ଜାତୀୟ

ମଦ୍ୟପାନ କରି-ଗୁଟଖା ଖାଇ ସ୍ବାମୀଙ୍କୁ ହଇରାଣ କରିବା ଏକ କ୍ରୁରତା: ହାଇକୋର୍ଟଙ୍କ ରାୟ…

ରାୟପୁର,୨୭।୧୨ : ଏକ ଛାଡପତ୍ର ମାମଲାର ଶୁଣାଣି ବେଳେ ଛତିିଶଗଡ଼ ହାଇକୋର୍ଟ ଏହାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ ଯଦି ସ୍ତ୍ରୀ ପାନ ମସାଲା, ଗୁଟଖା ଏବଂ ମଦ୍ୟପାନ କରି ଆମିଷ ଖାଇ ସ୍ବାମୀଙ୍କୁ ହଇରାଣ କରନ୍ତି ତେବେ ଏହା କ୍ରୁରତା…

ଶିନ୍ଦେ ସରକାର ଆମକୁ ଉତ୍ତେଜିତ କରିବାର ପ୍ରୟାସ କରୁଛନ୍ତି: ବୋମ୍ମାଇ…

ବେଙ୍ଗାଲୁରୁ,୨୭।୧୨ : ପଡୋଶୀ ମହାରାଷ୍ଟ୍ରର ବିଧାନସଭାରେ ଅଣାଯାଇଥିବା ପ୍ରସ୍ତାବ ନେଇ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାର ଆମକୁ ଉତ୍ତେଜିତ କରିବାର ପ୍ରୟାସ କରୁଛନ୍ତି ଏବଂ ଆମକୁ ବିଭାଜନ…

ଆସାମରେ କୁଆପଥର ମାଡ: ୧୩୨ ଗାଁର ୧୮ ହଜାର ଲୋକେ ପ୍ରଭାବିତ…

ଗୁଆହାଟୀ,୨୭।୧୨ : ଉପର ଆସାମର ତିନସୁକିଆ ଏବଂ ଦିବ୍ରୁଗଡ ଜିଲାର ଅନେକ ସ୍ଥାନରେ ପ୍ରବଳ କୁଆପଥର ମାଡରେ ୨୫୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଅନେକ ଏକର ଫସଲର ନଷ୍ଟ ବିଷୟରେ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅଧିକାରୀମାନେ ମଙ୍ଗଳବାର…

ବହି ପଢ଼, ଏହା ବ୍ୟକ୍ତିତ୍ୱର ବିକାଶ କରିବ: ରାଷ୍ଟ୍ରପତି…

ନୂଆଦିଲ୍ଲୀ,୨୭।୧୨ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପିଲାମାନଙ୍କୁ ଭଲ ନାଗରିକ କରିବା ପାଇଁ ମୂଲ୍ୟବୋଧ ଶିକ୍ଷା ପ୍ରଦାନ ଉପରେ ମଙ୍ଗଳବାର ଗୁରୁତ୍ୱାରୋପ କରିଛନ୍ତି। ଆତ୍ମ ବିକାଶ ପାଇଁ ପଢ଼ିିବାର ମହତ୍ତ୍ୱ ଉପରେ ଗୁରୁତ୍ୱ ଦେଇ ରାଷ୍ଟ୍ରପତି ଛାତ୍ରୀଛାତ୍ରମାନଙ୍କୁ ସେମାନଙ୍କର ବୁଝାମଣାରେ ଉନ୍ନତି…

୨୦୨୪ରେ ମହାମେଣ୍ଟର ନେତୃତ୍ୱ ନେବ ଏଆଇଏଡିଏମ୍‌କେ: ପଲାନିସ୍ବାମୀ…

ଚେନ୍ନାଇ,୨୭।୧୨ : ଏଆଇଏଡିଏମ୍‌କେର ମଧ୍ୟବର୍ତ୍ତୀକାଳୀନ ମହାସଚିବ ଇ.କେ ପଲାନିସ୍ବାମୀ ମଙ୍ଗଳବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ସର୍ବାଧିକ ଆସନ ଜିତିବାକୁ ନିଶ୍ଚିତ କରିବାକୁ ସେ ଦଳର କର୍ମୀ ଏବଂ ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ…

ଜେଡୟୁଏଫ ଉଗ୍ରବାଦୀ ସଂଗଠନ ସହିତ ଶାନ୍ତି ବୁଝାମଣା…

ନୂଆଦିଲ୍ଲୀ/ଇମ୍ଫାଲ,୨୭।୧୨ : ଭାରତ ସରକାର ଏବଂ ମଣିପୁର ସରକାର ୧୦ ବର୍ଷରୁ ଅଧିକ ସମୟ ଧରି ସକ୍ରିୟ ଥିବା ଜେଲିଆଙ୍ଗ୍ରୋଙ୍ଗ ୟୁନାଇଟେଡ ଫ୍ରଣ୍ଟ (ଜେଡୟୁଏଫ) ଉଗ୍ରବାହୀ ସଂଗଠନ ସହିତ ନୂଆଦିଲ୍ଲୀଠାରେ ଶାନ୍ତି ବୁଝାମଣା ସ୍ବାକ୍ଷର କରିଛନ୍ତି। ଏହି ଚୁକ୍ତିନାମା ଅନୁଯାୟୀ ବିଦ୍ରୋହୀ…

ବିବାଦ ବଢ଼ିଲା: କର୍ନାଟକରୁ ୮୬୫ ଗାଁ ନେବା ପ୍ରସ୍ତାବ ମହାରାଷ୍ଟ୍ର ବିଧାନସଭାରେ ପାରିତ…

ମୁମ୍ବାଇ,୨୭।୧୨ : ମହାରାଷ୍ଟ୍ର ବିଧାନସଭାରେ କର୍ନାଟକର ବେଲଗାଭି ଜିଲାର ୮୬୫ ଗାଁକୁ ମହାରାଷ୍ଟ୍ରରେ ସାମିଲ କରିବାର ଲାଗି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସରକାର ଏକ ପ୍ରସ୍ତାବ ପାରିତ କରିଛନ୍ତି। ଏହାକୁ ବିଧାନସଭାର ସମସ୍ତ ଦଳର ସଦସ୍ୟମାନେ ସମର୍ଥନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର…

ରେଲଓ୍ବେ ଜମିରେ ଟାଓ୍ବାର ସ୍ଥାପନ କରିବେ କମ୍ପାନୀ, ଯାତ୍ରୀଙ୍କୁ ମିଳିବ ମାଗଣା ୫-ଜି ସେବା…

ନୂଆଦିଲ୍ଲୀ,୨୭।୧୨ : ଟେଲିକମ ନେଟୱାର୍କ ସହ ଜଡିତ ରେଳ ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ବର୍ତ୍ତମାନ ଯେ କୌଣସି କମ୍ପାନୀ ରେଲଓ୍ବେ ଜମି, ଅଫିସ କିମ୍ବା ଷ୍ଟେଶନରେ ଏକ ଟାୱାର ସ୍ଥାପନ କରିପାରିବେ। ଏହାଦ୍ୱାରା ଯାତ୍ରୀ,…

ପ୍ରଧାନମନ୍ତ୍ରୀଙ୍କ ଭାଇ କାର ଦୁର୍ଘଟଣାରେ ଆହତ…

ବେଙ୍ଗାଲୁରୁ,୨୭।୧୨ : ଏକ ସଡ଼କ ଦୁର୍ଘଟଣାରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନଭାଇ ପ୍ରହ୍ଲାଦ ମୋଦି ଆହତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କର୍ନାଟକର ମହୀଶୁରରେ ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।…

ଓବିସି ସଂରକ୍ଷଣ ପରେ ହେବ ପୌର ପରିଷଦ ନିର୍ବାଚନ, ଆବଶ୍ୟକ ପଡ଼ିଲେ ସୁପ୍ରିମ୍‌କୋର୍ଟ ଯିବୁ : ଯୋଗୀ ଆଦିତ୍ୟନାଥ…

ଲକ୍ଷ୍ନୌ,୨୭।୧୨ : ପୌର ପରିଷଦ ନିର୍ବାଚନରେ ଓବିସି ସଂରକ୍ଷଣକୁ ରଦ୍ଦ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବିବୃତ୍ତି ଦେଇଛନ୍ତି। ପଛୁଆବର୍ଗଙ୍କ ଅଧିକାର ପାଇବାକୁ ସରକାର ସୁପ୍ରିମକୋର୍ଟ ଯିବେ ବୋଲି ସେ…

ଦୈନିକ ସଂକ୍ରମଣ ୦.୩୨ ପ୍ରତିଶତ, ସ୍ଥିତି ଉପରେ ତୀକ୍ଷ୍‌ଣ ନଜର…

ନୂଆଦିଲ୍ଲୀ, ୨୭।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ…

ରେଖା ଗୁପ୍ତାଙ୍କୁ ଦିଲ୍ଲୀର ମେୟର ପ୍ରାର୍ଥୀ ଭାବେ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୨୭।୧୨: ଦିଲ୍ଲୀର ମେୟର ପ୍ରାର୍ଥୀ ଭାବେ ରେଖା ଗୁପ୍ତାଙ୍କ ନାମ ଭାଜପା ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ଆଜି ନାମାଙ୍କନପତ୍ର ଦାଖଲ କରିବାର ଶେଷ ଦିନ ଥିବା ବେଳେ ଦଳ ରେଖା ଗୁପ୍ତାଙ୍କୁ ଚୟନ କରିଛି। ସେ ପୂର୍ବରୁ ସାଲିମାର ବାଗ୍‌ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?