ଜାତୀୟ

ଦିଲ୍ଲୀରେ ‘ଦ କଶ୍ମୀର ଫାଇଲ୍ସ’ ଟ୍ୟାକ୍ସ ଫ୍ରି ନ ହେବାରୁ କ୍ଷୋଭ ପ୍ରକାଶ କଲେ ଭାଜପା ନେତା

ଇନ୍ଦୋର,୨।୪: ଭାଜପା ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗିୟ ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଏକ ବିବାଦୀୟ ବୟାନ ଦେଇ ପୁଣି ଥରେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ…

ପୁଣି ବଢ଼ିଲା ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୨।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୨୬୦ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ବଢ଼ିଛି। ଏହା ୯୦ ତଳେ ରହିଛି। ଦୈନିକ ମୃତ୍ୟୁ ସଂଖ୍ୟା ୮୩…

ଶ୍ରୀଲଙ୍କାକୁ ସହଯୋଗର ହାତ ବଢ଼ାଇଲା ଭାରତ: ପଠାଇଲା ୪୦ହଜାର ଟନ୍‌ ଚାଉଳ

ନୂଆଦିଲ୍ଲୀ,୨।୪: କଠିନ ପରିସ୍ଥିତିରେ ସବୁବେଳେ ପଡ଼ୋଶୀ ହିଁ ପଡ଼ୋଶୀର ସାହାଯ୍ୟ ଆସିଥାଏ। ଏହି ଉକ୍ତିଟିକୁ ସଫଳ କରିଦେଖାଇଛି ଭାରତ। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପଡ଼ୋଶୀ ଦେଶ ଶ୍ରୀଲଙ୍କାକୁ ସାହାଯ୍ୟର ହାତ ବଢ଼ାଇଛି ଭାରତ। ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ଖାଦ୍ୟ…

ଆମେରିକା ଦୂତାବାସରେ ଲାଗିଲା ଧମକପୂର୍ଣ୍ଣ ପୋଷ୍ଟର: ମାମଲା ରୁଜୁ କରି ପୋଲିସର ତନାଘନା

ନୂଆଦିଲ୍ଲୀ,୨।୪: ଦିଲ୍ଲୀରେ ଅବସ୍ଥିତ ଆମେରିକୀୟ ଦୂତାବାସ କାର୍ଯ୍ୟାଳୟ ବାହାରେ ଲାଗିଥିବା ଫଳକରେ ଏକ ଧମକପୂର୍ଣ୍ଣ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟରରେ ଭାରତକୁ ଆମେରିକା ଧମକ ଦେବା ବନ୍ଦ କରୁ ବୋଲି ଉଲ୍ଲେଖ ରହିଛି। ଏଥିସହ ଭାରତକୁ ଆମେରିକାର ଆବଶ୍ୟକତା…

ଜେଲ ଗଲେ ୧୨ ରୋହିଙ୍ଗ୍ୟା ମୁସଲମାନ

ଶ୍ରୀନଗର,୨।୪: ଜମ୍ମୁ କଶ୍ମୀରର କାଠୁଆ ଜିଲା ଅଧୀନ ହିରାନଗର ଅଞ୍ଚଳରୁ ପୋଲିସ ୧୨ ରୋହିଙ୍ଗ୍ୟା ମୁସଲମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ମୁତାବକ, ଗିରଫ ରୋହିଙ୍ଗ୍ୟା ମୁସଲମାନ ଜମ୍ମୁ କଶ୍ମୀରରେ ବେଆଇନ ଭାବେ ଅନୁପ୍ରବେଶ କରିଥିଲେ। ପରେ…

ଆର୍ୟନ ଖାନ୍‌ କ୍ରୁଜ୍‌ ଡ୍ରଗ୍ସ ମାମଲା: ମୁଖ୍ୟ ସାକ୍ଷୀ ପ୍ରଭାକରଙ୍କ ମୃତ୍ୟୁ

ମୁମ୍ବାଇ,୨।୪: ଆର୍ୟନ ଖାନ୍‌ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ମୁଖ୍ୟ ସାକ୍ଷୀ ଥିବା ପ୍ରଭାକର ସେଲଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ହୃଦଘାତରେ ତାଙ୍କ ମୃତ୍ୟୁ ଘଟିଥିବା ନେଇ ତାଙ୍କ ଓକିଲ ତୁସାର ଖାଣ୍ଡରେ ସୂଚନା ଦେଇଛନ୍ତି। ତେବେ ହୃଦ୍‌ଘାତ ହେବା ସମୟରେ ପ୍ରଭାକର…

ଓମିକ୍ରନ ସହ ଲଢ଼େଇରେ ବୁଷ୍ଟର ଡୋଜ୍‌ ଜରୁରୀ

ନୂଆଦିଲ୍ଲୀ,୨।୪: କରୋନା ଭାଇରସ୍‌ର ଓମିକ୍ରନ ଭାରିଆଣ୍ଟ ମାମଲାରେ କୋଭିଶିଲ୍ଡ, କୋଭାକ୍ସିନ ଏବଂ ଉଭୟର ମିଶ୍ରଣର ଟିକା ନେଇଥିବା ଲୋକମାନଙ୍କ ମଧ୍ୟରେ ଆଣ୍ଟିବଡି ସ୍ତର ୬ ମାସ ପରେ ହ୍ରାସ ହେବାକୁ ଲାଗୁଛି। ଏନେଇ ପୁଣେ ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି(ଏନ୍‌ଆଇଭି)…

ବରଖାସ୍ତ ହେଲେ ଅଭିନେତ୍ରୀଙ୍କ ଡ୍ରଗ୍ସ ମାମଲାର ଯାଞ୍ଚ କରୁଥିବା ଏନ୍‌ସିବି ଅଫିସର

ନୂଆଦିଲ୍ଲୀ,୨।୪: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ମାମଲାର ଯାଞ୍ଚ କରୁଥିବା ମୁମ୍ବାଇ ଏନସିବିର ଅଧିକାରୀ ବିଶ୍ୱନାଥ ତିୱାରୀଙ୍କୁ ବରଖାସ୍ତ କରାଯାଇଛି। ବିନା ଅନୁମତିରେ ବିଦେଶ ଯାତ୍ରା ଏବଂ ଦୁର୍ନିତି କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ତଦନ୍ତ ପରେ ମାମଲାର ସତ୍ୟାସତ୍ୟ ଜଣାପଡିଥିଲା।…

ଗୁଜରାଟ ନିର୍ବାଚନ ପାଇଁ ଆଜିଠାରୁ ପ୍ରଚାର ଆରମ୍ଭ କରିବ ଏଏପି

ନୂଆଦିଲ୍ଲୀ,୨ ।୪: ପଞ୍ଜାବ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ନଜର ଗୁଜରାଟ ବିଧାନସଭା ଉପରେ । ଶନିବାରଠାରୁ କେରିୱାଲ ଗୁଜରାଟରେ ଶଙ୍ଖନାଦ କରିବାକୁ ଯାଉଛନ୍ତି…

ପୁଣି ବଢିଲା ପେଟ୍ରୋଲ,ଡିଜେଲ

ନୂଆଦିଲ୍ଲୀ,୨।୪: ଲଗାତର ଭାବେ ବଢିଚାଲିଛି ତେଲଦର । ଗୋଟିଏ ଦିନର ବ୍ୟବଧାନ ପରେ ପୁଣି ଶନିବାର ପେଟ୍ରୋଲ ଓ ଡିଜେଲ ୮୦ ପଇସା ବଢ଼ିଛି। ଓଡିଶାରେ ପେଟ୍ରୋଲ ଦର ୧୦୯ ଟଙ୍କା ୫୦ପଇସା ଥିବା ବେଳେ ଡିଜେଲ ୯୯ ଟଙ୍କା ୨୭…

ପଞ୍ଜାବକୁ ଚଣ୍ଡିଗଡ଼ ହସ୍ତାନ୍ତର ଦାବି

ଚଣ୍ଡିଗଡ଼,୨ା୪: ଚଣ୍ଡିଗଡ଼ରେ ପଞ୍ଜାବ ସେବା ନିୟମ ପରିବର୍ତ୍ତେ କେନ୍ଦ୍ରୀୟ ସେବା ନିୟମାବଳୀ ଲାଗୁ ହେବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କିଛିଦିନ ପୂର୍ବରୁ ଘୋଷଣା କରିଥିଲେ। ଶୁକ୍ରବାର ପଞ୍ଜାବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯାଇ ଚଣ୍ଡିଗଡ଼କୁ ହସ୍ତାନ୍ତର କରିବା ଲାଗି ଏକ…

ମୋଦିଙ୍କୁ ହତ୍ୟା ଧମକ

ମୁମ୍ବାଇ,୨ା୪: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ମୁମ୍ବାଇ ଶାଖାକୁ ଏକ ଧମକପୂର୍ଣ୍ଣ ଇ-ମେଲ୍‌ ମିଳିଛି। ମେଲ୍‌ ପଠାଇଥିବା ବ୍ୟକ୍ତିଙ୍କ ପାଖରେ ୨୦ କିଲୋଗ୍ରାମ ଆର୍‌ଡିଏକ୍ସ ରହିଥିବା ସେ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଲକ୍ଷାଧିକ ଲୋକଙ୍କୁ ହତ୍ୟା କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?