ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଲୋଗୋ ପ୍ରସ୍ତୁତି ଶେଷ
ନୂଆଦିଲ୍ଲୀ,୨୫।୮: ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ବୈଠକ ପୂର୍ବରୁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଏହାର ଲୋଗୋ ପ୍ରସ୍ତୁତ କରିଛି। ଜାତୀୟ ପତାକାର ତିନୋଟି ରଙ୍ଗ ବ୍ୟତୀତ, ଲୋଗୋରେ ନୀଳ ରଙ୍ଗ ବ୍ୟବହାର କରାଯିବ। ତିନି ଦିନିଆ ବୈଠକର ପ୍ରଥମ ଦିନ…
ଦିଲ୍ଲୀ ନୁହେଁ, ବେଙ୍ଗାଲୁରୁରେ ଅବତରଣ କରିବ ମୋଦିଙ୍କ ବିମାନ: ଇସ୍ରୋ ବୈଜ୍ଞାନିକଙ୍କୁ ଭେଟି ଦେବେ ଶୁଭେଚ୍ଛା
ନୂଆଦିଲ୍ଲୀ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ତାଙ୍କର ଦୁଇ ଦେଶ ଗସ୍ତ ସମାପ୍ତ କରିବା ପରେ ଗ୍ରୀସରୁ ଦିଲ୍ଲୀ ନୁହେଁ, କର୍ନାଟକର ବେଙ୍ଗାଲୁରୁରେ ଅବତରଣ କରିବେ। ସେ ଚନ୍ଦ୍ରୟାନ-୩ ମିଶନରେ ଜଡିତ ଇସ୍ରୋ ଟିମ୍ର ବୈଜ୍ଞାନିକମାନଙ୍କୁ ଭେଟି ସେମାନଙ୍କୁ ଅଭିନନ୍ଦନ ଜଣାଇବେ।…
ନୂଆ କାର୍ଟୁନର ସମୟ
ନୂଆଦିଲ୍ଲୀ,୨୫ା୮:ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ବୁଧବାର ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ର ସଫଳ ସୂକ୍ଷ୍ମାବତରଣ କରାଇ ଇତିହାସ ରଚିଛି। ପୂର୍ବରୁ ରୁଷିଆ, ଆମେରିକା ଓ ଚାଇନାର ମୁନ୍ ମିଶନ ସଫଳ ହୋଇଥିବାବେଳେ ଏଭଳି ସଫଳତା ହାସଲ କରିବାରେ ଭାରତ…
ଭୂସ୍ଖଳନରେ ୮ କୋଠା କ୍ଷତିଗ୍ରସ୍ତ
ଶିମ୍ଲା,୨୪।୮: ହିମାଚଳପ୍ରଦେଶର କୁଲ୍ଲୁ ଜିଲା ଅଧୀନ ଅନ୍ନି ସହରରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଘଟି ୮ କୋଠା କ୍ଷତିଗ୍ରସ୍ତ ହୋଇଛି। କୋଠାଗୁଡ଼ିକରେ ଫାଟ ସୃଷ୍ଟି ହେବା ସହ ଅସୁରକ୍ଷିତ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଗୁରୁବାର ଅଞ୍ଚଳରେ ପ୍ରବଳ…
ଇସ୍ରୋର ପରବର୍ତ୍ତୀ କାର୍ଯ୍ୟ ସୋଲାର ମିଶନ ‘ଆଦିତ୍ୟ’
ବେଙ୍ଗାଲୁରୁ,୨୪ା୮: ଚନ୍ଦ୍ରୟାନ-୩ର ସଫଳ ସଫ୍ଟ ଲ୍ୟାଣ୍ଡିଂକୁ ନେଇ ସାରା ଦେଶରେ ଉତ୍ସାହିତ ହୋଇଥିବା ବେଳେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପରବର୍ତ୍ତୀ କାର୍ଯ୍ୟ ସୋଲାର ମିଶନ ‘ଆଦିତ୍ୟ’ ବୋଲି ଏହାର ମୁଖ୍ୟ ଏସ୍. ସୋମନାଥ ଗୁରୁବାର କହିଛନ୍ତି। ଏଥିପାଇଁ କାର୍ଯ୍ୟ…
ଦକ୍ଷିଣ ମେରୁ ବାଛିବା ପଛର କାରଣ କହିଲେ ଇସ୍ରୋ ମୁଖ୍ୟ
ବେଙ୍ଗାଲୁରୁ,୨୪ା୮: ଚନ୍ଦ୍ରୟାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିଛି। ଦକ୍ଷିଣ ମେରୁରେ ମହାକାଶ ଯାନ ଅବତରଣ କରାଇବାରେ ଭାରତ ପ୍ରଥମ ଦେଶ ଭାବେ ଇତିହାସ ସୃଷ୍ଟି କରିଛି। ତେବେ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) କ’ଣ ପାଇଁ…
ଶୁକ୍ରବାର ଦକ୍ଷିଣ ଆଫ୍ରିକାରୁ ଗ୍ରୀସ ଯିବେ ପ୍ରଧାନମନ୍ତ୍ରୀ ମୋଦି
ଜୋହାନ୍ସବର୍ଗ,୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ଅଗଷ୍ଟରେ ଗ୍ରୀସ ଗସ୍ତ କରିବେ। ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ଅଛନ୍ତି। ସେଠାରୁ ସେ ସିଧା ଗ୍ରୀସ ଯିବେ। ଗ୍ରୀସର ପ୍ରଧାନମନ୍ତ୍ରୀ କିରିଆକୋସ ମିତସୋତାକିସ୍ଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି…
ଛତିଶଗଡ ନିର୍ବାଚନ: ରାଜ୍ୟରେ ୭ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କଲା କଂଗ୍ରେସ
ରାୟପୁର,୨୪।୮: ଛତିଶଗଡରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ସମସ୍ତ ରାଜନୈତିକ ଦଳର ନିର୍ବାଚନ ପ୍ରସ୍ତୁତି ସେତିକି ତୀବ୍ର ହୋଇଛି। ଏଥି ସହିତ ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବହୁତ ସକ୍ରିୟ ଥିବା ଜଣାପଡିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ…
ନିର୍ବାଚନି ରାଜ୍ୟ ରାଜସ୍ଥାନରେ ରାଜନୈତିକ ଉଷ୍ମତା, କେତେଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ଯୋଗଦେଲେ ଭାଜପାରେ
ଜୟପୁର,୨୪।୮: ଆଜି ରାଜସ୍ଥାନ ଭାଜପାରେ ମୋଟ ୧୭ଜଣ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ କେତେଜଣ ନେତା ଏବଂ ପୂର୍ବତନ ପ୍ରଶାସନିକ ଅଧିକାରୀ ମଧ୍ୟ ଅଛନ୍ତି। ଯେଉଁଥିରେ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ରାୟଗର ମହାସଭାର ରାଷ୍ଟ୍ରୀୟ ସଭାପତି ଭଓ୍ବଁରଲାଲ ନଭଲ, ବୀରୱା…
ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିବେ ମଣିପୁର ମୁଖ୍ୟମନ୍ତ୍ରୀ
ଇମ୍ଫାଲ,୨୪।୮: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ ଅଗଷ୍ଟ ୨୫ ଅର୍ଥାତ୍ ଶୁକ୍ରବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ। ଏହି ସମୟରେ ମଣିପୁରର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା ହେବ। ଏହା ସହିତ ମୁଖ୍ୟମନ୍ତ୍ରୀ ବିରେନ ମଧ୍ୟ ମଣିପୁରର…
କାର୍ଗିଲରେ ଯବାନଙ୍କ ସହ ଫଟୋ ଉଠାଇଲେ ରାହୁଲ
ନୂଆଦିଲ୍ଲୀ,୨୪।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଦାଖ ଗସ୍ତରେ ଅଛନ୍ତି। ସେ ଗୁରୁବାର ତାଙ୍କର ଭ୍ରମଣର ଅନେକ ଫଟୋ ମଧ୍ୟ ଶେୟାର କରିଛନ୍ତି, ଯେଉଁଥିରେ ସେ କାର୍ଗିଲରେ ଯବାନଙ୍କ ସହ ନଜର ଆସିଛନ୍ତି। ଇନଷ୍ଟାଗ୍ରାମରେ ଶେୟାର କରି ଦେଶର ସୀମା ରକ୍ଷା…
ଅପରେଶନ କ୍ଷମତାକୁ ବଢାଇବା ପାଇଁ ୭,୮୦୦ କୋଟିର ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ମଞ୍ଜୁରୀ
ନୂଆଦିଲ୍ଲୀ,୨୪।୮: ସଶସ୍ତ୍ର ବାହିନୀର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରାୟ ୭,୮୦୦ କୋଟି ଟଙ୍କା ମୂଲ୍ୟର ପ୍ରସ୍ତାବକୁ ଅନୁମୋଦନ କରିଛି। ପ୍ରତିରକ୍ଷା କ୍ରୟ ସହ ଜଡିତ ପ୍ରସ୍ତାବଗୁଡ଼ିକ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ…
Archives


