ଜାତୀୟ

ଟିକେଟ୍‌ କିଣି ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲେ ମୋଦି

ପୁଣେ,୬।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ରର ପୁଣେରେ ପହଞ୍ଚି ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିଛନ୍ତି। ମୋଟ ୩୨.୨ କିମି ପୁଣେ ମେଟ୍ରୋ ରେଳ ପ୍ରକଳ୍ପର ୧୨ କିମି ବିଭାଗକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନ ପରେ ପ୍ରଧାନମନ୍ତ୍ରୀ ଷ୍ଟେଶନରେ…

ଡ୍ୟୁଟିରେ ବିରକ୍ତ ହୋଇ ୪ ସହକର୍ମୀଙ୍କ ଉପରେ ଆଖିବୁଜା ଗୁଳି ଚଳାଇ ନିଜକୁ ଗୁଳି କଲେ ବିଏସ୍‌ଏଫ୍‌ ଯବାନ…

ଅମୃତସର, ୬।୩ : ରବିବାର ସକାଳେ ଅମୃତସରର ବିଏସ୍‌ଏଫ୍‌ର ଖାସା ମୁଖ୍ୟାଳୟରେ ଜଣେ ଯବାନ ୪ ସହକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ତାଙ୍କ ସାଥୀମାନଙ୍କ ଉପରକୁ ଗୁଳି ଚଳାଇବା ପରେ ଯବାନ ଜଣକ ନିଜକୁ ଗୁଳି କରିଥିଲେ। ଏହି ଘଟଣାରେ ପାଞ୍ଚ…

ମସଜିଦ୍‌-ଇଦ୍‌ଗାହରେ ନମାଜ ପଢ଼ିବେ ମୁସଲମାନ୍‌ ମହିଳା, ଏମ୍‌ଆର୍‌ଏମ୍‌ ପକ୍ଷରୁ ଅଭିଯାନ ଯୋଜନା…

ନୂଆଦିଲ୍ଲୀ, ୬।୩ : ଏଣିକି ମସଜିଦ୍‌ ଏବଂ ଇଦ୍‌ଗାହରେ ମୁସଲମାନ୍‌ ମହିଳାମାନେ ନମାଜ ପଢ଼ି ପାରିବେ। ଏନେଇ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘର ମୁସଲିମ ରାଷ୍ଟ୍ରୀୟ ମଞ୍ଚ (ଏମ୍‌ଆର୍‌ଏମ୍‌) ପକ୍ଷରୁ ଏକ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହା ସହିତ, ବିବାହର ସର୍ବନିମ୍ନ…

ସକ୍ରିୟ ମାମଲା ୬୦ ହଜାର ତଳେ…

ନୂଆଦିଲ୍ଲୀ, ୬।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୬ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୫ ହଜାର ୪୭୬…

ଅପରେଶନ ଗଙ୍ଗା: ମାର୍ଚ୍ଚ ୧୧ସୁଦ୍ଧା ୧୦୦ ବିମାନରେ ସ୍ୱଦେଶ ଫେରିବେ ଭାରତୀୟ, ଏବେବି ସୁମିରେ ଫସି ରହିଛନ୍ତି କେତେଜଣ ଛାତ୍ର

ନୂଆଦିଲ୍ଲୀ,୬ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଭାରତ ସରକାରଙ୍କ ଅପରେଶନ ଗଙ୍ଗାକୁ ଜୋରଦାର କରାଯାଇଛି । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯିବାର ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ତେବେ ୟକ୍ରେନରେ ଫସି ରହିଥିବା ପ୍ରାୟ ୨୦ ହଜାର…

‘ଅପରେଶନ ଗଙ୍ଗା’ ନାଁରେ ଶିଶୁର ନାମକରଣ କରିବେ ୟୁକ୍ରେନରୁ ଉଦ୍ଧାର ହୋଇଥିବା ଭାରତୀୟ ଦମ୍ପତି

ୱାରସ/ଥିରୁଭାନନ୍ତପୁରମ,୬ ।୩: ୟୁକ୍ରେନର କ୍ୱିଭରେ ରେସ୍ତୋରାଁ କରିଥିବା କେରଳର ଜଣେ ବ୍ୟକ୍ତି ଅଭିଜିତ ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ଫସି ଯାଇଛନ୍ତି । ଏବେ ତାଙ୍କ ପତ୍ନୀ ୯ ମାସର ଗର୍ଭବତୀ ଥିବା ବେଳେ ମାର୍ଚ୍ଚ ୨୬ରେ ସନ୍ତାନ ପ୍ରସବ ହେବାର ସୂଚନା ଦେଇଛନ୍ତି…

ବିଦେଶୀ ମେଡିକାଲ ଛାତ୍ରୀଛାତ୍ରଙ୍କୁ ଭାରତରେ ଇଣ୍ଟର୍ନଶିପ୍‌ ଅନୁମତି

ନୂଆଦିଲ୍ଲୀ,୬।୩(ଆଇଏଏନ୍‌ଏସ୍‌): ବିଦେଶରେ ଡାକ୍ତରୀ ଶିକ୍ଷା ଗ୍ରହଣ କରିଥିବା ଛାତ୍ରୀଛାତ୍ର ଭାରତରେ ଇଣ୍ଟର୍ନଶିପ୍‌ ସମ୍ପୂର୍ଣ୍ଣ କରିପାରିବେ। କୋଭିଡ୍‌-୧୯ ମହାମାରୀ ଏବଂ ୟୁକ୍ରେନ୍‌ ସଙ୍କଟ ଆଦି ସ୍ଥିତି ଯୋଗୁ ଇଣ୍ଟର୍ନଶିପ୍‌ ସମ୍ପୂର୍ଣ୍ଣ କରିପାରି ନ ଥିବା ବିଦେଶୀ ଛାତ୍ରୀଛାତ୍ରଙ୍କୁ ଭାରତରେ ଏହା ଶେଷ କରିବା…

ଅପରେଶନ ଗଙ୍ଗା: ୨୨୦୦ ଭାରତୀୟଙ୍କୁ ନେଇ ଆଜି ସ୍ୱଦେଶ ଫେରିବ ୧୧ ବିମାନ

ନୂଆଦିଲ୍ଲୀ,୬ ।୩: ୟୁକ୍ରେନ୍ ଯୁଦ୍ଧରେ ଫସି ରହିଥିବା ପ୍ରାୟ ୨୨୦୦ ଭାରତୀୟଙ୍କୁ ନେଇ ଶନିବାର ୧୧ଟି ବିମାନ ସ୍ୱଦେଶ ଫେରିବ ବୋଲି ଜଣାପଡିଛି । ଅପରେଶନ ଗଙ୍ଗା ମାଧ୍ୟମରେ ଭାରତୀୟମାନେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଶନିବାର ୧୫ଟି ବିମାନରେ ପାଖାପାଖି…

ବୁଲା କୁକୁରଙ୍କୁ ଖାଇବାକୁ ଦେବା ନାଗରିକଙ୍କ ଅଧିକାର, ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୫।୩ : ରାସ୍ତାରେ ବୁଲୁଥିବା ବୁଲା କୁକୁରଙ୍କୁ ଖାଇବାକୁ ଦେବା ନାଗରିକଙ୍କ ଅଧିକାର। ଦିଲ୍ଲୀ ହାଇକୋର୍ଟ ଏଭଳି ରାୟ ପ୍ରଦାନ କରିଥିଲେ। ତେବେ ଏହାର ଶୁଣାଣି କରି ସୁପ୍ରିମ୍‌କୋର୍ଟ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଛନ୍ତି। ଏନେଇ ଶୀର୍ଷକୋର୍ଟ ଭାରତୀୟ…

୧୦୦ ବସ୍‌ର ବ୍ୟବସ୍ଥା କଲା ରୁଷିଆ…

ନୂଆଦିଲ୍ଲୀ /କ୍ୱିଭ୍‌/ମସ୍କୋ, ୫।୩ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଲଗାତାର ୧୦ ଦିନ ଧରି ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନ୍‌ରୁ ଭାରତୀୟ ନାଗରିକ ଏବଂ ଛାତ୍ରୀଛାତ୍ରଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସରକାରଙ୍କ ପକ୍ଷରୁ ଅପରେଶନ୍‌ ଗଙ୍ଗା ଆରମ୍ଭ କରାଯାଇଛି। ସୁବିଧାରେ…

ୟୁପିରେ ପ୍ରଚାର ଶେଷ, ସୋମବାର ସପ୍ତମ ପର୍ଯ୍ୟାୟ ମତଦାନ

ଲକ୍ଷ୍ନୌ,୫।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଲାଗି ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହାସହିତ ଦୀର୍ଘ ୨ ମାସ ଧରି ୟୁପିରେ ଲାଗି ରହିଥିବା ହାଇଭୋଲ୍ଟେଜ୍‌ ପ୍ରଚାରର ଅନ୍ତ ଘଟିଛି। ସପ୍ତମ ପର୍ଯ୍ୟାୟରେ ମୋଦିଙ୍କ…

ୟୁକ୍ରେନରୁ ଭାରତୀୟମାନଙ୍କୁ ସଫଳ ସ୍ଥାନାନ୍ତର ବିଧାନସଭା ନିର୍ବାଚନରେ ସକାରାତ୍ମକ ପ୍ରଭାବ ପକାଇବ: ଶାହା

ନୂଆଦିଲୀ,୫ା୩: ଜାନୁୟାରୀରୁ ୟୁକ୍ରେନର ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି ବୋଲି ଭାଜପାର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର କହିଛନ୍ତି। ସେ କହିଛନ୍ତି, ଯୁଦ୍ଧ ପ୍ରଭାବିତ ଦେଶରୁ ଭାରତୀୟମାନଙ୍କୁ ସଫଳ ସ୍ଥାନାନ୍ତର କରିବା ବିଧାନସଭା ନିର୍ବାଚନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri