ଜାତୀୟ

ବଦଳିଲା ତେଲେଙ୍ଗାନା ରାଷ୍ଟ୍ର ସମିତିର ନାମ

ହାଇଦ୍ରାବାଦ,୮।୧୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପାର୍ଟି ତେଲଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ୍‌)ର ନାମ ବଦଳିଛି। ବର୍ତ୍ତମାନ ଏହା ଭାରତ ରାଷ୍ଟ୍ର ସମିତି(ବିଆରଏସ୍‌) ନାମରେ ଜଣାଯିବ। ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଦଳକୁ ଏନେଇ ସ୍ବୀକୃତି ମିିଳିଯାଇଛି। ଏଣିକି ଔପଚାରିକ ଭାବେ…

ଜାମିନ ମିଳିବାର କିଛି ଘଣ୍ଟା ପରେ ପୁଣି ଗିରଫ ହେଲେ ସାକେତ୍‌ ଗୋଖଲେ

ନୂଆଦିଲ୍ଲୀ,୮।୧୨: ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ମୁଖପାତ୍ର ସାକେତ୍‌ ଗୋଖଲେଙ୍କୁ ଗୁରୁବାର ଜାମିନ ମିଳିବାର କିଛି ଘଣ୍ଟା ପରେ ପୁଣି ଥରେ ଗିରଫ କରାଯାଇଛି। ଏନେଇ ଟିଏମ୍‌ସିର ରାଜ୍ୟସଭା ସଦସ୍ୟ ଡେରେକ୍‌ ଓ ବ୍ରାୟନ୍‌ ସୂଚନା ଦେଇଛନ୍ତି। ଡେରେକ୍‌ ଟୁଇଟ କରି କହିଛନ୍ତି, ସାକେତଙ୍କୁ…

ଗୁଜରାଟରେ କଂଗ୍ରେସକୁ ଡବଲ ଝଟ୍‌କା: ନା ମିଳିଲା କ୍ଷମତା ନା ମଳିଲା ବିରୋଧୀ ଦଳର ନେତା ପଦ

ଅହମ୍ମଦାବାଦ,୮।୧୨: ଗୁଜୁରାଟରେ ୨୦୨୨ ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ଡବଲ ଝଟ୍‌କା ଲାଗିଛି। ଚଳିତ ଥର କଂଗ୍ରେସକୁ କେବଳ ଲଜ୍ଜ୍ୟାଜନକ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିନାହିଁ, ବରଂ ଦେଶର ସର୍ବ ପୁରାତନ ଦଳ ଉପରେ ବର୍ତ୍ତମାନ ବିଧାନସଭାରେ ବିରୋଧୀ ଦଳର…

ବାତ୍ୟା ମାଣ୍ଡୋସ ପାଇଁ ବନ୍ଦ ରହିବ ୬ ଜିଲାର ସ୍କୁଲ, କଲେଜ

ଚେନ୍ନାଇ,୮।୧୨: ସମ୍ଭାବ୍ୟ ବାତ୍ୟା ମାଣ୍ଡୋସକୁ ନେଇ ତାମିଲନାଡୁର ୬ଟି ଜିଲାର ସମସ୍ତ ସ୍କୁଲ ଓ କଲେଜକୁ ସରକାର ବନ୍ଦ ଘୋଷଣା କରିଛନ୍ତି। ବାତ୍ୟା ପ୍ରଭାବରେ ଚେନ୍ନାଇ, ଥିରୁଭାଲ୍ଲୁର, ଚେଙ୍ଗାଲପାଟ୍ଟୁ , କାଞ୍ଚିପୁରମ, ଭେଲୋର ଏବଂ ରାନିପେଟାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

କଂଗ୍ରେସ ଦଖଲ କଲା ଭାନୁପ୍ରତାପପୁର ଆସନ

ରାୟପୁର,୮।୧୨: ଛତିଶଗଡ଼ର ଭାନୁପ୍ରତାପପୁର ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସାବିତ୍ରୀ ମାଣ୍ଡଭି ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ବ୍ରହ୍ମାନନ୍ଦ ନେତମଙ୍କୁ ୨୧ ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ସାବିତ୍ରୀଙ୍କୁ ୬୫,୪୭୯ ଭୋଟ ମିଳିଥିବା…

ଆଜମଙ୍କ ଗଡ଼ରେ ଏସ୍‌ପିର ପରାଜୟ, ବାଜିମାତ୍‌ ମାରିଲା ଭାଜପା

ଲକ୍ଷ୍ନୌ,୮।୧୨: ସମାଜବାଦୀ ପାର୍ଟି ନେତା ମହମ୍ମଦ ଆଜମ ଖାନ୍‌ଙ୍କ ଗଡ଼ ଭାବେ ପରିଚିତ ଉତ୍ତରପ୍ରଦେଶର ରାମପୁର ବିଧାନସଭା ଆସନ ଭାଜପା ହାତକୁ ଯାଇଛି। ଏହି ଆସନରେ ହୋଇଥିବା ଉପନିର୍ବାଚନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ତଥା ଆଜମଙ୍କ ଘନିଷ୍ଠ ସମ୍ପର୍କୀୟ ଅସିମ୍‌ ରାଜାଙ୍କୁ…

ହିମାଚଳରେ ୪୦ ଆସନରେ କଂଗ୍ରେସର ବାଜିମାତ୍‌, ଭାଜପା ହାତକୁ ଗଲା ୨୫

ଶିମଲା,୮।୧୨: ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନର ଭୋଟ ଗଣତି ଶେଷ ହୋଇଛି। ଏହି ନିର୍ବାଚନରେ ୪୦ଟି ଆସନରେ କଂଗ୍ରେସ ବାଜିମାତ୍‌ କରି ବଡ଼ ବିଜୟ ହାସଲ କରିଛି। ଅନ୍ୟପଟେ ଭାଜପା ହାତକୁ ୨୫ଟି ଆସନ ଆସିଥିବା ବେଳେ ନିର୍ଦ୍ଦଳୀୟଙ୍କ ସପକ୍ଷରେ ୩ଟି…

ଗୁଜରାଟରେ ଭାଜପାର ରେକର୍ଡ ବିଜୟ ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ମୋଦି

ନୂଆଦିଲ୍ଲୀ,୮।୧୨: ଗୁଜରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ନିଜ ରାଜ୍ୟରେ ଭାଜପାର ରେକର୍ଡ ବିଜୟ ଉପରେ ସେ କହିଛନ୍ତି, ଗୁଜରାଟକୁ ଧନ୍ୟବାଦ। ଅଦ୍ଭୂତପୂର୍ବ ନିର୍ବାଚନ ଫଳାଫଳକୁ ଦେଖିବା ପରେ…

ଜନସାଧାରଣଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଖୁବ୍‌ଶୀଘ୍ର ହେବ ପୂରଣ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୮।୧୨: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ଏହି ନିର୍ଣ୍ଣାୟକ ବିଜୟ ପାଇଁ ହିମାଚଳ ପ୍ରଦେଶର ଲୋକଙ୍କୁ ଧନ୍ୟବାଦ। ସମସ୍ତ କଂଗ୍ରେସ କର୍ମୀ ଓ…

କୁଢ଼ନିରେ ଜେଡିୟୁକୁ ହରାଇଲା ଭାଜପା

ମୁଜଫରପୁର,୮।୧୨: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଚଳିତ ବର୍ଷ ଅଗଷ୍ଟ ଭାଜପା ସହ ମେଣ୍ଟ ଭାଙ୍ଗିବା ପରେ କୁଢ଼ନି ଉପନିର୍ବାଚନର ଫଳାଫଳ ଭାଜପା ପାଇଁ ଏକ ବଡ଼ ବିଜୟ ବୋଲି କୁହାଯାଉଛି। ଅନ୍ୟପଟେ ଉପନିର୍ବାଚନର ଫଳାଫଳ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏକ…

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ପ୍ରତିଭା ସିଂହ

ଶିମଲା,୮ ।୧୨: ହିମାଚଳ ପ୍ରଦେଶ ନିର୍ବାଚନକୁ ନେଇ ମିଳିଥିବା ତାଜା ଖବର ଅନୁଯାୟୀ, କଂଗ୍ରେସକୁ ବହୁମତ ମିଳିଯାଇଛି । ତେଣୁ ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଗଠନ କରିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି କହିଲେ ଚଳେ । ମିଳିଥିବା ସୂଚନା…

ବାଜିମାରିଲେ ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ

ଅହମ୍ମଦାବାଦ୍‌,୮।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପା ଐତିହାସିକ ବିଜୟ ହାସଲ କରିଛି। ଏହି ନିର୍ବାଚନରେ ଜାମନଗର ଉତ୍ତର ଆସନରୁ ବାଜି ମାରିଛନ୍ତି କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ତଥା ଭାଜପା ପ୍ରାର୍ଥୀ ରିଭାବା ଜାଡେଜା। ରିଭାବା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏଏପିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?