଶତ ବଢ଼ିଛି ସାଇବର ଅପରାଧ: ରିପୋର୍ଟ

ନୂଆଦିଲ୍ଲୀ,୧୧।୨: ଦେଶରେ ସାଇବର ଅପରାଧ ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏନ୍‌ସିଆରବି ରିପୋର୍ଟ ଅନୁଯାୟୀ, ୨୦୨୦ରେ ସାଇବର ଅପରାଧ ୧୧ପ୍ରତିଶତ ବୃଦ୍ଧି ପାଇଛି। ଏନେଇ ଗୃହ ମନ୍ତ୍ରଣାଳୟ ସଂସଦୀୟ କମିଟିକୁ ସୂଚନା ଦେଇଛି। ଏନ୍‌ସିଆରବି ରିପୋର୍ଟ ଅନୁସାରେ ୨୦୧୭ରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ୨୧,୭୯୬ ସାଇବର ଅପରାଧ ପଞ୍ଜିକୃତ ହୋଇଛି। ସେହିପରି ୨୦୧୮ରେ ୨୭,୨୪୮ମାମଲା, ୨୦୧୯ରେ ୪୪,୭୩୫ ଓ ୨୦୨୦ ସୁଦ୍ଧା ଏହି ମାମଲା ୫୦,୦୩୫କୁ ବୃଦ୍ଧି ପାଇଛି। ୨୦୧୯ ତୁଳନାରେ ଏଥିରେ ୧୧.୮ ପ୍ରତିଶତ ବୃଦ୍ଧି ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ୨୦୧୯ରେ ଏହି ବର୍ଗରେ ଅପରାଧ ହାର ୩.୩ ପ୍ରତିଶତ ଥିଲା, ଯାହା ୨୦୨୦ରେ ୩.୭ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୨୦ରେ ପଞ୍ଜୀକୃତ ହୋଇଥିବା ସାଇବର ଅପରାଧ ମଧ୍ୟରୁ ୬୦.୨ ପ୍ରତିଶତ ଠକେଇ ମାମଲା ରହିଥିବା ଜଣାପଡ଼ିଛି। ଅନ୍ୟପଟେ ସାଇବର ଅପରାଧ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି ଯୌନ ଶୋଷଣ। ଯୌନଶୋଷଣ ସହ ଜଡିତ ସାଇବର ଅପରାଧରେ ସମୁଦାୟ ସାଇବର ଅପରାଧ ୬.୬ ପ୍ରତିଶତ ରହିଛି। ଏଥିସହ ଜଡିତ ୩୨୯୩ଟି ମାମଲା ପଞ୍ଜିକୃତ କରାଯାଇଥିବା ଜଣାପଡ଼ିଛି। ତେବେ ଦେଶରେ ସାଇବର ଅପରାଧ ବୃଦ୍ଧିକୁ ନେଇ ସଂସଦୀୟ କମିଟି ଉଦ୍‌ବେଗ ପ୍ରକାଶ କରିଛି। ସାଇବର ଅପରାଧୀ ଅପରାଧ ଘଟଇବା ପାଇଁ ନୂଆ ନୂଆ ପନ୍ଥା ଅପଣାଉଥିବା ବେଳେ ପୋଲିସର ବେପାରୁଆ ମନୋଭାବ ସାମ୍ନାକୁ ଆସୁଛି। ସେହିପରି ପଞ୍ଜାବ, ରାଜସ୍ଥାନ, ଗୋଆ ଓ ଆସାମରେ ଗୋଟିଏ ବି ସାଇବର କ୍ରାଇମ ସେଲ୍‌ ନ ଥିବା ବେଳେ ଆନ୍ଧ୍ର, କର୍ନାଟକ ଓ ଉତ୍ତରପ୍ରଦେଶରେ କେବଳ ଗୋଟିଏ କିମ୍ବା ଦୁଇଟି ସାଇବର କ୍ରାଇମ ସେଲ୍‌ ରହିଛି ବୋଲି କମିଟି ପକ୍ଷରୁ କୁହାଯାଇଛି। ତେଣୁ ସମସ୍ତ ରାଜ୍ୟର ସମସ୍ତ ଜିଲାରେ ପୋଲିସ ସାଇବର ସେଲ୍‌ ଗଠନ ପାଇଁ ସୁପାରିଶ କରିବାକୁ କମିଟି ମନ୍ତ୍ରଣାଳୟକୁ କହିଛି। ସମସ୍ତ ରାଜ୍ୟ ସେମାନଙ୍କ ସ୍ଥାନରେ ଥିବା ସାଇବର ଅପରାଧର ହଟ୍‌ସ୍ପଟ୍‌ ଖୋଜିବା ଉଚିତ୍‌ ଯାଦ୍ୱାରା ଅପରାଧୀଙ୍କୁ ରୋକାଯାଇପାରିବ ବୋଲି ସଂସଦୀୟ କମିଟି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri