ସକ୍ରିୟ ମାମଲା ୧୭ ହଜାର ତଳେ, ଦିଲ୍ଲୀରେ କମିଲା ସଂକ୍ରମଣ…

ନୂଆଦିଲ୍ଲୀ, ୧୭।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ସର୍ବାଧିକ ୩୭୭ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି କେରଳରେ ୩୨୧ ଜଣ, ହରିୟାଣାରେ ୨୧୮ ଜଣ, ଉତ୍ତରପ୍ରଦେଶରେ ୧୩୮ ଜଣ, ମହାରାଷ୍ଟ୍ରରେ ୧୨୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌ ଲାଗି ଏହା ୧୬ ହଜାର ତଳେ ରହିଛି। ଏହା ୧ ହଜାର ୫୬୯ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୦ ତଳେ ରହିଛି। ଏହା ୧୯ରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ୧୭ ହଜାର ତଳେ ରହିଛି। ଏହା ୧୬ ହଜାର ୪୦୦ ରହିଛି। ସେହିପରି ୨୪ ଘଣ୍ଟାରେ ୨ ହଜାର ୪୬୭ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୨୬୦ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୧ ଲକ୍ଷ ୨୫ ହଜାର ୩୭୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୫ ଲକ୍ଷ ୮୪ ହଜାର ୭୧୦ ଜଣ ସୁସ୍ଥ ହୋଇ ସାରିଛନ୍ତି।

ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୧ କୋଟି ୫୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୬୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୨ କୋଟି ୧୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସି କାର୍ଯ୍ୟାଳୟରେ ବୋମା ଭିଡୁଥିବା ବେଳେ ଦୁର୍ଘଟଣା ଘଟିଛି: ଭାଜପା

କୋଲକାତା,୨୬।୩: ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୩୦ଟି  ବିଧାନସଭା ଆସନ ପାଇଁ ଶନିବାର ମତଦାନ ହେବ। ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ପଶ୍ଚିମବଙ୍ଗ ବଙ୍କୁରା...

‘ସୁପାରିସରେ ଦିଆଯିବ ନାହିଁ ଚାକିରି’

ମୋହାଲି,୨୦।୩: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ରବିବାର ଆମ ଆଦମି ପାର୍ଟି (ଏଏପି)ର ବିଧାୟକଙ୍କୁ ଲୋକଙ୍କ କଲ୍ୟାଣ ପାଇଁ ସଚ୍ଚୋଟତା ସହ କାର୍ଯ୍ୟ କରିବାକୁ କହିଛନ୍ତି।...

ଇସ୍ରୋର ମୋବାଇଲ ଲଞ୍ଚ୍‌ପ୍ୟାଡ୍‌ ଯୋଜନା

ବେଙ୍ଗାଲୁରୁ,୧୬ା୧୨: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଅନେକ ବଡ଼ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ କରିଛି। ଯଦି ସବୁକିଛି ଠିକ୍‌ ଚାଲେ ତେବେ ଆଗାମୀ ଦଶନ୍ଧିରେ...

ପ୍ରଚାର ମଙ୍ଗ ଧରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୨: ୫ ରାଜ୍ୟରେ ବାଜିଛି ନିର୍ବାଚନ ବିଗୁଲ। ଏହାକୁ ନେଇ ରାଜନୀତି ପାଣିପାଗ ସରଗରମ ରହିଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ମଙ୍ଗ...

ସମୟ ପୂର୍ବରୁ ମୌସୁମୀ ଅଧିବେଶନ ଶେଷ ହେବା ଆଶଙ୍କା, ହେଲାଣି ୨୬.୯୨୫ କୋଟି କ୍ଷତି…

ନୂଆଦିଲ୍ଲୀ,୩୧।୭: ସଂସଦର ମୌସୁମୀ ଅଧିବେଶନ ଅଚଳ ହୋଇପଡ଼ିଛି। ଜୁଲାଇ ୧୯ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି।...

ରେକର୍ଡ କଲା ପିଆଜ

ମଦୁରାଇ,୮।୧୨: ଦେଶର ବିଭିନ୍ନ ଭାଗରେ ପିଆଜ ସେଞ୍ଚୁରି ମାରିଥିବା ବେଳେ ତାମିଲନାଡୁର ମଦୁରାଇରେ କିନ୍ତୁ ଏହା ରେକର୍ଡ କରିଛି। ରବିବାର ଏଠାରେ ପିଆଜର କିଲୋଗ୍ରାମ୍‌ ପ୍ରତି...

ଗରିବଙ୍କ ପେଟକୁ ଜୁଟୁନି ଦାନା: ଖତ ଖାଇଗଲା ୧୨୬୫ କ୍ୱିଣ୍ଟାଲ ଗହମ

ଭୋପାଳ, ୧୫।୭: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। କାମଧନ୍ଧା ନ କରି ପାରି ଗରିବଙ୍କ ପେଟକୁ ଦାନା ଜୁଟୁନି। ଏପରିସ୍ଥଳେ ପ୍ରଶାସନର...

ନୂଆ ସଂସଦ ଭବନ ଉଦ୍‌ଘାଟନ ପ୍ରସଙ୍ଗ: ମାମଲାକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ରବିବାର ଦିନ ନୂଆ ସଂସଦ ଭବନ ଉଦ୍‌ଘାଟନ କରିବାକୁ ଯାଉଛନ୍ତି। ଏନେଇ ଉଦ୍‌ଘାଟନୀ ଉତ୍ସବକୁ ୨୧ଟି ବିରୋଧୀ ଦଳ ବର୍ଜନ...

Advertisement
Archives

Model This Week