Posted inଜାତୀୟ

ମଦ୍ୟପାନ କରି-ଗୁଟଖା ଖାଇ ସ୍ବାମୀଙ୍କୁ ହଇରାଣ କରିବା ଏକ କ୍ରୁରତା: ହାଇକୋର୍ଟଙ୍କ ରାୟ…

ରାୟପୁର,୨୭।୧୨ : ଏକ ଛାଡପତ୍ର ମାମଲାର ଶୁଣାଣି ବେଳେ ଛତିିଶଗଡ଼ ହାଇକୋର୍ଟ ଏହାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ ଯଦି ସ୍ତ୍ରୀ ପାନ ମସାଲା, ଗୁଟଖା ଏବଂ ମଦ୍ୟପାନ କରି ଆମିଷ ଖାଇ ସ୍ବାମୀଙ୍କୁ ହଇରାଣ କରନ୍ତି ତେବେ ଏହା କ୍ରୁରତା ଭାବେ ପରିଗଣିତ ହେବ।

ଜଷ୍ଟିସ ଗୌତମ ଭାଦୁରୀ ଏବଂ ଜଷ୍ଟିସ ରାଧା କିଶନ ଅଗ୍ରୱାଲଙ୍କ ଡବଲ ବେଞ୍ଚ ପରିବାର କୋର୍ଟଙ୍କ ଆଦେଶକୁ ଖାରଜ ସ୍ବାମୀଙ୍କ ଦ୍ୱାରା ଦାଖଲ ହୋଇଥିବା ଛାଡପତ୍ର ଆବେଦନକୁ ଗ୍ରହଣ କରିଛନ୍ତି।

କୋରାବା ଜିଲାର ବାଙ୍କି ମୋଙ୍ଗରାରେ ରହୁଥିବା ଜଣେ ଯୁବକ କାଟଘୋରା ର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବିବାହର ୭ ଦିନ ପରେ, ୨୬ ମେ ୨୦୧୫ ସକାଳେ ତାଙ୍କ ସ୍ତ୍ରୀ ବିଛଣାରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଯେତେବେଳେ ସ୍ବାମୀ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଙ୍କ ନିକଟକୁ ନେଇଗଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ସେ ମଦ୍ୟପାନ କରିବା ସହିତ ଆମିଷ ଖାଇବା ଏବଂ ଗୁଟଖା ବ୍ୟବହାର କରିବାକୁ ନିଜର ଏକ ଅଭ୍ୟାସରେ ପରିଣତ କରି ଏଥିପ୍ରତି ଆସକ୍ତ ଥିଲେ।

ଯେତେବେଳେ ମହିଳାଙ୍କ ଶାଶୁ ଏବଂ ବନ୍ଧୁମାନେ ଏହା ବିଷୟରେ ଜାଣିଲେ, ସେମାନେ ମଧ୍ୟ ତାଙ୍କୁ ବିଭିନ୍ନ ଉପାୟରେ ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ରାଜି ହୋଇ ନ ଥିଲେ। ଏହା ପରେ ସେ ଶାଶୁ ଏବଂ ସ୍ବାମୀଙ୍କ ସହ ଖରାପ ବ୍ୟବହାର କରିବା ଆରମ୍ଭ କଲେ।

ସ୍ବାମୀଙ୍କ ସହିତ ଝଗଡା କରି ମହିଳା ଜଣକ ୩୦ ଡିସେମ୍ବର ୨୦୧୫ରେ ନିଜକୁ ଜାଳି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ସେ ଦୁଇଥର ଛାତରୁ ଡେଇଁପଡିଥିଲେ ଏବଂ ପରେ ଦୁଇଥର କୀଟନାଶକ ମଧ୍ୟ ପିଇଥିଲେ। ତଥାପି, ପ୍ରତ୍ୟେକ ଥର ସେ ବଞ୍ଚି ଯାଇଥିଲେ। ଏନେଇ ବିବ୍ରତ ହୋଇ ସ୍ବାମୀ ପରିବାର କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ମଧ୍ୟ ଆବେଦନକୁ ପରିବାର କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସ୍ବମୀ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟର ଡବଲ ବେଞ୍ଚ ଫ୍ୟାମିଲି କୋର୍ଟଙ୍କର ଆଦେଶକୁ ଖାରଜ କରି ସ୍ବାମୀଙ୍କ ଛାଡପତ୍ର ଆବେଦନକୁ ଅନୁମତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri