ରଣବୀରରେ ବିସ୍ଫୋରଣ: ୩ ମୃତ
ମୁମ୍ବାଇ,୧୯।୧: ଭାରତୀୟ ନୌସେନାର ମୁମ୍ବାଇ ଡକ୍ୟାର୍ଡରେ ଥିବା ଆଇଏନ୍ଏସ୍ ରଣବୀରରେ ମଙ୍ଗଳବାର ରାତିରେ ବିସ୍ଫୋରଣ ଘଟିଛି। ଏଥିରେ ୩ ନାବିକଙ୍କ ଜୀବନ ଯାଇଥିବାବେଳେ ଅନେକେ ଆହତ ହୋଇଛନ୍ତି। ବିସ୍ଫୋରଣର କାରଣ ସ୍ପଷ୍ଟ କରିବା ଲାଗି ନୌସେନା ପକ୍ଷରୁ କୋର୍ଟ ଅଫ୍ ଇନ୍କ୍ୱାରି…
ଟିକା ବିକାଶ ପାଇଁ ଟଙ୍କା ଦେଇନି କେନ୍ଦ୍ର
କୋଭିଡ୍-୧୯ ଟିକାର ବିକାଶ ପାଇଁ ପିଏମ୍ କେୟାର୍ସ ପାଣ୍ଠିରୁ ୧୦୦ କୋଟି ଟଙ୍କା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍ଓ) ପକ୍ଷରୁ ଘୋଷଣା କରାଯିବାର ୧୯ ମାସ ପରେ ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ନାହିଁ।…
କମୁଛି କୋଭିଡ୍ ପରୀକ୍ଷା ହାର,ଉଦ୍ବେଗ ପ୍ରକାଶ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୧୮।୧(ପି.ଟି.): ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିିତ ଅଞ୍ଚଳରେ କୋଭିଡ୍ ପରୀକ୍ଷା ହାର କମୁଛି। ଏହାକୁ ନେଇ କେନ୍ଦ୍ର ସରକାର ଉଦ୍ବେଗ ପ୍ରକାଶ କରିଛନ୍ତି। ତୁରନ୍ତ ପରୀକ୍ଷା ବଢ଼ାଇବା ଲାଗି ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ପରୀକ୍ଷା ବଢ଼ିଲେ ସଂକ୍ରମିତ ଚିହ୍ନଟ ହେବା ସହ…
ମନୋଜ ପାଣ୍ଡେ ହେବେ ପରବର୍ତ୍ତୀ ସ୍ଥଳସେନା ଉପମୁଖ୍ୟ
ନୂଆଦିଲ୍ଲୀ,୧୮।୧: ଦେଶର ପରବର୍ତ୍ତୀ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ନିଯୁକ୍ତି ଅଟକି ରହିଛି। ମାତ୍ର ମଙ୍ଗଳବାର ସରକାର ପୂର୍ବାଞ୍ଚଳ ସେନା କମାଣ୍ଡର ଲ୍ୟୁଟ୍ନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କୁ ସ୍ଥଳସେନାର ପରବର୍ତ୍ତୀ ଉପମୁଖ୍ୟ ଭାବେ ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଥିବା…
ଅଖିଳେଶଙ୍କ ପାଇଁ ମମତା କରିବେ ପ୍ରଚାର, ଦଳ ଦେବନାହିଁ ପ୍ରାର୍ଥୀ
ଲକ୍ଷ୍ନୌ,୧୮।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ବାତାବରଣ ସରଗରମ ରହିଛି। ଭାଜପାକୁ କ୍ଷମତାରୁ ହଟାଇବା ପାଇଁ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହ ଏବେ ହାତ ମିଳାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତାଙ୍କ ଟିଏମସି ଏହି ନିର୍ବାଚନରେ…
ବୁଡିଗଲେ ୬ ଛାତ୍ର
ଧାରାପୁରମ(ତାମିଲନାଡୁ),୧୮।୧: ତାମିଲନାଡୁର ତିରୁପୁର ଜିଲାରେ ଧାରାପୁରମରେ ନଦୀରେ ବୁଡି ୬ ଛାତ୍ର ପ୍ରାଣ ହରାଇଛନ୍ତି। ସୋମବାର ୮ ଜଣ ସାଙ୍ଗ ଅମରାବତୀ ନଦୀକୁ ଗାଧେଇବାକୁ ଯାଇଥିଲେ। ମୃତକଙ୍କ ମଧ୍ୟରେ ୫ ସ୍କୁଲ ଛାତ୍ର ଏବଂ ଜଣେ କଲେଜ ଛାତ୍ର ରହିଛନ୍ତି। ଅଧିକାରୀଙ୍କ…
ଘାଜିପୁରରୁ ଟାଇମର ସହ ଆର୍ଡିଏକ୍ସ ବୋମା ମିଳିଥିଲା
ମୁମ୍ବାଇ,୧୮।୧: ଇମ୍ପ୍ରୋଭାଇଜଡ୍ ବିସ୍ଫୋରଣ ଉପକରଣ (ଆଇଇଡି) ଘାଜିପୁରର ଫୁଲ ବଜାରରେ ଶୁକ୍ରବାର ମିଳିଥିଲା। ଏହି ବୋମା ସହ ଟାଇମର ଫିକ୍ସ କରାଯାଇଥିଲା। ଧାର୍ଯ୍ୟ ସମୟର ଦେଢ଼ ଘଣ୍ଟା ପୂର୍ବରୁ ଏହାକୁ ନିୟନ୍ତ୍ରିତ ବିସ୍ଫୋରଣରେ ନଷ୍ଟ କରାଯାଇଥିଲା। ଦିଲ୍ଲୀ ପୋଲିସ ନିକଟରେ ଦାଖଲ…
ଭୋକକୁ ସନ୍ତୁଷ୍ଟ କରିବା ଜରୁରୀ, କମ୍ୟୁନିଟି କିଚେନ୍ ମଡେଲ ଯୋଜନା ପାଇଁ କେନ୍ଦ୍ରକୁ ସୁପ୍ରିମ୍କୋର୍ଟଙ୍କ ପରାମର୍ଶ …
ନୂଆଦିଲ୍ଲୀ, ୧୮।୧ : ଦେଶରେ ବହୁ ଲୋକଙ୍କୁ ଦିନକୁ ଦୁଇମୁଠା ଖାଇବାକୁ ମିଳୁନି। ଏନେଇ ଏକ ମାମଲାର ବିଚାର କରି ସୁପ୍ରିମ୍ କୋର୍ଟ ମଙ୍ଗଳବାର କହିଛନ୍ତି ଯେ, ଭୋକକୁ ସନ୍ତୁଷ୍ଟ କରିବା ଜରୁରୀ। ଏନେଇ ଶୀର୍ଷ କୋର୍ଟ କେନ୍ଦ୍ର ସରକାରଙ୍କୁ କମ୍ୟୁନିଟି…
ଶୀତରେ ବେଆଇନ ବ୍ରିଜ୍ ନିର୍ମାଣ ଶେଷ କରିବାକୁ ଚାଇନାର ଷଡ଼ଯନ୍ତ୍ର, ଉପଗ୍ରହ ଚିତ୍ରରୁ ପର୍ଦ୍ଦାଫାଶ୍…
ଲଦାଖ, ୧୮।୧ : ଶୀତଋତୁରେ ପୂର୍ବ ଲଦାଖରେ ପ୍ରବଳ ଥଣ୍ଡାରେ ପାଙ୍ଗୋଙ୍ଗ୍ ହ୍ରଦର ପାଣି ବରଫ ପାଲଟି ଯାଇଛି। ଏପରିସ୍ଥଳେ ଚାଇନା ଏଠାରେ ୪୦୦ ମିଟର ଲମ୍ବ ବେଆଇନ ବ୍ରିଜ୍ ନିର୍ମାଣ ଶେଷ କରିବାକୁ ଷଡ଼ଯନ୍ତ୍ର ଜାରି ରଖିଛି। ଏଲ୍ଏସିରେ ବ୍ରିଜ୍…
ଦିଲ୍ଲୀ ଉପରେ ସଙ୍କଟ, ଧସିବାରେ ଲାଗିଛି ଭୂଇଁ …
ନୂଆଦିଲ୍ଲୀ, ୧୮।୧ : ରାଜଧାନୀ ଦିଲ୍ଲୀ ଉପରେ ନୂଆ ସଙ୍କଟ ଘନେଇବାରେ ଲାଗିଛି। ମାଟି ତଳେ ପାଣିର ଅଭାବ ଯୋଗୁ ଦିଲ୍ଲୀର ଭୂଇଁ ଧସିବାରେ ଲାଗିଛି। ଏକ ଆନ୍ତର୍ଜାତୀୟ ରିପୋର୍ଟରେ ଏପରି ତଥ୍ୟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ,…
୫୦ ଲକ୍ଷରୁ ଊର୍ଦ୍ଧ୍ୱ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ ୱାର୍କର୍ସ, ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ନେଲେଣି କରୋନା ‘ପ୍ରିକଶନ ଡୋଜ’: ମାଣ୍ଡବିୟ
ନୂଆଦିଲ୍ଲୀ,୧୮ ।୧: କରୋନା ମହାମାରୀକୁ ହରାଇବାର ଏକମାତ୍ର ଉପାୟ ଭ୍ୟାକ୍ସିନ ବୋଲି କୁହାଯାଉଛି । ଯେଉଁମାନେ ୨ଟି ଡୋଜ ଭ୍ୟାକ୍ସିନ ନେଇ ସାରିଛନ୍ତି ସେମାନେ ଏବେ ‘ପ୍ରିକଶନ ଡୋଜ’ ବା ବୁଷ୍ଟର ଡୋଜ ନେବାକୁ ଯୋଗ୍ୟ । ତେବେ ଜାନୁୟାରୀରୁ ଆରମ୍ଭ…
ନାବାଳକଙ୍କୁ ପିଟ୍ ବୁଲ ଆକ୍ରମଣ କରିବାରୁ ମାଲିକ ଗିରଫ
ଗୌତମ ବୁଦ୍ଧ ନଗର,୧୮।୧: ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲାର ସାଦୋପୁର ଗ୍ରାମରେ ସୋମବାର ଏକ ପିଟ୍ ବୁଲ ଆକ୍ରମଣରେ ଜଣେ ନାବାଳକ ଗୁରୁତର ହୋଇଛି। ଏହି ଘଟଣାରେ କୁକୁରର ମାଲିକଙ୍କୁ ଗିରଫ କରାଯାଇଛି। ବାଦଲପୁର ପୋଲିସ ଅନୁଯାୟୀ, ନାବାଳକଙ୍କ ପରିବାର…
Archives


