ଓମିକ୍ରନ ସହ ଲଢ଼େଇରେ ବୁଷ୍ଟର ଡୋଜ୍‌ ଜରୁରୀ

ନୂଆଦିଲ୍ଲୀ,୨।୪: କରୋନା ଭାଇରସ୍‌ର ଓମିକ୍ରନ ଭାରିଆଣ୍ଟ ମାମଲାରେ କୋଭିଶିଲ୍ଡ, କୋଭାକ୍ସିନ ଏବଂ ଉଭୟର ମିଶ୍ରଣର ଟିକା ନେଇଥିବା ଲୋକମାନଙ୍କ ମଧ୍ୟରେ ଆଣ୍ଟିବଡି ସ୍ତର ୬ ମାସ ପରେ ହ୍ରାସ ହେବାକୁ ଲାଗୁଛି। ଏନେଇ ପୁଣେ ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି(ଏନ୍‌ଆଇଭି) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ସୂଚନା ମିଳିଛି। ତେବେ କରୋନାର ଡେଲଟା ଏବଂ ଅନ୍ୟାନ୍ୟ ଚିନ୍ତାଜନକ ଭାରିଆଣ୍ଟ ମାମଲାରେ ପ୍ରଥମ ଡୋଜରେ କୋଭିଶିଲ୍ଡ ଏବଂ ଦ୍ୱିତୀୟ ଡୋଜରେ କୋଭାକ୍ସିନ ଟିକା ବେଶ୍‌ ପ୍ରଳପ୍ରଦ ବୋଲି ଏନ୍‌ଆଇଭିର ବୈଜ୍ଞାନିକ ଡକ୍ଟର ପ୍ରଜ୍ଞା ଯାଦବ କହିଛନ୍ତି। କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଟିକାକରଣର ପ୍ରଭାବକୁ ତିନୋଟି ଶ୍ରେଣୀରେ ମୂଲ୍ୟାଙ୍କନ କରାଯାଇଥିଲା ଏବଂ ପରୀକ୍ଷା ଅଧୀନରେ ଥିବା ସମସ୍ତ ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ, ଓମିକ୍ରନ ମାମଲାରେ ଟିକାକରଣ ପରେ ରୋଗ ପ୍ରତିରୋଧକ ଶକ୍ତି ୬ମାସ ପରେ ଦୁର୍ବଳ ହେବାକୁ ଲାଗୁଛି। ଏହାଦ୍ୱାରା ଟିକାକରଣ ରଣନୀତିରେ ପରିବର୍ତ୍ତନ ଆବଶ୍ୟକ ବୋଲି କୁହାଯାଇଥିଲା। ତେଣୁ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସହ ଲଢ଼େଇରେ ବୁଷ୍ଟର ଡୋଜ୍‌ ନିହାତି ଜରୁରୀ ବୋଲି ଏନ୍‌ଆଇଭିର ବୈଜ୍ଞାନିକ କହିଛନ୍ତି। ସୂଚନା ମୁତାବକ ଗତ ୨୪ ଘଣ୍ଟାରେ ଦେଶରେ ୧୨୬୦ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୮୩ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ଅପେକ୍ଷା ଶନିବାର କରୋନାଜନିତ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ଭାରତୀୟ ଧୀବରଙ୍କୁ ଗିରଫ କଲା ଶ୍ରୀଲଙ୍କା

ରାମେଶ୍ୱରମ୍‌,୨୫।୩: ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗରେ ୨୦ ଧୀବରଙ୍କୁ ଶ୍ରୀଲଙ୍କା ନୌସେନା ପକ୍ଷରୁ ଗିରଫ କରାଯାଇଛି। ଭାରତୀୟ ଧୀବରମାନେ ମାଛ ଧରା...

୨୭ ମାସ ପରେ ଜେଲ୍‌ରୁ ମୁକୁଳିଲେ ବିଧାୟକ ଆଜମ ଖାନ୍‌

ନୂଆଦିଲ୍ଲୀ,୨୦।୫: ଏକ ଠକେଇ ମାମଲାରେ ଜେଲ ଯାଇଥିବା ସମାଜବାଦୀ ପାର୍ଟିର ନେତା ୨୭ ମାସ ଜେଲରେ ଥିବା ଆଜମ ଖାନ ଶୁକ୍ରବାର ସୀତାପୁର ଜେଲରୁ ମୁକୁଳିଛନ୍ତି।...

ସୂଚନା ପ୍ରସାରଣ ମନ୍ତ୍ରୀଙ୍କ ସହିତ ଆଲୋଚନା ପାଇଁ ଟୁଇଟର ଆଗ୍ରହୀ

ନୂଆଦିଲ୍ଲୀ,୯।୨: ଜାନୁୟାରୀ ୨୬ରେ ଟାକ୍ଟର ରାଲି ସମୟରେ ଘଟିଥିବା ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାକିସ୍ତାନ ଏବଂ ଖଲିସ୍ତାନ ସହିତ ସମ୍ପର୍କିତ ୧୧୭୮ ଆକାଉଣ୍ଟ୍‌...

ଆମେରିକାରେ ୨୪ ଘଣ୍ଟାରେ ୧୪୮୦ କରୋନା ସଂକ୍ରମିତଙ୍କ ମୃତ୍ୟୁ

ୱାଶିଂଟନ, ୪ ।୪: ଆମେରିକାରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧୪୮୦ ଲୋକଙ୍କ...

କରୋନା ଟିକାକରଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ଘରେ ଘରେ ପହଞ୍ଚିବ ଟିକା

ନୂଆଦିଲ୍ଲୀ,୧ ।୧: ଦେଶରେ କରୋନା ଭାଇରସ ଟିକାକରଣକୁ ନେଇ ପ୍ରସ୍ତୁତି ଯୋରସୋରରେ ଚାଲିଛି । ଏହି ଟିକାକରଣ ପାଇଁ ପ୍ରାୟ ୯୬ ହଜାର କର୍ମୀଙ୍କୁ ପ୍ରଶିକ୍ଷଣ...

ଭାଜପା ପ୍ରାର୍ଥୀଙ୍କ କାର୍‌ରେ ଇଭିଏମ୍‌ ମିଳିବା ଘଟଣା: ୪ ଅଫିସର ନିଲମ୍ବିତ

ଦିସପୁର,୨।୪: ଆସାମ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନର କିଛି ଘଣ୍ଟା ପରେ ଗୁରୁବାର ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ...

ବଢ଼ୁଛି ସୁସ୍ଥ ସଂଖ୍ୟା, ହ୍ରାସ ପାଉଛି ସକ୍ରିୟ ମାମଲା: ସ୍ବାସ୍ଥ୍ୟମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨।୭: ଦେଶରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହରରେ ଦୈନିକ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି। ଏପ୍ରିଲ ଓ ମେ’ରେ ଦେଶରେ କରୋନା ଆତଙ୍କ ଖେଳାଇବା...

ମିସ୍‌ ୟୁନିଭର୍ସ ଟାଇଟେଲ୍‌ ଜିତି ଇତିହାସ ରଚିଥିବା ହରନାଜ୍‌ ସାନ୍ଧୁଙ୍କ ବିଷୟରେ ଜାଣନ୍ତୁ

ଜେରୁଜେଲମ୍‌,୧୩।୧୨: ଅଭିନେତ୍ରୀ-ମଡେଲ ହର୍‌ନାଜ୍‌ ସାନ୍ଧୁ ସୋମବାର ଇତିହାସ ସୃଷ୍ଟି କରିଛନ୍ତି। ସେ ମିସ ୟୁନିଭର୍ସ ୨୦୨୧ ଟାଇଟେଲ୍‌ ଜିତିଛନ୍ତି। ୨୧ ବର୍ଷ ପରେ ସେ ଭାରତ...

Advertisement
Archives

Model This Week