Posted inଜାତୀୟ

ଅଧ୍ୟକ୍ଷ ପଦ ପାଇଁ ଗେହଲଟଙ୍କ ନାମ ନେଇ ଚର୍ଚ୍ଚା, ପାଇଲଟଙ୍କ ଲାଗି ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ…

ନୂଆଦିଲ୍ଲୀ, ୨୪।୮ : ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ଏକ ବଡ ପରିବର୍ତ୍ତନ ଆଡ଼କୁ ଅଗ୍ରସର ହେଉଛି। ଦଶନ୍ଧି ପରେ ସେ ଜଣେ ଅଣ-ଗାନ୍ଧୀ ପରିବାର ସଦସ୍ୟଙ୍କୁ ଅଧ୍ୟକ୍ଷ ଭାବରେ ଚୟନ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କଂଗ୍ରେସର ବର୍ତ୍ତମାନର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଅଶୋକ ଗେହଲଟଙ୍କୁ ଏହି ପଦ ପାଇଁ ପ୍ରସ୍ତାବ ଦେଇଛନ୍ତି।

ତେବେ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରାଯିବା ଉଚିତ ବୋଲି ଗେହଲଟ ପୂର୍ବରୁ ବହୁ ଥର କହିଛନ୍ତି। ନିକଟରେ ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ରାହୁଲ ଅଧ୍ୟକ୍ଷ ନ ହୁଅନ୍ତି ତେବେ ଦଳରେ କର୍ମୀମାନେ ନିରାଶ ହେବେ। ଫଳରେ ସେମାନେ ଆଉ ଦଳ ପାଇଁ କାମ ନ କରି ଘରେ ବସିବେ। ଏହା ଦ୍ୱାରା ଦଳର କ୍ଷତି ହେବ।

ସେପ୍ଟେମ୍ବର ୨୧ ସୁଦ୍ଧା ନୂତନ କଂଗ୍ରେସ ଅଧ୍ୟକ୍ଷଙ୍କ ନିର୍ବାଚନ ଅନୁଷ୍ଠିତ ହେବ। ଦଳ ଖୁବ ଶୀଘ୍ର ଏହାର ବିସ୍ତୃତ କାର୍ଯ୍ୟକ୍ରମ ପ୍ରକାଶ କରିବାକୁ ଯାଉଛି। ଏହି ସମୟରେ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ସୋନିଆ ଗାନ୍ଧୀ ମଙ୍ଗଳବାର ତାଙ୍କ ବାସଭବନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କୁ ଭେଟିଛନ୍ତି। ସେ ଗେହଲଟଙ୍କୁ ଦଳର ଦାୟିତ୍ୱ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ସୋନିଆ ଗେହଲଟଙ୍କୁ କହିଛନ୍ତି ଯେ ଅସୁସ୍ଥତା କାରଣରୁ ସେ ଦଳର ଦାୟିତ୍ୱ ତୁଲାଇ ପାରିବେ ନାହିଁ। ଅଧ୍ୟକ୍ଷ ପଦ ପାଇଁ ରାହୁଲ ସର୍ବସମ୍ମତ ପସନ୍ଦ ବୋଲି ଗେହଲଟ ଦୋହରାଇଛନ୍ତି।

ସୋନିଆଙ୍କୁ ଭେଟିବା ପରେ ଅହମ୍ମଦାବାଦ ଅଭିମୁଖେ ଯାଉଥିବା ବେଳେ ଗେହଲଟ ଦିଲ୍ଲୀ ବିମାନବନ୍ଦରରେ କହିଛନ୍ତି ଯେ ରାହୁଲ ଅଧ୍ୟକ୍ଷ ହେବା ପରେ ହିଁ ଦଳ ପୁନଃନିର୍ମାଣ ହୋଇପାରିବ। ରାହୁଲଙ୍କ ଉପରେ ଦଳର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବାକୁ ଆମେ ନିରନ୍ତର ଚାପ ପକାଇବୁ। ଅପରପକ୍ଷରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ କହିଛନ୍ତି ଯେ ଯଦି ରାହୁଲ କଂଗ୍ରେସ ସଭାପତି ନହେବାକୁ ଜିଦ ଧରିଛନ୍ତି, ତେବେ ତାଙ୍କୁ କେହି ବାଧ୍ୟ କରିପାରିବେ ନାହିଁ। ଗେହଲଟକୁ ସୋନିଆ ଗାନ୍ଧୀଙ୍କ ଅଫରର ଦୁଇଟି ଅର୍ଥ ଥାଇପାରେ ବୋଲି ରାଜନୈତିକସ୍ତରରେ ଚର୍ଚ୍ଚା ହେଉଛି।

ପ୍ରଥମଟି ହେଉଛି ରାଜସ୍ଥାନରେ ଦଳର ଅସନ୍ତୋଷକୁ ଦମନ କରିବା ପାଇଁ ଗେହଲଟଙ୍କୁ ଦଳର ଅଧ୍ୟକ୍ଷ ପଦ ଦିଆଯାଇପାରେ। ଦ୍ୱିତୀୟଟି ହେଉଛି ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ପ୍ରଦାନ କରି ତାଙ୍କୁ ରାଜସ୍ଥାନର ନିର୍ବାଚନରେ ନୂଆ ଚେହେରା ଦିଆଯାଇ ପାରିବ। ଏହିପରି ଭାବରେ ଦଳ ରାଜସ୍ଥାନକୁ ମଧ୍ୟ ଟାର୍ଗେଟ କରିବ ଏବଂ ଜାତୀୟ ସ୍ତରରେ ଗାନ୍ଧୀ ପରିବାରର ସଦସ୍ୟ ନଥିବା ଅଧ୍ୟକ୍ଷ କରି କଂଗ୍ରେସରେ ଏକ ବଡ ପରିବର୍ତ୍ତନର ଆରମ୍ଭ କରିପାରିବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ଅର୍ଥନୀତିକୁ ମିଳିବ ବଳ, ପ୍ରଥମ ଥର ନିଲାମ ହେବ ଲିଥିୟମ, ଗ୍ରାଫାଇଟ ଭଳି ଖଣିଜ ପଦାର୍ଥ

ନୂଆଦିଲ୍ଲୀ, ୨୯ା୧୧: ଦେଶରେ ପ୍ରଥମ ଥର ପାଇଁ ନିଲାମ ହେବାକୁ ଯାଉଛି ଲିଥିୟମ, ଗ୍ରାଫାଇଟ ଏବଂ ଟିଟାନିୟମ ଭଳି ଖଣିଜ ପଦାର୍ଥ। ସମ୍ଭାବ୍ୟ ଯୋଗାଣ ଶୃଙ୍ଖଳାର...

ଲଲିଥାମ୍ବିକାଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ

ବେଙ୍ଗାଲୁରୁ,୨୯ା୧୧:ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ସ୍ଥିତ ହ୍ୟୁମାନ୍‌ ସ୍ପେସ୍‌ଫ୍ଲାଇଟ୍‌ ପ୍ରୋଗ୍ରାମ୍‌ ଡିରେକ୍ଟୋରେଟ୍‌ର ପୂର୍ବତନ ନିର୍ଦ୍ଦେଶିକା ଭି.ଆର୍‌. ଲଲିଥାମ୍ବିକାଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ଦି ଲେଜିଅନ୍‌...

ପୁଣି ବଢୁଛି ଆଦାନୀଙ୍କ ସମ୍ପତ୍ତି

ଓ୍ବାଶିଂଟନ୍‌,୨୯ା୧୧:ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ପୁଣି ବଢୁଛି। ଶୁକ୍ରବାର ହିଣ୍ଡେନବର୍ଗ ରିପୋର୍ଟ ସମ୍ପର୍କିତ ରାୟକୁ ସୁପ୍ରିମକୋର୍ଟ ସଂରକ୍ଷିତ ରଖିବା ପରେ ମଙ୍ଗଳବାର ଓ...

ଘୃଣା ଭାଷଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୧୧: ଘୃଣା ସୃଷ୍ଟି କରୁଥିବା ଭାଷଣ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଘୃଣାର ଭାଷଣ ପ୍ରସଙ୍ଗରେ ଦାଖଲ ହୋଇଥିବା ଏକ...

ପାକିସ୍ତାନରେ ସ୍ବାମୀଙ୍କୁ ଛାଡି ଭାରତ ଫେରିଲେ ଅଞ୍ଜୁ

ନୂଆଦିଲ୍ଲୀ,୨୯।୧୧: ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପଡ଼ିବା ପରେ ଭାରତ ଛାଡି ପାକିସ୍ତାନ ପଳାଇଥିବା ଅଞ୍ଜୁ ଫେରି ଆସିଛନ୍ତି। ଅଞ୍ଜୁ ବୁଧବାର ୱାଘା ସୀମା ଦେଇ ଭାରତ...

ମଣିପୁରରେ ହେବ ଶାନ୍ତି ପ୍ରତିଷ୍ଠା, ସର୍ବ ପୁରାତନ ବିଦ୍ରୋହୀ ଗୋଷ୍ଠୀ ସହିତ ଐତିହାସିକ ଶାନ୍ତି ଚୁକ୍ତି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୯।୧୧: ମଣିପୁର ହିଂସା ପରେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ନିରନ୍ତର ଚେଷ୍ଟା ଚଲାଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର। ବୁଧବାର ଏହି ଦିଗରେ ଏକ...

ମଣିପୁର ଛାତ୍ରୀଛାତ୍ରଙ୍କୁ ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖେଇବା ପାଇଁ ସୁଯୋଗ ଦିଅନ୍ତୁ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୧୧: ମଣିପୁର ହିଂସାରେ ବିସ୍ଥାପିତ ହୋଇଥିବା ଛାତ୍ରୀଛାତ୍ରଙ୍କୁ ସରକାର ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖେଇବା ପାଇଁ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।...

ଟ୍ରେନରେ ବିଷାକ୍ତ ଖାଦ୍ୟ ଖାଇ ୯୦ ଜଣ ଯାତ୍ରୀ ଅସୁସ୍ଥ

ନୂଆଦିଲ୍ଲୀ,୨୯।୧୧: ବୁଧବାର ଚେନ୍ନାଇ ଏବଂ ପଲିଟାନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନରେ ୯୦ ରୁ ଅଧିକ ଯାତ୍ରୀ ଖାଦ୍ୟ ବିଷାକ୍ତ ଖାଇ ଅସୁସ୍ଥ ହୋଇପଡିଥିବା ରେଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri