ଜାତୀୟ

ରାଜଧାନୀରେ ବଦଳିଲା ପାଣିପାଗ

ନୂଆଦିଲ୍ଲୀ,୧୬।୬: ଦେଶର ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ମଧ୍ୟାହ୍ନରେ ଝିପିଝିପି ବର୍ଷା ହୋଇଛି। ଏହି ବର୍ଷା ଫଳରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଝିପିଝିପି ବର୍ଷାର ମଜା ନେଇଛନ୍ତି ଦିଲ୍ଲୀବାସୀ। ଗତ କିଛିଦିନ ହେବ ଲୋକେ ଭିଷଣ…

ଗୁଜରାଟରେ ତାଣ୍ଡବ ରଚିବା ପରେ ‘ବିପର୍ଯ୍ୟୟ’କୁ ନେଇ ରାଜସ୍ଥାନରେ ଆଲର୍ଟ

ନୂଆଦିଲ୍ଲୀ,୧୬।୬: ଗୁଜରାଟର ଅନେକ ଅଞ୍ଚଳରେ ସାଇକ୍ଲୋନିକ ଷ୍ଟର୍ମ ‘ବିପର୍ଯ୍ୟୟ’ ପ୍ରଭାବ ଦେଖିବାକୁ ମିଳୁଛି। ପ୍ରବଳ ପବନରେ ବର୍ଷା ହେଉଛି। ବାତ୍ୟା ଯୋଗୁଁ ଅନେକ ଗଛ ଓ ଖମ୍ବ ଭାଙ୍ଗି ପଡିଛି। ଅନେକ ଅଞ୍ଚଳରେ ବିଜୁଳି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଗୁରୁବାର ସାରେ…

ନେହେରୁ ସଂଗ୍ରହାଳୟର ନାମ ପରିବର୍ତ୍ତନ କଲେ କେନ୍ଦ୍ର ସରକାର; କଂଗ୍ରେସ କହିଲା, ସଂକୀର୍ଣ୍ଣତା ଏବଂ ପ୍ରତିଶୋଧପରାୟଣ…

ନୂଆଦିଲ୍ଲୀ,୧୬।୬ ଦିଲ୍ଲୀର ନେହେରୁ ମେମୋରିଆଲ ସଂଗ୍ରହାଳୟ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମେମୋରିଆଲ ସଂଗ୍ରହାଳୟ ଭାବରେ ପରିଚିତ ହେବ। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସରକାରୀ ବାସଭବନକୁ ସଂଗ୍ରହାଳୟ ଭାବେ ଉଦ୍‌ଘାଟନ କରିବାର ଏକ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏହାର ନାମ ବଦଳାଇ ଦେଇଛନ୍ତି।…

ତାମିଲନାଡୁର ବହିଷ୍କୃତ ଏଡିଜିପି ରାଜେଶ ଦାସ ଯୌନ ନିର୍ଯ୍ୟାତନା ମାମଲାରେ ଦୋଷୀ ସାବ୍ୟସ୍ତ

ଚେନ୍ନାଇ,୧୬।୬: ତାମିଲନାଡୁର ବହିଷ୍କୃତ ଏଡିଜିପି ରାଜେଶ ଦାସ ତାଙ୍କ ସହକର୍ମୀ ମହିଳା ଅଧିକାରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏବେ ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭିଲୁପୁରମର ଏକ କୋର୍ଟ ତାଙ୍କ ଉପରେ ତିନି ବର୍ଷ ଜେଲ…

ହରିୟାଣାରେ ଅମିତ ଶାହାଙ୍କ ରାଲି ପାଇଁ ୧୩୦ଜଣଙ୍କୁ ନୋଟିସ ଜାରି

ଚଣ୍ଡୀଗଡ,୧୬।୬: ଜୁନ ୧୮ରେ ଏକ ଭିଭିଆଇପି ଇଭେଣ୍ଟକୁ ଦର୍ଶାଇ ହରିୟାଣାର ସିରସା ଜିଲା ପୋଲିସ ୧୩୦ଜଣଙ୍କୁ ଶାନ୍ତି ବଜାୟ ରଖିବାକୁ ନୋଟିସ ଜାରି କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜୁନ ୧୮ ରବିବାର ସିରସା ଠାରେ ଏକ ରାଲି କରିବାକୁ…

ଭୂକମ୍ପରେ ଥରିଲା ଆସାମ

ନୂଆଦିଲ୍ଲୀ, ୧୬।୬: ଆସାମର ଗୌହାଟୀରେ ଭୂମିକମ୍ପ ହୋଇଛି। ଗୌହାଟୀ ସହ ପୂର୍ବୋତ୍ତରର ଅନେକ ସ୍ଥାନରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ତୀବ୍ରତା ରେକ୍ଟର ସ୍କେଲରେ ୪.୮ ଥିଲା। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ବାଙ୍ଗଂଦେଶରେ ରହିଛି। ଭୂକମ୍ପ ଝଟକା ଶୁକ୍ରବାର…

ତାଣ୍ଡବ ରଚିଲା ‘ବିପର୍ଯ୍ୟୟ’: ୧ ହଜାର ଗାଁରେ ବିଦ୍ୟୁତ୍‌ ସେବା ବନ୍ଦ

ନୂଆଦିଲ୍ଲୀ, ୧୬ା୬: ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବପର୍ଯ୍ୟୟ’ ଗୁଜରାଟର କଚ୍ଛ ଜିଲା ଅଧୀନ ଜଖାଉ ବନ୍ଦର ନିକଟରେ ଭୂଭାଗ ଛୁଇଁଛି। ବ୍ୟାତ୍ୟାର ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ୧୨୫ କିଲୋମିଟରରୁ ୧୪୦ କିଲୋମିଟର ମଧ୍ୟରେ ରହିଥିବା ଜଣାପଡିଛି। ଭାରତ ପାଣିପାଗ…

ସାଇକ୍ଲୋନ ବିପର୍ଯ୍ୟୟ: ୨ଜଣଙ୍କର ମୃତ୍ୟୁ, ୯୪୦ରୁ ଅଧିକ ଗାଁ ଅନ୍ଧାରରେ ବୁଡିଛି

ଗାନ୍ଧୀନଗର,୧୬।୬: ଆରବସାଗରରେ ସୃଷ୍ଟି ଅତି ଭୀଷଣ ବାତ୍ୟା ବିପର୍ଯ୍ୟୟ ଗୁରୁବାର ରାତିସାରା ନିଜର କରାଳ ରୂପ ଦେଖାଇଛି। ଦ୍ୱାରକା ଏବଂ ମୋର୍ବିରେ ବହୁ ସଂଖ୍ୟକ ଗଛ ଉପୁଡି ପଡିଛି। ବହୁ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଡ ଭାଙ୍ଗିଯିବା ଯୋଗୁ ଗୁଜରାଟରେ ୯୪୦ରୁ ଅଧିକ…

କେନ୍ଦ୍ର ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଲେ ଉଗ୍ରବାଦୀ, ପକାଇଲେ ପେଟ୍ରୋଲ ବୋମା

ଇମ୍ଫାଲ,୧୬।୬: ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ହିଂସା ଘଟଣାରେ କେନ୍ଦ୍ର ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଦିଆଯାଇଛି। ମଣିପୁର ସରକାର କହିଛନ୍ତି ଯେ ଗୁରୁବାର ବିଳମ୍ବିତ ରାତିରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଆର.କେ ରଂଜନ ସିଂଙ୍କ କଙ୍ଗବା ବାସଭବନରେ ଉଗ୍ରବାଦୀମାନେ ନିଆଁ ଲଗାଇ…

ମିଜୋରାମରେ ଭୂସ୍ଖଳନ

ଆଇଜଲ,୧୬ା୬: ପ୍ରବଳ ବର୍ଷା ଯୋଗୁ ମିଜୋରାମରେ ଭୂସ୍ଖଳନ ଘଟିଛି। ଜାତୀୟ ରାଜପଥ-୬ରେ ଭୂସ୍ଖଳନ ହେବାରୁ ରାସ୍ତା ଧସିଯାଇଛି। ଉକ୍ତ ରାସ୍ତାଟି ମିଜୋରାମକୁ ଦେଶର ଅନ୍ୟ ଦେଶ ସହିତ ସଂଯୋଗ କରିଥାଏ ବୋଲି ଅଧିକାରୀମାନେ ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି। ଆଇଜଲର ପଶ୍ଚିମ…

ଆମେରିକା ଯିବେ ମୋଦି

ନୂଆଦିଲ୍ଲୀ,୧୬ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତମାସ ୨୦ରୁ ୨୫ ତାରିଖ ମଧ୍ୟରେ ଆମେରିକା ଏବଂ ଇଜିପ୍ଟ ଗସ୍ତରେ ଯିବେ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ଲେଡି ଡକ୍ଟର ଜିଲ ବାଇଡେନଙ୍କ…

କୁପଓ୍ବାଡା ଏନକାଉଣ୍ଟର: ୫ ଆତଙ୍କବାଦୀ ନିହତ

ଶ୍ରୀନଗର,୧୬।୬: ଉତ୍ତର କଶ୍ମୀରର ଏଲଓସିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ମୃତ ଆତଙ୍କବାଦୀଙ୍କ ନିକଟରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହି ଘଟଣା ପରେ ସମ୍ପୂର୍ଣ୍ଣ ଉତ୍ତର କଶ୍ମୀରରେ ଏଲଓସିରେ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?