ଅରୁଣାଚଳ ପ୍ରଦେଶରେ ଭୂକମ୍ପ
ଇଟାନଗର,୨୨।୭: ଅରୁଣାଚଳରେ ଭୂକମ୍ପ ଝଟକା। ଶନିବାର ସକାଳ ୬.୫୬ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୩.୩ ମ୍ୟାଗ୍ନିଚ୍ୟୁଡ ରହିଛି। ତେବେ ଭୂକମ୍ପ ଯୋଗୁ ଧନଜୀବନ ନଷ୍ଟ ହେବାର କୌଣସି ଖବର ଆସିନାହିଁ। ଏହାପୂର୍ବରୁ ଶୁକ୍ରବାର ରାଜସ୍ଥାନର ଜୟପୁରରେ ଅଧ…
ଆର୍ଟିଫିସିଆଲ ଇଣ୍ଟଲିଜେନ୍ସର ବିପଦକୁ ମିଳିମିଶି ମୁକାବିଲା କରିବେ ଭାରତ-ଆମେରିକା, ବାରମ୍ବାର ମୋଦି ଉଠାଇଥିଲେ ଏହି ପ୍ରସଙ୍ଗ
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବୈଜ୍ଞାନିକ ଉପଦେଷ୍ଟା ବା ପରାମର୍ଶଦାତା ଭାରତୀୟ ଭୂଳ ବାସିନ୍ଦା ଆରତୀ ପ୍ରଭାକର କହିଛନ୍ତି ଯେ ଆମେରିକା ଏବଂ ଭାରତ ଭଳି ସମାନ ଚିନ୍ତାଧାରାର ଦେଶ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଏକାଠି କାମ କରିବା ଆବଶ୍ୟକ।…
ମଣିପୁରରେ ୨ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାରେ ୫ମ ଅଭିଯୁକ୍ତ ଗିରଫ
ଇମ୍ଫାଲ,୨୨।୭: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାରେ ପୋଲିସ ପଞ୍ଚମ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି। ଶୁକ୍ରବାର ପର୍ଯ୍ୟନ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଜୁଲାଇ ୧୯ରେ ଦେଖାଦେଇଥିବା ଏକ ଭିଡିଓରେ ୨ଜଣ ମହିଳାଙ୍କୁ ଉଲଗ୍ନ କରି…
ଯଦି ସତ କହିବା ଅପରାଧ, ତେବେ ମୁଁ ଏଭଳି ଅପରାଧ ଆଗକୁ ମଧ୍ୟ କରିବି: ରାଜେନ୍ଦ୍ର ଗୁଧା
ଜୟପୁର,୨୨।୭: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣିଥରେ ସରଗରମ ହୋଇଛି ରାଜ୍ୟ ରାଜନୀତି। ବିଧାନସଭାରେ ନିଜ ସରକାରଙ୍କୁ ଟାର୍ଗେଟ କରିଥିବା କଂଗ୍ରେସ ନେତା ରାଜେନ୍ଦ୍ର ଗୁଧାଙ୍କୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମନ୍ତ୍ରୀ ପଦରୁ ବହିଷ୍କାର କରିଛନ୍ତି। ତେବେ ମନ୍ତ୍ରୀ ପଦ ଯିବା…
ଗୋଟିଏ ମାସରେ ତୃତୀୟ ଥର ଛତିଶଗଡ଼ ପହଞ୍ଚିବେ ଅମିତ ଶାହା, ନିର୍ବାଚନ ରାଲିକୁ ନେଇ ହେବ ହାଇଲେବଲ ବୈଠକ
ନୂଆଦିଲ୍ଲୀ,୨୨।୭: ଚଳିତ ବର୍ଷ ଶେଷ ବେଳକୁ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିପାଇଁ ଅନ୍ୟ ସମସ୍ତ ରାଜନୈତିକ ଦଳ ସହ ଭାରତୀୟ ଜନତା ପାର୍ଟି(ଭାଜପା) ବି ମଇଦାନsକୁ ଓହ୍ଲାଇଛି। ଅନ୍ୟପକ୍ଷରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର…
ଆଜିଠୁ ୟୁପିରେ ଆରମ୍ଭ ହେବ ‘ଗଛ ଲଗାଓ, ଗଛ ବଞ୍ଚାଓ’ ଅଭିଯାନ, ୩୫ ଲକ୍ଷ୍ୟ ଚାରା ରୋପଣ କରିବାକୁ ଲକ୍ଷ୍ୟ, ଯୋଗୀ କଲେ ଏହି ଅପିଲ
ଲକ୍ଷ୍ନୌ, ୨୨।୭: ଉତ୍ତରପ୍ରଦେଶରେ ଶନିବାର ଠାରୁ ‘ଗଛ ଲଗାଓ, ଗଛ ବଞ୍ଚାଓ’ ବିଷୟବସ୍ତୁ ଉପରେ ବୃକ୍ଷରୋପଣ ଜନ-ଅଭିଯାନ ଆରମ୍ଭ ହେଉଛି। ରାଜ୍ୟର ଯୋଗୀ ଆଦିତ୍ୟନାଥ ସରକାର ୟୁପିରେ ୩୫ କୋଟି ଚାରା ରୋପଣ କରିବାର ଲକ୍ଷ୍ୟ ରଖିଛନ୍ତି। ଏଥି ସହିତ ସିଏମ…
ତାମିଲନାଡୁରେ ‘ଏନ ମନ, ଏନ ମକ୍କା’ ଯାତ୍ରା ଆରମ୍ଭ କରିବ ଭାଜପା, ଅମିତ ଶାହା କରିବେ ଶୁଭାରମ୍ଭ
ଚେନ୍ନାଇ,୨୨।୭: ୨୦୨୪ରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଜୁଲାଇ ୨୮ରେ ତାମିଲନାଡୁରେ ଭାଜପାର ‘ଏନ ମନ, ଏନ ମକ୍କା’ (ମୋର ଜମି, ମୋର ଲୋକ) ଯାତ୍ରା ଆରମ୍ଭ କରିବେ। ଆଗାମୀ ଲୋକ ସଭା…
ପ୍ରେମିକଙ୍କ ପାଇଁ ସାତ ଦରିଆ ପାର୍ କରି ଝାଡଖଣ୍ଡରେ ପହଞ୍ଚିଲେ ମହିଳା
ରାଞ୍ଚି,୨୨।୭: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କ ପ୍ରେମ କାହାଣୀ ଭଳି ଏବେ ଝାଡଖଣ୍ଡରେ ମଧ୍ୟ ଏଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ବାରବରା ପୋଲକ ନାମକ ଜଣେ ୪୯ବର୍ଷୀୟା ମହିଳା ନିଜର ୬ ବର୍ଷର ଝିଅ ସହିତ ତାଙ୍କ ପ୍ରେମିକ…
ବିହାରରେ ହୋଇପାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, କଂଗ୍ରେସ-ଆରଜେଡି ବିଧାୟକଙ୍କୁ ମିଳିପାରେ ମନ୍ତ୍ରୀ ପଦ
ପାଟନା,୨୨।୭: ବିହାର ସରକାରଙ୍କ କ୍ୟାବିନେଟରେ ସମ୍ପ୍ରସାରଣ ହେବାର ସମ୍ଭାବନା ରହିଛି। ଜୁଲାଇ ୨୪ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟକୁ ସମ୍ପ୍ରସାରଣ କରାଯାଇପାରେ ବୋଲି ଅନୁମାନ କରାଯାଉଛି। ଦାବି ହେଉଛି ଯେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ଦୁଇ ନେତା ଏବଂ କଂଗ୍ରେସର ଦୁଇଜଣ…
ଲୋକଙ୍କ କଥା ନୁହେଁ ବରଂ ଇମେଜ କଥା ଅଧିକ ଚିନ୍ତା କରୁଛନ୍ତି ମୋଦି ଆଉ ତାଙ୍କ ଦଳ: ଓଓ୍ବାଇସି
ନୂଆଦିଲ୍ଲୀ,୨୨।୭: ମଣିପୁରରେ ମହିଳାଙ୍କ ସହ ହୋଇଥିବା ବର୍ବରତାକୁ ନେଇ ଅସଦୁଦ୍ଦିନ ଓଓ୍ବାଇସି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ବୟାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆରଏସଏସକୁ ଟାର୍ଗେଟ କରିଛନ୍ତି। ଏଆଇଏମଆଇଏମ ନେତା ଓ ହାଇଦ୍ରାବାଦର ଏମପି ଓଓ୍ବାଇସି ଟୁଇଟ କରି…
ଚଳିତ ବର୍ଷ ଜୁନ ପର୍ଯ୍ୟନ୍ତ ୮୭୦୨୬ ଭାରତୀୟ ଛାଡିଛନ୍ତି ନାଗରିକତା: ଏସ ଜୟଶଙ୍କର
ନୂଆଦିଲ୍ଲୀ,୨୨।୭: ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶୁକ୍ରବାର ଲୋକ ସଭାରେ କହିଛନ୍ତି କି ଚଳିତ ବର୍ଷ ଜୁନ ସୁଦ୍ଧା ୮୭,୦୨୬ ଜଣ ଭାରତୀୟ ନିଜ ନାଗରିକତା ଛାଡିଛନ୍ତି। ଏକ ଲିଖିତ ଉତ୍ତରରେ ସେ କହିଛନ୍ତି କି ୨୦୧୧ରୁ ଏବେ ପର୍ଯ୍ୟନ୍ତ ୧୭.୫୦…
ଚିହ୍ନଟ ହୋଇନି ୪୧ ମୃତଦେହ
ନୂଆଦିଲ୍ଲୀ,୨୨ା୭: ବାଲେଶ୍ୱର ଜିଲାର ବାହାନଗା ବଜାର ଷ୍ଟେଶନ ନିକଟରେ ଗତ ଜୁନ୍ ୨ରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାର ମୃତକଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୪୧ ମୃତଦେହ ଚିହ୍ନଟ ହୋଇ ନ ଥିବା ଶୁକ୍ରବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପାର୍ଲାମେଣ୍ଟକୁ ସୂଚନା ଦେଇଛନ୍ତି। ରାଜ୍ୟ…
Archives


