Posted inଜାତୀୟ

ଅଧ୍ୟକ୍ଷ ପଦ ପାଇଁ ଗେହଲଟଙ୍କ ନାମ ନେଇ ଚର୍ଚ୍ଚା, ପାଇଲଟଙ୍କ ଲାଗି ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ…

ନୂଆଦିଲ୍ଲୀ, ୨୪।୮ : ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ଏକ ବଡ ପରିବର୍ତ୍ତନ ଆଡ଼କୁ ଅଗ୍ରସର ହେଉଛି। ଦଶନ୍ଧି ପରେ ସେ ଜଣେ ଅଣ-ଗାନ୍ଧୀ ପରିବାର ସଦସ୍ୟଙ୍କୁ ଅଧ୍ୟକ୍ଷ ଭାବରେ ଚୟନ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କଂଗ୍ରେସର ବର୍ତ୍ତମାନର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଅଶୋକ ଗେହଲଟଙ୍କୁ ଏହି ପଦ ପାଇଁ ପ୍ରସ୍ତାବ ଦେଇଛନ୍ତି।

ତେବେ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରାଯିବା ଉଚିତ ବୋଲି ଗେହଲଟ ପୂର୍ବରୁ ବହୁ ଥର କହିଛନ୍ତି। ନିକଟରେ ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ରାହୁଲ ଅଧ୍ୟକ୍ଷ ନ ହୁଅନ୍ତି ତେବେ ଦଳରେ କର୍ମୀମାନେ ନିରାଶ ହେବେ। ଫଳରେ ସେମାନେ ଆଉ ଦଳ ପାଇଁ କାମ ନ କରି ଘରେ ବସିବେ। ଏହା ଦ୍ୱାରା ଦଳର କ୍ଷତି ହେବ।

ସେପ୍ଟେମ୍ବର ୨୧ ସୁଦ୍ଧା ନୂତନ କଂଗ୍ରେସ ଅଧ୍ୟକ୍ଷଙ୍କ ନିର୍ବାଚନ ଅନୁଷ୍ଠିତ ହେବ। ଦଳ ଖୁବ ଶୀଘ୍ର ଏହାର ବିସ୍ତୃତ କାର୍ଯ୍ୟକ୍ରମ ପ୍ରକାଶ କରିବାକୁ ଯାଉଛି। ଏହି ସମୟରେ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ସୋନିଆ ଗାନ୍ଧୀ ମଙ୍ଗଳବାର ତାଙ୍କ ବାସଭବନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କୁ ଭେଟିଛନ୍ତି। ସେ ଗେହଲଟଙ୍କୁ ଦଳର ଦାୟିତ୍ୱ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ସୋନିଆ ଗେହଲଟଙ୍କୁ କହିଛନ୍ତି ଯେ ଅସୁସ୍ଥତା କାରଣରୁ ସେ ଦଳର ଦାୟିତ୍ୱ ତୁଲାଇ ପାରିବେ ନାହିଁ। ଅଧ୍ୟକ୍ଷ ପଦ ପାଇଁ ରାହୁଲ ସର୍ବସମ୍ମତ ପସନ୍ଦ ବୋଲି ଗେହଲଟ ଦୋହରାଇଛନ୍ତି।

ସୋନିଆଙ୍କୁ ଭେଟିବା ପରେ ଅହମ୍ମଦାବାଦ ଅଭିମୁଖେ ଯାଉଥିବା ବେଳେ ଗେହଲଟ ଦିଲ୍ଲୀ ବିମାନବନ୍ଦରରେ କହିଛନ୍ତି ଯେ ରାହୁଲ ଅଧ୍ୟକ୍ଷ ହେବା ପରେ ହିଁ ଦଳ ପୁନଃନିର୍ମାଣ ହୋଇପାରିବ। ରାହୁଲଙ୍କ ଉପରେ ଦଳର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବାକୁ ଆମେ ନିରନ୍ତର ଚାପ ପକାଇବୁ। ଅପରପକ୍ଷରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ କହିଛନ୍ତି ଯେ ଯଦି ରାହୁଲ କଂଗ୍ରେସ ସଭାପତି ନହେବାକୁ ଜିଦ ଧରିଛନ୍ତି, ତେବେ ତାଙ୍କୁ କେହି ବାଧ୍ୟ କରିପାରିବେ ନାହିଁ। ଗେହଲଟକୁ ସୋନିଆ ଗାନ୍ଧୀଙ୍କ ଅଫରର ଦୁଇଟି ଅର୍ଥ ଥାଇପାରେ ବୋଲି ରାଜନୈତିକସ୍ତରରେ ଚର୍ଚ୍ଚା ହେଉଛି।

ପ୍ରଥମଟି ହେଉଛି ରାଜସ୍ଥାନରେ ଦଳର ଅସନ୍ତୋଷକୁ ଦମନ କରିବା ପାଇଁ ଗେହଲଟଙ୍କୁ ଦଳର ଅଧ୍ୟକ୍ଷ ପଦ ଦିଆଯାଇପାରେ। ଦ୍ୱିତୀୟଟି ହେଉଛି ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ପ୍ରଦାନ କରି ତାଙ୍କୁ ରାଜସ୍ଥାନର ନିର୍ବାଚନରେ ନୂଆ ଚେହେରା ଦିଆଯାଇ ପାରିବ। ଏହିପରି ଭାବରେ ଦଳ ରାଜସ୍ଥାନକୁ ମଧ୍ୟ ଟାର୍ଗେଟ କରିବ ଏବଂ ଜାତୀୟ ସ୍ତରରେ ଗାନ୍ଧୀ ପରିବାରର ସଦସ୍ୟ ନଥିବା ଅଧ୍ୟକ୍ଷ କରି କଂଗ୍ରେସରେ ଏକ ବଡ ପରିବର୍ତ୍ତନର ଆରମ୍ଭ କରିପାରିବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

୨୪ ଘଣ୍ଟାରେ ହୋଇପାରେ ଆମେରିକା-ଇରାନ ଶାନ୍ତି ଚୁକ୍ତି: ଶେହବାଜ

ଇସ୍‌ଲାମାବାଦ,୧୩ା୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରେ ବୋଲି ମୁଖ୍ୟ ମଧ୍ୟସ୍ଥ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri