ଡ୍ରୋନ୍ରେ ସୀମା ପାର୍ ହେରୋଇନ୍ ଚୋରା ଚାଲାଣ, ବିଏସ୍ଏଫ୍ ଗୁଳି କରି ଖସାଇଲା …
ଅମୃତସର, ୯।୫ : ପାକିସ୍ତାନ ଭାରତ ବିରୋଧରେ ଷଡ଼ଯନ୍ତ୍ର ଜାରି ରହିଛି। ଡ୍ରୋନ୍ ମାଧ୍ୟମରେ ସୀମାବର୍ତ୍ତୀ ଅଞ୍ଚଳକୁ ଅସ୍ତ୍ରଶସ୍ତ୍ରଠାରୁ ଆରମ୍ଭ କରି ବିଭିନ୍ନ ନିଶାଦ୍ରବ୍ୟ ଚୋରା ଚାଲାଣ ପାକିସ୍ତାନ ଇଶାରାରେ କରାଯାଉଛି। ରବିବାର ରାତିରେ ବିଏସ୍ଏଫ୍ ଅମୃତସର ସେକ୍ଟରରେ ଏକ ପାକିସ୍ତାନୀ…
ଦିବ୍ୟାଙ୍ଗ ପିଲାଟିକୁ ବିମାନରେ ଯାତ୍ରା କରିବାକୁ ମିଳିଲାନି ଅନୁମତି
ରାଞ୍ଚି,୯।୫: ଝାଡଖଣ୍ଡର ରାଞ୍ଚି ବିମାନବନ୍ଦରରେ ଏକ ଅମାନବୀୟ ଘଟଣା ଘଟିଛି। ଇଣ୍ଡିଗୋ ଏୟାରଲାଇନ୍ସର କର୍ମଚାରୀମାନେ ଜଣେ ଦିବ୍ୟାଙ୍ଗ ପିଲାକୁ ବିମାନରେ ବସିବାକୁ ଅନୁମତି ଦେଇନାହାନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ତଦନ୍ତ ଆରମ୍ଭ କରିଛି।…
ଦାଉଦ୍ଙ୍କ ସହଯୋଗୀଙ୍କ ଘରେ ଏନ୍ଆଇଏ ଚଢ଼ାଉ…
ମୁମ୍ବାଇ, ୯।୫ : ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏନ୍ଆଇଏ) ପକ୍ଷରୁ ଅଣ୍ଡରୱାଲର୍ଡ ଡନ ଡାଉଦ୍ ଇବ୍ରାହିମଙ୍କ ସହଯୋଗୀଙ୍କ ଉପରେ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନ୍ଆଇଏ ପକ୍ଷରୁ ତାଙ୍କର ଘନିଷ୍ଠ ସହଯୋଗୀଙ୍କର ୨୦ରୁ ଅଧିକ ସ୍ଥାନ ଉପରେ ସୋମବାର ଚଢ଼ାଉ…
ମୃତ୍ୟୁ ସଂଖ୍ୟା ୩୦ ତଳେ…
ନୂଆଦିଲ୍ଲୀ, ୯।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…
ଗୁଜରାଟରେ କରୋନା ବିସ୍ଫୋରଣ: ଅହମଦାବାଦ ଇନଷ୍ଟିଚ୍ୟୁଟ କ୍ୟାମ୍ପସ କଣ୍ଟେନମେଣ୍ଟ ଜୋନ ଘୋଷଣା
ଗାନ୍ଧିନଗର,୯ ।୫: ଗୁଜରାଟରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅହମଦାବାଦରେ ଥିବା ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍ ଡିଜାଇନରେ ୨୪ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ୧୭୮ ଜଣଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି । ଏହାକୁ ଦୃଷ୍ଟିରେ…
ରାଷ୍ଟ୍ରପତି ନିର୍ବାଚନ, ଏମ୍ପିଙ୍କ ଭୋଟ ମୂଲ୍ୟ ୭୦୮ରୁ ୭୦୦କୁ ହ୍ରାସ…
ନୂଆଦିଲ୍ଲୀ, ୯।୫ : ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଏମ୍ପିଙ୍କ ଭୋଟର ମୂଲ୍ୟ ୭୦୮ରୁ ୭୦୦ କୁ ହ୍ରାସ ପାଇବାର ଆଶଙ୍କା ଦେଖାଦେଇଛି। ଏହାର କାରଣ ହେଉଛି ଜମ୍ମୁ-କଶ୍ମୀର ବିଧାନସଭା ଭଙ୍ଗ। ରାଜ୍ୟର ବିଧାୟକଙ୍କ ଭୋଟର ମୂଲ୍ୟ ଆଧାରରେ…
ରାସ୍ତାରେ ଧର୍ମୀୟ ଉତ୍ସବକୁ ମିଳିବନି ଅନୁମତି
ଝାନ୍ସି,୯।୫: ରାସ୍ତାରେ ଧର୍ମୀୟ କାର୍ଯ୍ୟକ୍ରମ ଆୟୋଜନକୁ ଅନୁମତି ନ ଦେବା ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି କାର୍ଯ୍ୟକ୍ରମ କେବଳ ଧର୍ମସ୍ଥଳୀ ପରିସରରେ କରାଯିବା ଆବଶ୍ୟକ ବୋଲି ଜଣେ ସରକାରୀ ମୁଖପାତ୍ର କହିଛନ୍ତି। ଲଲିତପୁର…
ନିଆଁ ଲଗାଇଥିଲେ ବିଫଳ ପ୍ରେମିକ
ଇନ୍ଦୋର,୯।୫: ଇନ୍ଦୋରର ସ୍ବର୍ଣ୍ଣବାଗ ଅଞ୍ଚଳରେ ଥିବା ଏକ ୩ ମହଲା ରେସିଡେନ୍ସିଆଲ ବିଲ୍ଡିଂରେ ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗି ୨ ମହିଳାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ହୋଇଥିଲେ। ଜଣେ ବିଫଳ ପ୍ରେମିକ…
ଆମେରିକା ଫେରନ୍ତା ଦମ୍ପତିଙ୍କୁ ହତ୍ୟା: ୫ କୋଟି ଲୁଟିଲେ ଚାକର
ଚେନ୍ନାଇ,୯।୫: ଚେନ୍ନାଇର ଏକ ଦମ୍ପତିଙ୍କୁ ହତ୍ୟା ପରେ ୫ କୋଟି ଟଙ୍କାର ସମ୍ପତ୍ତି ଲୁଟ୍ ଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଥିରୁ ସମ୍ପୃକ୍ତ ଦୁଇଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି। ଘରେ କାମ କରୁଥିବା ଚାକର ଏହି ଜଘନ୍ୟ କାଣ୍ଡ…
ଦେଶଦ୍ରୋହ ଆଇନର ବୈଧତା ଯାଞ୍ଚ ଅନାବଶ୍ୟକ: କେନ୍ଦ୍ର
ନୂଆଦିଲ୍ଲୀ,୯।୫: ଦେଶଦ୍ରୋହ ଆଇନ ଉଚ୍ଛେଦକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି। ଉକ୍ତ ଆଇନ ଆଧାରରେ ଦିଆଯାଇଥିବା ରାୟର ପୁନଃ ସମୀକ୍ଷା ଆବଶ୍ୟକ ନାହିଁ। ସର୍ବୋଚ୍ଚ ଅଦାଲତଙ୍କ ୬ ଦଶନ୍ଧି ତଳର ରାୟରେ ଧାରା ୧୨୪ଏର ବୈଧତାକୁ କାଏମ ରଖାଯାଇଥିଲା। ଏହା ଏକ…
୩୦% ମହିଳା ଶାରୀରିକ ହିଂସାର ଶିକାର
ନୂଆଦିଲ୍ଲୀ,୯।୫: ଭାରତର ପ୍ରାୟ ଏକତୃତୀୟାଂଶ ମହିଳା ଶାରୀରିକ ଏବଂ ଯୌନହିଂସାର ଶିକାର ହୋଇଥାନ୍ତି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-୫ (ଏନ୍ଏଫ୍ଏଚ୍ଏସ୍-୫) ରିପୋର୍ଟରେ ଏହା କୁହାଯାଇଛି। ଦେଶରେ ମହିଳାମାନଙ୍କ ପ୍ରତି ଘରୋଇ ହିଂସା ୩୧.୨ ପ୍ରତିଶତରୁ ୨୯.୩ ପ୍ରତିଶତକୁ ହ୍ରାସ ପାଇଛି। ଅନ୍ୟପକ୍ଷରେ…
ଏଫ୍ପିଆଇ ମାଲିକାନା ୧୯.୫%କୁ ହ୍ରାସ
ନୂଆଦିଲ୍ଲୀ,୯ା୫: ଘରୋଇ ଶେୟାର ବଜାରରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫ୍ପିଆଇ)ର ମାଲିକାନା ଗତ ମାର୍ଚ୍ଚରେ ୧୯.୫%କୁ ହ୍ରାସ ପାଇ ୬୧୯ ବିଲିୟନ ଡଲାରରେ ପହଞ୍ଚିଛି। ନ୍ୟାଶନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ (ଏନ୍ଏସ୍ଇ)-୫୦୦ କମ୍ପାନୀଗୁଡ଼ିକର ବିଶ୍ଲେଷଣ ପରେ ବ୍ରୋକରେଜ୍ ଫାର୍ମ ବ୍ୟାଙ୍କ୍ ଅଫ୍ ଆମେରିକା…
Archives


