Posted inଜାତୀୟ

ପଞ୍ଜାବକୁ ଚଣ୍ଡିଗଡ଼ ହସ୍ତାନ୍ତର ଦାବି

ଚଣ୍ଡିଗଡ଼,୨ା୪: ଚଣ୍ଡିଗଡ଼ରେ ପଞ୍ଜାବ ସେବା ନିୟମ ପରିବର୍ତ୍ତେ କେନ୍ଦ୍ରୀୟ ସେବା ନିୟମାବଳୀ ଲାଗୁ ହେବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କିଛିଦିନ ପୂର୍ବରୁ ଘୋଷଣା କରିଥିଲେ। ଶୁକ୍ରବାର ପଞ୍ଜାବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯାଇ ଚଣ୍ଡିଗଡ଼କୁ ହସ୍ତାନ୍ତର କରିବା ଲାଗି ଏକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ଭାଜପା ସଦସ୍ୟମାନଙ୍କ ଅନୁପସ୍ଥିତିରେ ଧ୍ୱନିମତରେ ପ୍ରସ୍ତାବ ଗୃହୀତ ହୋଇଥିଲା। ପୂର୍ବରୁ ଭାଜପା ସଦସ୍ୟ ପ୍ରସ୍ତାବକୁ ବିରୋଧୀ କରି କକ୍ଷତ୍ୟାଗ କରିଥିଲେ। ଗୃହକୁ ଉଦ୍‌ବୋଧନ ଦେଇ ନୂଆ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ କହିଥିଲେ, ରାଜ୍ୟର ଅଧିକାର ହାସଲ ପାଇଁ ସେ ଲଢ଼େଇ ଜାରି ରଖିବେ। ପଞ୍ଜାବକୁ ଚଣ୍ଡିଗଡ଼ ହସ୍ତାନ୍ତର ଲାଗି ସେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।
ଆଗତ କରି ମାନ୍‌ କହିଥିଲେ, ପଞ୍ଜାବ ପୁନର୍ଗଠନ ଆଇନ, ୧୯୬୬ ଅନୁଯାୟୀ ଏହି ରାଜ୍ୟ ଗଠନ ହୋଇଥିଲା। ପରେ ପଞ୍ଜାବ ପୁନର୍ଗଠିତ ହୋଇ ହରିୟାଣା, ଚଣ୍ଡଗଡ଼ କେନ୍ଦ୍ରଶାସିତ ଅଞ୍ଚଳ ସୃଷ୍ଟି ହେବା ସହ କେତେକ ଅଞ୍ଚଳ ତତ୍କାଳୀନ କେନ୍ଦ୍ରଶାସିତ ଅଞ୍ଚଳ ହିମାଚଳପ୍ରଦେଶକୁ ହସ୍ତାନ୍ତର କରାଯାଇଥିଲା। ସେବେଠାରୁ ଭାକ୍ରା ବେଆସ୍‌ ପରିଚାଳନା ବୋର୍ଡ ଭଳି ସଂସ୍ଥାକୁ ମିଳିତ ସମ୍ପତ୍ତି ଦର୍ଶାଯାଇ ଏହାର ବିଭିନ୍ନ ଭାଗର ପରିଚାଳନା ପଞ୍ଜାବ ଓ ହରିୟାଣାକୁ ଦିଆଯାଇଛି। କେନ୍ଦ୍ର ସରକାର ନିକଟରେ ନେଇଥିବା କେତେକ ପଦକ୍ଷେପ ଦ୍ୱାରା ଏହି ସନ୍ତୁଳନକୁ ବିଗାଡ଼ିବାକୁ ଉଦ୍ୟମ ହେଉଥିବା ମାନ୍‌ କହିଛନ୍ତି। ପ୍ରସ୍ତାବକୁ ଆପ୍‌ ସମେତ କଂଗ୍ରେସ, ଶିରୋମଣି ଅକାଳୀ ଦଳ, ବିଏସ୍‌ପି ସମର୍ଥନ କରିଥିବାବେଳେ ଭାଜପା ସଦସ୍ୟ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଠା ଭୁଷୁଡି ୧୦ ମୃତ

ଭିୱଣ୍ଡି,୨୧ ।୯: ମହାରାଷ୍ଟ୍ର ଥାନେର ଭିୱଣ୍ଡିରେ ସୋମବାର ସକାଳେ ଏକ ତିନି ମହଲା କୋଠା ଭୁଷୁଡି ପଡିବା ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା...

ଭାରତରେ ବଢ଼ିଚାଲିଛି ସଂକ୍ରମଣ: ନିଜ ନାଗରିକଙ୍କୁ ଫେରାଇନେବ ଚାଇନା

ନୂଆଦିଲ୍ଲୀ,୨୫ା୫-ଭାରତ-ଚାଇନା ସୀମାରେ ଗତ କିଛିଦିନ ହେଲା ଉତ୍ତେଜନା ଲାଗି ରହିଛି। ଏହାର ସମାଧାନ ଲାଗି ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଜାରି ରହିଥିଲେ ହେଁ ସମାଧାନର...

ଉପବାସରେ ବସିଲେ ବିଜୟ ଗୋଏଲ

ନୂଆଦିଲ୍ଲୀ,୧।୧୧: ଦୀପାବଳି ପରେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଗମ୍ଭୀର ରୂପ ଧାରଣ କରିଛି। ଏହାକୁ ନେଇ ବିରୋଧୀ ଭାଜପା କେଜିରଓ୍ବାଲ ସରକାରଙ୍କୁ ଘେରିଛି। ଶୁକ୍ରବାର ଭାଜପା...

ଡ୍ରଗ୍ସ୍‌ କାରବାର ୩ ବର୍ଷରେ ୪୫୫ ପ୍ରତିଶତ ବୃଦ୍ଧି, ବର୍ଷକୁ ୨ ଲକ୍ଷରୁ ଅଧିକ ମୃତ୍ୟୁ…

ନୂଆଦିଲ୍ଲୀ,୫।୧୦: ଡ୍ରଗ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏନ୍‌ସିବି ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଗତ ବର୍ଷ ବଲିଉଡରେ ଡ୍ରଗ୍ସ୍‌ ମାମଲା ଆସିବା ପରେ...

କୃଷକ ଆମ ଦେଶର ସବୁଠାରୁ ବଡ ଶକ୍ତି: କୃଷି ମନ୍ତ୍ରୀ

ନୂଆଦିଲ୍ଲୀ,୫ ।୨: ରାଜ୍ୟ ସଭାରେ ଶୁକ୍ରବାର ବି କୃଷକ ଆନ୍ଦୋଳନ କଥାକୁ ନେଇ ଗୃହ ହୋଇଛି ସରଗରମ । ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ...

ଦୋଷୀ ଫାଶୀ ଖୁଣ୍ଟରେ ଛୁଲିଲା ପରେ ଖୁସି ହେବି: ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ,୫।୩: ନିର୍ଭୟା ଗଣ ବଳାତ୍କାର ମାମଲାର ୪ ଦୋଷୀଙ୍କ ପାଇଁ ଗୁରୁବାର ଚତୁର୍ଥ ଥର ଲାଗି ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ମାର୍ଚ୍ଚ ୨୦...

ଜିନ୍ସ ଓ କେପ୍ରି ପିନ୍ଧିଲେ ମିଳିବନି ଡ୍ରାଇଭିଂ ଲାଇସେନ୍ସ

ଚେନ୍ନାଇ୨୨।୧୦: ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ ଲାଗୁ ହେବା ପରେ ଲୋକେ ସଚେତନ ହୋଇ ଉଠିଛନ୍ତି। ଆରଟିଓ ଅଫିସରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ମହିଳାଙ୍କଠାରୁ...

ପତ୍ନୀଙ୍କୁ ହତ୍ୟା କରିବା ପାଇଁ ଡାକ୍ତରଙ୍କୁ ସୁପାରି

କୋଟା(ରାଜସ୍ଥାନ),୨୦।୧: ପତ୍ନୀଙ୍କୁ ହତ୍ୟା କରିବା ପାଇଁ ଜଣେ ଡାକ୍ତରଙ୍କୁ ସୁପାରି ଦେବାକୁ ଉଦ୍ୟମ କରିବା ଅଭିଯୋଗରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ...

Advertisement
Archives

Model This Week