ଜାତୀୟ

୨୦୨୪ରେ ମୋଦିଙ୍କୁ ପରାଜିତ କରାଯାଇ ପାରିବ: ମଣି ଶଙ୍କର ଆୟାର…

ନୂଆଦିଲ୍ଲୀ,୨୮।୧୨ : କଂଗ୍ରେସର ବରିଷ୍ଠ ନେତା ମଣି ଶଙ୍କର ଆୟାର ଭାଜପାକୁ ଟାର୍ଗେଟ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ରାହୁଲଙ୍କ ଟି-ଶର୍ଟ ଏବଂ ଦାଢ଼ି ବିଷୟରେ ସେ କଥାବାର୍ତ୍ତା କରୁଥିବା ଭାଜପା ଆଉ କୌଣସି ପ୍ରସଙ୍ଗ ନଥିବା ପରି…

କ୍ରୋଧରେ କୁହାଯାଇଥିବା ଶବ୍ଦ ଆତ୍ମହତ୍ୟା ପାଇଁ ଉସୁକାଇବା ନୁହେଁ: ହାଇକୋର୍ଟ…

ଭୋପାଳ,୨୮।୧୨ : ମଧ୍ୟପ୍ରଦେଶ ହାଇକୋର୍ଟ ଆତ୍ମହତ୍ୟା ମାମଲାରେ ରାୟ ଦେଇ କହିଛନ୍ତି ଯେ କ୍ରୋଧରେ କୁହାଯାଇଥିବା ଶବ୍ଦ ଆତ୍ମହତ୍ୟା ପାଇଁ ଉସୁକାଇବା ଭାବେ ବିବେଚନା କରାଯାଇପାରିବ ନାହିଁ। ୨୦୨୦ରେ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା କରିବା ମାମଲାର ଶୁଣାଣି କରି କୋର୍ଟ ଏହି…

ମା‘ ସୋନିଆଙ୍କ ସହିତ ପିଲାଳିଆମି କରୁଥିବା ରାହୁଲଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୨୮।୧୨ : କଂଗ୍ରେସର ୧୩୮ ତମ ପ୍ରତିଷ୍ଠା ଦିବସରେ ରାହୁଲ ଗାନ୍ଧୀ ବୁଧବାର ଦିଲ୍ଲୀରେ ଯୋଗଦେଇଛନ୍ତି। ଭାରତ ଯୋଡୋ ଯାତ୍ରାରେ ଉଷ୍ମତା ଦେଖାଇବା ପରେ ରାହୁଲଙ୍କୁ ଏଠାରେ ଅତି ହାଲୁକା ମନୋଭାବରେ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମ ସମୟରେ ସେ ତାଙ୍କ ମା…

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତଦନ୍ତ କରିବା ହେବ କଷ୍ଟକର, ମହାରାଷ୍ଟ୍ର ବିଧାନସଭାରେ ଲୋକାୟୁକ୍ତ ବିଲ ପାରିତ…

ମୁମ୍ବାଇ,୨୮।୧୨ : ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ସହିତ ମିଳିତ ଭାବେ ଗଠିତ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସରକାର ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ କରିଛନ୍ତି। ମହାରାଷ୍ଟ୍ର ଲୋକାୟୁକ୍ତ ବିଲ ୨୦୨୨ ମହାରାଷ୍ଟ୍ର ବିଧାନସଭାରେ ଶିନ୍ଦେ ସରକାରଙ୍କ ଦ୍ୱାରା ପାରିତ…

ଏନକାଉଣ୍ଟରେ ୪ ଆତଙ୍କବାଦୀ ନିହତ, ନୂଆବର୍ଷରେ ଆକ୍ରମଣ ଷଡ଼ଯନ୍ତ୍ର…

ଶ୍ରୀନଗର,୨୮।୧୨ : ଜମ୍ମୁ-କଶ୍ମୀରରେ ପୋଲିସ ଏବଂ ସେନା ଆତଙ୍କବାଦୀଙ୍କୁ ହଟାଇବା ପାଇଁ ନିରନ୍ତର ଅଭିଯାନ ଚଳାଇଛନ୍ତି। ଏହି ଅଭିଯାନ ଅନ୍ତର୍ଗତ ଜମ୍ମୁ-କଶ୍ମୀର ପୋଲିସ ବୁଧବାର ୪ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି। ସିଦ୍ଧରା ଅଞ୍ଚଳରେ କିଛି ଆତଙ୍କବାଦୀ ଥିବା ଗୁପ୍ତ ସୂଚନା…

ବିଗିଡିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ,ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ବୁଧବାର ହୀରାବେନଙ୍କୁ ଅହମ୍ମଦାବାଦର ୟୁଏନ୍‌ ମେହେଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ମା’ ହୀରାବେନଙ୍କ ୧୦୦ ତମ ଜନ୍ମଦିନ ପାଳନ କରିଥିଲେ। ଏଥି…

ଭାରତ ଯୋଡୋ ଯାତ୍ରାର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ ,ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲା କଂଗ୍ରେସ

ନୂଆଦିଲ୍ଲୀ,୨୮।୧୨: କଂଗ୍ରେସ ବୁଧବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖି ଭାରତ ଯୋଡୋ ଯାତ୍ରାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛିି। ଶନିବାର ଭାରତ ଯୋଡୋ ଯାତ୍ରା ଦିଲ୍ଲୀରେ ପ୍ରବେଶ କରିବା ପରେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା…

କୁହୁଡି ହେଲା କାଳ: ଚାଲିଗଲା ୩ ଜୀବନ

ଲକ୍ଷ୍ନୌ,୨୮।୧୨: ଉତ୍ତରପ୍ରଦେଶର କନୌଜ ଜିଲାର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ମଙ୍ଗଳବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍‌ ପଛପଟୁ ଟ୍ରକ୍‌କୁ ଧକ୍କା ଦେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଘନ କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପୋଲିସ…

ଭାରତ ଯୋଡୋ ଯାତ୍ରା କଂଗ୍ରେସକର୍ମୀଙ୍କୁ ଦେଇଛି ସଞ୍ଜିବନୀ: ଖାର୍ଗେ…

ନୂଆଦିଲ୍ଲୀ,୨୮।୧୨ : ଦେଶର ସର୍ବ ପୁରାତନ ପାର୍ଟି କଂଗ୍ରେସ ବୁଧବାର ଏହାର ୧୩୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଦିଲ୍ଲୀର ଅଲ ଇଣ୍ଡିଆ କଂଗ୍ରେସର ମୁଖ୍ୟାଳୟ ଆକର୍ଷଣୀୟ ଭାବରେ ସଜାଯାଇଛି। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏଆଇସିସି ମୁଖ୍ୟାଳୟରେ…

୪ ଦିନରେ ୪୧ ବିଦେଶ ଫେରନ୍ତା କରୋନା ପଜିଟିଭ୍‌…

ନୂଆଦିଲ୍ଲୀ,୨୮।୧୨ : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ମଙ୍ଗଳବାର ତୁଳନାରେ ବୁଧବାର ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଏଥି ସହିତ ଡିସେମ୍ବର ୨୪ଠାରୁ ଗତ ୪ ଦିନ ମଧ୍ୟରେ ୪୧…

ମତେ କହୁଛନ୍ତି ପପୁ, ମୋ ବୁଢ଼ୀମାଙ୍କୁ ମଧ୍ୟ କହୁଥିଲେ ଗୁଙ୍ଗି ଗୁଡ଼ିଆ: ରାହୁଲ…

ନୂଆଦିଲ୍ଲୀ,୨୮।୧୨ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସବୁ ଦଳର ରାଜନେତା ’ପପୁ’ ବୋଲି କହୁଥିବାର ଶୁଣିବାକୁ ମିଳୁଛି। ଏହାର ଉତ୍ତରରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହି ନାମରେ ମୋର କୌଣସି ଅସୁବିଧା ନାହିଁ। ଏହାପୂର୍ବରୁ ମୋର ବୁଢ଼ୀମାଙ୍କ ଇନ୍ଦିରା…

ସାପ୍ତାହିକ ସଂକ୍ରମଣ ୦.୧୮ ପ୍ରତିଶତ…

ନୂଆଦିଲ୍ଲୀ, ୨୮।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମି ୨ ଶହ ତଳେ ରହିଛି। ଏହା ବଢ଼ି ୧୮୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?