ସର୍ଜିକାଲ ଷ୍ଟ୍ରାଇକ, ଗୋଧ୍ରା ଭଳି ଘଟଣା ଘଟାଇପାରେ ଭାଜପା: ସଞ୍ଜୟ ରାଉତ
ମୁମ୍ବାଇ,୨୯।୮: ଶିବସେନା ଏମ୍ପି ସଞ୍ଜୟ ରାଉତ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି , ନିର୍ବାଚନରେ ଜିତିବା ପାଇଁ ଭାଜପା କିଛି ବି କରିପାରେ। ସର୍ଜିକାଲ ଷ୍ଟ୍ରାଇକ ଏବଂ ଗୋଧ୍ରା ଭଳି ଘଟଣା ବି ଘଟାଇପାରେ। ସଞ୍ଜୟ କହିଛନ୍ତି, ଲୋକଙ୍କ ମନରେ…
ହିଂସା ପରେ ପ୍ରଥମ ଥର ବସିବ ବିଧାନସଭା ଅଧିବେଶନ, କୁକି ସମ୍ପ୍ରଦାୟର ବିଧାୟକ ଅଧିବେଶନକୁ କଲେ ବର୍ଜନ
ଇମ୍ଫାଲ,୨୯।୮: ମଣିପୁର ହିଂସା ପରେ ପ୍ରଥମ ଥର ପାଇଁ ରାଜ୍ୟର ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହାପୂର୍ବରୁ ଫେବୃୟାରୀ ଏବଂ ମାର୍ଚ୍ଚରେ ବିଧାନସଭାର ବଜେଟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ମଣିପୁର ବିଧାନସଭା ବାଚସ୍ପତି ଥୋକଚୋମ ସତ୍ୟବ୍ରତ ସିଂ କହିଛନ୍ତି ଯେ, ଏକ…
ଅଭିଷେକଙ୍କୁ ଗିରଫ କରିପାରେ ଇଡି, ମମତାଙ୍କ ଏଭଳି ଆଶଙ୍କା ଉପରେ ଭାଜପା ନେତା ନେତା କହିଲେ ଭ୍ରଷ୍ଟାଚାରୀଙ୍କୁ ଜେଲ ହେବା ଉଚିତ୍
କୋଲକାତା,୨୯।୮: ଭାଜପା ନେତା ତଥା ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଭିଯୋଗର ଜବାବ ଦେଇଛନ୍ତି। ଯେଉଁଥିରେ ଟିଏମସି ନେତାଙ୍କୁ ଇଡି ଗିରଫ କରିପାରେ ବୋଲି ମମତା କହିଥିଲେ। ଯାହାକୁ ନେଇ ଭାଜପା ନେତା ଶୁଭେନ୍ଦୁ…
ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ଥିବା ମିଳିଲା ସୂଚନା
ଚେନ୍ନାଇ,୨୯।୮: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ଥିବା ସୂଚନା ମିଳିଛି। ତେବେ ଅନୁସନ୍ଧାନ ପରେ ଏହି ସୂଚନା ମିଥ୍ୟା ବୋଲି ଜଣାପଡିଛି ଏବଂ ବିମାନବନ୍ଦରରେ କୌଣସି ସନ୍ଦେହଜନକ ତଥ୍ୟ ମିଳନାହିଁ। ପୋଲିସ ଏହି ମାମଲା ରୁଜୁ କରି ତଦନ୍ତ…
ଇଣ୍ଡିଆ ମେଣ୍ଟରେ ଭାଜପାର ଏଜେଣ୍ଟ ହେଉଛି ଏଏପି: କଂଗ୍ରେସ ନେତା
ନୂଆଦିଲ୍ଲୀ,୨୯।୮: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ମୁମ୍ବାଇ ବୈଠକର ଦୁଇ ଦିନ ପୂର୍ବରୁ ଦିଲ୍ଲୀ କଂଗ୍ରେସ ନେତା ତଥା ପୂର୍ବତନ ଏମ୍ପି ସନ୍ଦୀପ ଦୀକ୍ଷିତ ପୁଣି ଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉପରେ ବର୍ଷିଛନ୍ତି। ଆମ ଆଦମୀ ପାର୍ଟିକୁ ଟାର୍ଗେଟ କରି ସେ…
ପ୍ରଗତି ମଇଦାନରେ ପ୍ରତିଷ୍ଠା ହେବ ଅସ୍ଥାୟୀ ହସ୍ପିଟାଲ
ନୂଆଦିଲ୍ଲୀ,୨୯।୮: ସେପ୍ଟେମ୍ବରରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀର ପ୍ରଗତି ମଇଦାନରେ ଏକ ଅସ୍ଥାୟୀ ହସ୍ପିଟାଲ ପ୍ରତିଷ୍ଠା କରାଯିବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଙ୍ଗଳବାର ଏହାର ଯାଞ୍ଚ କରିବେ। ଏହି ଅସ୍ଥାୟୀ ହସ୍ପିଟାଲରେ ଉଚ୍ଚମାନର ଆମ୍ବୁଲାନ୍ସ ସହିତ…
ହିନ୍ଦୁଙ୍କୁ ଦୁର୍ବ୍ୟବହାର କରିବା ଏକ ଫ୍ୟାଶନ ହୋଇଗଲାଣି: ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍
ଲକ୍ଷ୍ନୌ,୨୯।୮:ସମାଜବାଦି ପାର୍ଟି(ଏସ୍ପି)ର ଜାତୀୟ ସାଧାରଣ ସମ୍ପାଦକ ସ୍ବାମୀ ପ୍ରସାଦ ମୌର୍ଯ୍ୟ ପୁଣି ଥରେ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ରାମଚରିତମାନସ ଏପିସୋଡ ପରେ ସେ ହିନ୍ଦୁ ଧର୍ମକୁ ଏକ ପ୍ରତାରଣା ବୋଲି କହିଛନ୍ତି। ଯେଉଁଥିପାଇଁ ରାଜ୍ୟର ରାଜନୀତି ସରଗରମ ହୋଇଛି। ଏଥି ସହିତ…
ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ମାମଲାରେ ନୂଆମୋଡ଼
ଲକ୍ଷ୍ନୌ,୨୯।୮: ପ୍ରେମ ସମ୍ପର୍କ ଏବଂ ଦୁର୍ନୀତି ସମେତ ଅନେକ ଗୁରୁତର ଅଭିଯୋଗରେ ଘେରି ରହିଥିବା ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟଙ୍କୁ ଆଶ୍ୱସ୍ତି ମିଳିଛି। ଆଶ୍ଚର୍ଯ୍ୟଜନକ ଘଟଣା କ୍ରମେ ତାଙ୍କ ବିରୋଧରେ ସ୍ବାମୀ ଆଲୋକ ମୌର୍ଯ୍ୟ ଆଣିଥିବା ସମସ୍ତ ଅଭିଯୋଗ ପ୍ରତ୍ୟାହାର କରି…
ଚା’ ପାର୍ଟି ପାଇଁ ମମତାଙ୍କୁ ନିମନ୍ତ୍ରଣ କଲେ ବିଗ୍ ବି’
ଅମିତାଭ ବଚ୍ଚନ ଆଜିକାଲି କୌନ ବନେଗା କରୋଡପତି ୧୫ତମ ସିଜିନ ଆୟୋଜନ କରୁଥିବା ଦେଖିବାକୁ ମିଳିଛି। ବିଗ ବି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ଘରେ ଚା’ ପାର୍ଟି ପାଇଁ ନିମନ୍ତ୍ରଣ କରିଛନ୍ତି। ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧…
ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୨୯।୮: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହାଇ ପ୍ରୋଫାଇଲ ହତ୍ୟା ମାମଲାରେ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଏଠାରେ ସାବରମତି ସେଣ୍ଟ୍ରାଲ ଜେଲରେ ଥିବା ଏକ ହାଇ ସୁରକ୍ଷା ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ୧୯୫ କୋଟି ଟଙ୍କାର ଡ୍ରଗ୍ସ ମାମଲାରେ ତାଙ୍କର…
ସହମତିରେ ବିବାହକୁ ସର୍ବସାଧାରଣ ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ:ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୯।୮: ସହମତିରେ ବିବାହକୁ ସର୍ବସାଧାରଣ ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ କୁହାଯାଇଛି ଯେ, ଜଣେ ଯୋଡି ପରସ୍ପରକୁ ଫୁଲମାଳ ପିନ୍ଧାଇ କିମ୍ବା ମୁଦି ଲଗାଇବାର ଏକ ସରଳ ସମାରୋହ ମାଧ୍ୟମରେ ଓକିଲମାନଙ୍କ…
୩୭୦ ଉଚ୍ଛେଦ ବିରୋଧରେ ବୟାନ: ଅଧ୍ୟାପକ ନିଲମ୍ବିତ
ନୂଆଦିଲ୍ଲୀ,୨୯ା୮: ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ଯୁକ୍ତି ରଖିଥିବା ଜଣେ ଅଧ୍ୟାପକଙ୍କୁ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ନିଲମ୍ବନ କରିଥିବାରୁ ଏହା ଉପରେ ସର୍ବୋଚ୍ଚ ଅଦାଲତ ପ୍ରଶ୍ନ ଉଠାଇଛନ୍ତି। ଘଟଣାର ଅନୁଧ୍ୟାନ କରିବା ଲାଗି ଶୀର୍ଷ ଅଦାଲତ…
Archives


