Posted inଜାତୀୟ

ଭାରତ ଯୋଡୋ ଯାତ୍ରା କଂଗ୍ରେସକର୍ମୀଙ୍କୁ ଦେଇଛି ସଞ୍ଜିବନୀ: ଖାର୍ଗେ…

ନୂଆଦିଲ୍ଲୀ,୨୮।୧୨ : ଦେଶର ସର୍ବ ପୁରାତନ ପାର୍ଟି କଂଗ୍ରେସ ବୁଧବାର ଏହାର ୧୩୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଦିଲ୍ଲୀର ଅଲ ଇଣ୍ଡିଆ କଂଗ୍ରେସର ମୁଖ୍ୟାଳୟ ଆକର୍ଷଣୀୟ ଭାବରେ ସଜାଯାଇଛି। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏଆଇସିସି ମୁଖ୍ୟାଳୟରେ ପହଞ୍ଚି ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଏବଂ ବହୁ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ଥିଲେ। ଖାର୍ଗେ କହିଛନ୍ତି ଯେ କଂଗ୍ରେସ ଦଳକୁ ଏକଜୁଟ କରିବା ପାଇଁ ଆମକୁ ଯୁବକ, ମହିଳା, ବଞ୍ଚିତ ବର୍ଗ ଏବଂ ବୁଦ୍ଧିଜୀବୀଙ୍କୁ ଆମ ସହ ଜଡିତ କରିବାକୁ ପଡିବ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ସାରା ଦେଶରେ କୋଟି କୋଟି କଂଗ୍ରେସକର୍ମୀଙ୍କୁ ସଞ୍ଜିବନୀ ଦେଇଛି।

ଖାର୍ଗେ କହିଛନ୍ତି ଯେ ଆଜି ଭାରତ ଅଗ୍ରଗତି କରିଛି କାରଣ କଂଗ୍ରେସ ଦଳିତ ଏବଂ ଗରିବଙ୍କ ଶିକୁଳି ଭାଙ୍ଗିବାକୁ ସାହସ କରିଛି। ଗଣତନ୍ତ୍ରକୁ ଦୃଢ଼ କରିବା ପାଇଁ ପଣ୍ଡିତ ଜବାହରଲାଲ ନେହେରୁ ତାଙ୍କ କ୍ୟାବିନେଟରେ ୫ ଜଣ ଅଣ କଂଗ୍ରେସ ମନ୍ତ୍ରୀ ନିଯୁକ୍ତ କରିଥିଲେ। ଏହା ସମସ୍ତଙ୍କୁ ସାଙ୍ଗରେ ନେବା ନୀତିକୁ ପ୍ରତିଫଳିତ କରିଥାଏ।

ଭାରତର ମୌଳିକ ନୀତି ଏବଂ ସିଦ୍ଧାନ୍ତଗୁଡିକ ଉପରେ କ୍ରମାଗତ ଆକ୍ରମଣ ହେଉଛି। ଘୃଣାର ଭାବନା ଏବେ ସାରା ଦେଶରେ ପ୍ରସାର କରାଯାଉଛି। ମୁଦ୍ରାସ୍ଫୀତି, ବେକାରୀ କାରଣରୁ ଜନସାଧାରଣ ଅସୁବିଧାରେ ପଡ଼ିଛନ୍ତି କିନ୍ତୁ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ପରଲୋକ

ଭୋପାଳ,୧୧।୯: ଦ୍ୱାରିକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ପରଲୋକ ଘଟିଛି। ସେ ୯୯ ବର୍ଷ ବୟସରେ ନରସିଂହପୁରର ଝୋଟେଶ୍ୱରରେ ଅବସ୍ଥିତ ପରମହଂସୀ ଗଙ୍ଗା...

ଗାଜିପୁର ସୀମାରେ ଜିଲାପି ଖାଇ ଖୁସି ମନାଇଲେ କୃଷକ

ଗାଜିପୁର,୧୯ ।୧୧: କେନ୍ଦ୍ର ସରକାର ଫେରାଇ ନେଇଥିବା ୩ କୃଷି ଆଇନକୁ ସଂଯୁକ୍ତ କୃଷକ ମୋର୍ଚ୍ଚା ସ୍ୱାଗତ କରିଛି । ମୋର୍ଚ୍ଚା କହିଛି ଉଚିତ ସଂସଦୀୟ...

ପ୍ରେମିକାଙ୍କ କବର ଉପରେ ବସି ସିରିଏଲ୍‌ କିଲର ପ୍ରେମିକ ପିଉଥିଲେ ମଦ, ତାପରେ ଘଟିଲା ଏପରି…

ଭୋପାଳ, ୨୯।୮: ପ୍ରେମରୁ ସମ୍ପର୍କ ଏହା ପରେ ଅପରାଧ। ପ୍ରେମିକାଙ୍କୁ ହତ୍ୟା କରି ଘରେ କବର ଦେଇଥିଲେ ସିରିଏଲ୍‌ କିଲର ପ୍ରେମିକ। ପ୍ରେମିକାଙ୍କ କବର ଉପରେ...

ରବିନା ଟଣ୍ଡନଙ୍କ ବିରୋଧରେ ମାମଲା

ବିଡ୍‌ (ମହାରାଷ୍ଟ୍ର),୨୯ା୧୨: ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଫାରା ଖାନ୍‌ ଏବଂ ହାସ୍ୟାଭିନେତା ଭାରତୀ ସିଂଙ୍କ ବିରୋଧରେ ଶନିବାର ମହାରାଷ୍ଟ୍ରର ବିଡ୍‌ରେ ମାମଲା...

୨୧ ଯବାନ ନିଖୋଜ: ଜଙ୍ଗଲରେ ଲୁଚି ରହିଛନ୍ତି ୩୦୦ ମାଓବାଦୀ

ବିଜାପୁର,୪।୪: ଛତିଶଗଡ଼ର ବିଜାପୁରରେ ଶନିବାର ମିଳିତ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୮ ଯବାନ ଶହୀଦ୍‌ ହୋଇଥିବାବେଳେ ୧୫ରୁ ଅଧିକ ମାଓବାଦୀଙ୍କ ମୃତ୍ୟୁ...

ବିମ୍ସଟେକ୍‌ ପାଣିପାଗ କେନ୍ଦ୍ର ପାଇଁ ଭାରତ ଖର୍ଚ୍ଚ କରିବ ୩୦ ଲକ୍ଷ ଡଲାର…

ନୂଆଦିଲ୍ଲୀ, ୩୦।୩ : ସାତୋଟି ଦେଶ ଦ୍ୱାରା ଆୟୋଜିତ ବିମ୍ସଟେକ୍‌ (ବିଆଇଏମଏସଟିଇସି)(ବହୁକ୍ଷେତ୍ରୀୟ ବୈଷୟିକ ଏବଂ ଅର୍ଥନୈତିକ ସହଯୋଗ ନିମିତ୍ତ ବଙ୍ଗୋପସାଗରୀୟ ପ୍ରୟାସ) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ...

୧୦ ଲକ୍ଷ ମୁହାଁ କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୩୨, ୬୯୫ ନୂଆ ସଂକ୍ରମିତ

ନୂଆଦିଲ୍ଲୀ,୧୬।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖା ବେଳକୁ ବେଳ ରେକର୍ଡ କରିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୩୨,୬୯୫ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ...

ଟିକା ନେଇ ନ ଥିଲେ ସାବଧାନ: ମୁମ୍ବାଇରେ ୯୬ ପ୍ରତିଶତ ସଂକ୍ରମିତ ଟିକା ନ ନେଇ ଅକ୍ସିଜେନ ସପୋର୍ଟରେ

ମୁମ୍ବାଇ,୮ ।୧: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏକ ଚମକାଇବା ଭଳି ଖବର ମିଳିଛି । ବୃହନମୁମ୍ବାଇ ମହାନଗର...

Advertisement
Archives

Model This Week