ଜାତୀୟ

ଦେବେନ ଭାରତୀ ହେଲେ ମୁମ୍ବାଇର ପ୍ରଥମ ସ୍ବତନ୍ତ୍ର ପୋଲିସ କମିଶନର

ମୁମ୍ବାଇ,୪।୧:ବରିଷ୍ଠ ଆଇପିଏସ୍‌ ଅଫିସର ତଥା ଅତିରିକ୍ତ ପୋଲିସ ଡିଜି ଦେବେନ ଭାରତୀଙ୍କୁ ମୁମ୍ବାଇ ପାଇଁ ସ୍ବତନ୍ତ୍ର ପୋଲିସ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଥମ ଥର ଲାଗି ମହାରାଷ୍ଟ୍ର ସରକାର ମୁମ୍ବାଇ ପାଇଁ ସ୍ବତନ୍ତ୍ର ପୋଲିସ କମିଶନର ପଦବୀ ସୃଷ୍ଟି କରିଛନ୍ତି।…

ଗୁଜରାଟ ଏଏପିରେ ବଡ଼ ପରିବର୍ତ୍ତନ

ଅହମ୍ମଦାବାଦ୍‌,୪।୧: ଗୁଜରାଟ ବିଧାନସଭା ନିର୍ବାଚନ ପରାଜୟ ପରେ ଆମ ଆଦମୀ ପାର୍ଟି(ଏଏପି) ରାଜ୍ୟରେ ଏକ ବଡ ପରିବର୍ତ୍ତନ କରିଛି। ଏଏପିର ଗୁଜରାଟ ରାଜ୍ୟ ସଭାପତି ଗୋପାଳ ଇଟାଲିୟାଙ୍କୁ ଜାତୀୟ ଯୁଗ୍ମ ସଚିବ ଏବଂ ମହାରାଷ୍ଟ୍ରରେ ଏଏପିର ସହ-ପ୍ରଭାରୀ କରାଯାଇଛି। ଗୁଜରାଟ ବିଧାନସଭା…

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ କାମ୍ୟା ପଞ୍ଜାବୀ

ଲକ୍ଷ୍ନୌ,୪।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ ଭାରତ ଯୋଡୋ ଯାତ୍ରା ୟୁପିରେ ବାଗପତରେ ପହଞ୍ଚିଛି। ଏଠାରେ ଟିଭି ଅଭିନେତ୍ରୀ କାମ୍ୟା ପଞ୍ଜାବୀ ଏହି ଯାତ୍ରାରେ ସାମିଲ ହୋଇଥିଲେ। ରାହୁଲଙ୍କ ସହ କାମ୍ୟା ପଞ୍ଜାବୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।…

ଥରୁଛି ଝାଡ଼ଖଣ୍ଡ, ଜାନୁୟାରୀ ୮ ଯାଏ ସ୍କୁଲ ବନ୍ଦ ଘୋଷଣା

ରାଞ୍ଚି,୪।୧: ଉତ୍ତର ଭାରତ ସମେତ ଦେଶର ଅନେକ ରାଜ୍ୟରେ ଶୀତର ପ୍ରକୋପ ଦେଖିବାକୁ ମିଳୁଛି। ଘନ କୁହୁଡ଼ି ସାଙ୍ଗକୁ ଥଣ୍ଡା ପବନ ଯୋଗୁ ଅନେକ ରାଜ୍ୟରେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ରମରେ ଝାଡ଼ଖଣ୍ଡରେ ମଧ୍ୟ ଶୀତଲହରକୁ ଦୃଷ୍ଟିରେ…

ଜମ୍ମୁ-କଶ୍ମୀରର ୨ ଜିଲାରେ ନିୟୋଜିତ ହେବେ ୧୮୦୦ ଅତିରିକ୍ତ ଯବାନ

ଶ୍ରୀନଗର,୪।୧: ନିକଟରେ ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍‌ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ଜମ୍ମୁ କଶ୍ମୀରକୁ ଅତିରିକ୍ତ ୧୮ଟି କମ୍ପାନୀ (୧୮୦୦ ଯବାନ) ପଠାଇବ। ଏହି ୧୮୦୦ ଯବାନ ପୁଞ୍ଚ ଏବଂ…

ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ଲକ୍ଷ୍ନୌ,୪।୧: ୟୁପିର ପୌର ନିର୍ବାଚନରେ ଓବିସି ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ନିର୍ବାଚନକୁ ନେଇ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। ଜାନୁଆରୀ ୩୧ ପୂର୍ବରୁ ପୌର ନିର୍ବାଚନ କରାଯିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।…

ଗ୍ରୀନ୍‌ ହାଇଡ୍ରୋଜେନ ମିଶନକୁ ମଞ୍ଜୁରୀ: ସୃଷ୍ଟି ହେବ ୬ ଲକ୍ଷ ନିଯୁକ୍ତି ସୁଯୋଗ…

ନୂଆଦିଲ୍ଲୀ,୪।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକ ଶେଷ ହୋଇଛି। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ବୁଧବାର ଜାତୀୟ ଗ୍ରୀନ ହାଇଡ୍ରୋଜେନ ମିଶନକୁ କେନ୍ଦ୍ର କ୍ୟାବିନେଟ…

ସହଯୋଗୀ ପ୍ରଜନନ ଜ୍ଞାନକୌଶଳର ବ୍ୟବହାର ପାଇଁ ବୟସ ନିର୍ଦ୍ଧାରଣ: ପୁନର୍ବିଚାର ଲାଗି କେନ୍ଦ୍ରର ପରାମର୍ଶ ଲୋଡିଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ,୪।୧ : ସହଯୋଗୀ ପ୍ରଜନନ ଜ୍ଞାନକୌଶଳ(ଏଆରଟି)ର ବ୍ୟବହାର ପାଇଁ କେରଳ ହାଇକୋର୍ଟ ସର୍ବାଧିକ ବୟସ ସୀମା ଉପରେ ପ୍ରଶ୍ନ କରିଛନ୍ତି। ଏହା ସହିତ ସେ ଏହି ପ୍ରତିବନ୍ଧକକୁ ପୁନର୍ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ପରାମର୍ଶ ଲୋଡିଛନ୍ତି। କେରଳ ହାଇକୋର୍ଟ…

ସୋନିଆ ଗାନ୍ଧୀ ହସ୍ପିଟାଲ୍‌ରେ ଭର୍ତ୍ତି

ନୂଆଦିଲ୍ଲୀ,୪।୧: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ବୁଧବାର ଗଙ୍ଗାରାମ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଶ୍ୱାସ ସଂକ୍ରମଣ ଯୋଗୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋନିଆଙ୍କ ସହ ଅଛନ୍ତି। ସୂଚନାଯୋଗ୍ୟ, ସୋନିଆ ମଙ୍ଗଳବାରଠାରୁ ଅସୁସ୍ଥ…

ସିଦ୍ଧରମୈୟାଙ୍କ ବିବାଦୀୟ ମନ୍ତବ୍ୟ: ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ କୁକୁର ଭଳି ଥରୁଛନ୍ତି ମୁଖ୍ୟମନ୍ତ୍ରୀ ବୋମ୍ମାଇ…

ବେଙ୍ଗାଲୁରୁ,୪।୧ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାନସଭାରେ ବିରୋଧୀ ଦଳର ନେତା ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ଏବଂ ଅନ୍ୟ ନେତାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ କହିଛନ୍ତି। ସେ କହିଛନ୍ତି, ଏହି ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ କୁକୁର…

ମାନବ ବଳି ମାମଲାରେ ମହିଳାଙ୍କ ଜାମିନ ନାମଞ୍ଜୁର କଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌,୪।୧ : କେରଳର ହୃଦୟ ବିଦାରକ ମାନବ ବଳି ମାମଲାରେ ଅଭିଯୁକ୍ତା ମହିଳାଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ ବେଚୁ କୁରିଆନ ଥୋମାସ ମହିଳା, ତାଙ୍କ ସ୍ବାମୀ ଲୈଲା ଭଗବାଲ ସିଂ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ଜାମିନ…

ବିଲକିସ ବାନୋ ମାମଲାରୁ ନିଜକୁ ଦୂରେଇ ରଖିଲେ ବିଚାରପତି ବେଲା ତ୍ରିବେଦୀ…

ନୂଆଦିଲ୍ଲୀ,୪।୧ : ଜଷ୍ଟିସ ବେଲା ଏମ ତ୍ରିବେଦୀ ସୁପ୍ରିମକୋର୍ଟର ବେଞ୍ଚରୁ ବିଲକିସ ବାନୋ ମାମଲାରେ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବା ମାମଲାର ଶୁଣାଣିରୁ ନିଜକୁ ଦୂରେଇ ରଖିଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ୨୦୦୨ ଗୋଧ୍ରା ଦଙ୍ଗାରେ ବିଲକିସ ବାନୋଙ୍କୁ ଗଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?