Posted inଜାତୀୟ

ବିଲକିସ ବାନୋ ମାମଲାରୁ ନିଜକୁ ଦୂରେଇ ରଖିଲେ ବିଚାରପତି ବେଲା ତ୍ରିବେଦୀ…

ନୂଆଦିଲ୍ଲୀ,୪।୧ : ଜଷ୍ଟିସ ବେଲା ଏମ ତ୍ରିବେଦୀ ସୁପ୍ରିମକୋର୍ଟର ବେଞ୍ଚରୁ ବିଲକିସ ବାନୋ ମାମଲାରେ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବା ମାମଲାର ଶୁଣାଣିରୁ ନିଜକୁ ଦୂରେଇ ରଖିଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ୨୦୦୨ ଗୋଧ୍ରା ଦଙ୍ଗାରେ ବିଲକିସ ବାନୋଙ୍କୁ ଗଣ ବଳାତ୍କାର କରି ତାଙ୍କ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେବେ ଗୁଜରାଟ ସରକାର ତାଙ୍କୁ ଗତ ବର୍ଷ ମୁକ୍ତ କରିଥିଲେ।

ସେହି ପରିପ୍ରେକ୍ଷୀରେ ଜଷ୍ଟିସ ଅଜୟ ରସ୍ତୋଗୀ ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଏକ ବେଞ୍ଚ ସିପିଆଇ (ଏମ) ନେତା ସୁଭାଷିନୀ ଅଲି, ସାମ୍ବାଦିକ ରେବତୀ ଲାଲ, ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ରୁପ ରେଖା ବର୍ମା ଏବଂ ଟିଏମସି ଏମ୍‌ ପି ମହୁଆ ମୋଇତ୍ରଙ୍କ ଆବେଦନର ଶୁଣାଣି ଆରମ୍ଭ କରିଛନ୍ତି।

ଜଷ୍ଟିସ ରସ୍ତୋଗୀ ମଧ୍ୟ ଶୁଣାଣିରୁ ନିଜକୁ ଦୂରେଇ ରଖିଛନ୍ତି। ଜଷ୍ଟିସ ରସ୍ତୋଗୀ ମଧ୍ୟ ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଛନ୍ତି। ସେ କହିଥିଲେ ଯେ ଯେହେତୁ ମୋର ସାଥୀ ବିଚାରପତି ପୀଡିତାଙ୍କ ଆବେଦନ ଶୁଣିବା ପୂର୍ବରୁ ନିଜକୁ ଦୂରେଇ ରଖିଛନ୍ତି, ତେଣୁ ମୁଁ ମଧ୍ୟ ଏହି ମାମଲାର ଶୁଣାଣିରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛି।

ଜଷ୍ଟିସ ରସ୍ତୋଗୀ କହିଛନ୍ତି ଯେ ବର୍ତ୍ତମାନ ପୀଡିତା ଦୋଷୀଙ୍କୁ ଖଲାସ ଯାଇଥିବା ନେଇ ଶୀର୍ଷକୋର୍ଟରେ ପହଞ୍ଚିଛନ୍ତି, ତେଣୁ ତାଙ୍କ ଆବେଦନକୁ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ଗ୍ରହଣ କରାଯିବ। ସେ କହିଛନ୍ତି ଯେ ଯେତେବେଳେ ବିଚାରପତିଙ୍କ ଭିନ୍ନ ସଂରଚନା ସହିତ ବେଞ୍ଚ ବସିବ, ବାକି ଆବେଦନଗୁଡିକ ତାଙ୍କ ଆବେଦନ ସହିତ ମିଶ୍ରିତ ହେବ। ବେଞ୍ଚ କହିଛନ୍ତି, ଆମେ ଆସନ୍ତା ଦିନରେ ସମସ୍ତ ବିଷୟ ତାଲିକାଭୁକ୍ତ କରିବୁ ଏବଂ ସମସ୍ତ ଆବେଦନ ସହିତ ସଂଲଗ୍ନ କରିବୁ। ସେତେବେଳକୁ ସମସ୍ତ ତର୍କ ସମାପ୍ତ ହେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏସ୍‌ଆଇଠାରୁ ଟଙ୍କା ନେଇଛି ଭାଜପା

ଭୋପାଳ,୨ା୯: ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇଠାରୁ ଭାଜପା ଓ ବଜରଙ୍ଗ ଦଳ ଟଙ୍କା ନେଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ସଭା ସଦସ୍ୟ ଦିଗ୍‌ବିଜୟ...

ୟୁପିକୁ କପି କରିପାରେ କଂଗ୍ରେସ, ଜାତିଗତ ସନ୍ତୁଳନରେ ହୋଇପାରେ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଚୟନ

ଚଣ୍ଡିଗଡ଼,୧୯ ।୯: ଆସନ୍ତା ୨୦୨୨ରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ଏବେଠାରୁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଲେଣି...

ଅନ୍ତିମ ଯାତ୍ରାରେ ଦେଶର ପ୍ରଥମ ସିଡିଏସ୍‌

ନୂଆଦିଲ୍ଲୀ,୧୦ ।୧୨: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ବିପିନ ରାୱତଙ୍କ ମର ଶରୀରକୁ ଅନ୍ତିମ ଯାତ୍ରାରେ ନିଆଯାଇଛି । ସନ୍ଧ୍ୟା ୫ଟାରେ...

ଚାଇନାକୁ ଜବାବ ଦେବାକୁ ଯାଇ ସୀମାରେ ମୁତୟନ ହେଲେ ଅଧିକ ସେନା

ଲଦାଖ,୨୫।୫: ଭାରତୀୟ ସୀମା ଲଦାଖରେ ଚାଇନାର ବହୁ ସଂଖ୍ୟକ ସେନା ମୁତୟନ ହେବା ପରେ ଭାରତ ଏବେ ଏହାର କଡ଼ା ଜବାବ ଦେଇଛି। ଲଦାଖର ଚାଇନା...

ଅର୍ଥନୀତିଜ୍ଞ ଈଶରଙ୍କ ପରଲୋକ

ନୂଆଦିଲ୍ଲୀ, ୨୭।୯: ମସ୍ତିଷ୍କ କର୍କଟରେ ଦୀର୍ଘ ୧୦ ମାସ ଧରି ପୀଡ଼ିତ ଥିବା ଅର୍ଥନୀତିଜ୍ଞ ଈଶର ଜଜ୍‌ ଆହଲୁଓ୍ବାଲିଆଙ୍କ ଶନିବାର ପରଲୋକ ହୋଇଯାଇଛି। ଅକ୍ଟୋବର ପହିଲାକୁ...

ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦାବି କଲେ ଫଡନବିଶ

ମୁମ୍ବାଇ,୨୨।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଦାବି କରିଛନ୍ତି ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। କେବଳ ଭାଜପା ନୁହେଁ ସେ ରାଜ୍ୟ ସରକାରଙ୍କ ସବୁ...

ଚିଦାମ୍ବରମ୍‌ଙ୍କୁ ନେବା ପାଇଁ ତିହାର ଜେଲ ପହଞ୍ଚିଲେ ପୁଅ କାର୍ତ୍ତି

ନୂଆଦିଲ୍ଲୀ,୪।୧୨: ଆଇଏନ୍‌ଏକ୍ସ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ପି. ଚିଦାମ୍ବରମ୍‌ଙ୍କୁ ସୁପ୍ରିମକୋର୍ଟ ବୁଧବାର ଜାମିନ ପ୍ରଦାନ କରିଛନ୍ତି। ଜାମିନ...

ଶାହିନବାଗରେ ପ୍ରଦର୍ଶନକାରୀଙ୍କୁୁ ହଟାଇବାକୁ ପହଞ୍ଚିଲେ ସାଧାରଣ ଜନତା

ନୂଆଦିଲ୍ଲୀ,୨।୨: ଶାହିନବାଗରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ରାସ୍ତା ଖାଲି କରିବା ପାଇଁ ସେଠାରୁ ପ୍ରଦର୍ଶନମାରୀଙ୍କୁ ହଟାଇବା ଲାଗି ରବିବାର...

Advertisement
Archives

Model This Week