Posted inଜାତୀୟ

କ୍ରିପ୍ଟୋ କରେନ୍ସି ଜାଲରେ ପଡ଼ିଲେ ରାଜ୍ୟର ଏକ ହଜାର ପୋଲିସ, ସ୍ବେଛାକୃତ ଅବସର ନେଲେ ଅନେକ ଅଧିକାରୀ

ନୂଆଦିଲ୍ଲୀ, ୧୯।୧୦: ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ସାଇବର ଅପରାଧୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଜାଲରେ ଫସିଛନ୍ତି ଏକ ହଜାର ପୋଲିସ ଅଧିକାରୀ। ଗୁରୁବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଟିଏଫ) ସୂଚନା ଅନୁଯାୟୀ ମିଛ କ୍ରିପ୍ଟୋ କରେନ୍ସି ନିବେଶ କରିବାକୁ କହି ଅପରାଧୀ ଜଣକ ପୋଲିସ କର୍ମଚାରୀ ମାନଙ୍କୁ ଚୁନ ଲଗାଇଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ପୋଲିସ ଅଧିକାରୀ ମୋଟା ଅଙ୍କର ଲାଭ ମଧ୍ୟ କରିଥିଲେ ଏବଂ ସେମାନଙ୍କ ସହିତ ଅନ୍ୟ ନିବେଶକଙ୍କୁ ଯୋଡିଥିଲେ।

ପୋଲିସ ସୂଚନା ଅନୁଯାୟୀ ସାଇବର ଅଧିକାରୀ ଜଣକ ଲକ୍ଷାଧିକ ଲୋକଙ୍କୁ ଠକେଇ କରିଛି, ଯେଉଁଥିରେ ଅନେକ ଆଇଡି ଜଣେ ଲୋକଙ୍କର ଅଟେ। ଯୋଜନାବଧ ଭାବରେ ଏହି ଲୋକମାନେ ନିବେଶକଙ୍କୁ ଆକୃଷ୍ଟ କରିବାକୁ ଅଧିକ ଲାଭର ଆଶା ଦେଖାଇଥିଲେ। ଏହାର ପୋଲିସ କର୍ମୀ, ଶିକ୍ଷକ ଏବଂ ଅନ୍ୟମାନେ ଯୋଡିହୋଇଥିଲେ। ତେବେ ଏଥିରେ ସାମିଲ ଅଧିକାଂଶ ପୋଲିସ ଅଧିକାରୀଙ୍କୁ କ୍ଷତି ସହିବାକୁ ପଡିଥିଲା।

ଜଣେ ପୋଲିସ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ଏହି ଯୋଜନାରେ ସାମିଲ କିଛି ପୋଲିସ ଅଧିକାରୀ ସ୍ବେଛାକୃତ ଅବସର ନେଇଛନ୍ତି। ଘଟଣା ସମ୍ପର୍କରେ ପୋଲିସ ଡିଜି ସଞ୍ଜୟ କୁଣ୍ଡୁ କହିଛନ୍ତି ଯେ, ଏହି ଠକାମିରେ ସାମିଲ ଥିବା ସମସ୍ତ ଅପରାଧୀଙ୍କୁ ଆମେ ଗିରଫ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

‘ପାକିସ୍ତାନ କେବେ ଶାନ୍ତି ଚାହୁଁନାହିଁ’, ବଡ଼ କଥା କହିଦେଲେ ମୋହନ ଭାଗବତ

ନୂଆଦିଲ୍ଲୀ,୯।୧୧: ଭାରତ-ପାକିସ୍ତାନ ସମ୍ପର୍କରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆରଏସଏସ ମୁଖ୍ୟ ମୋହନ ଭାଗବତ ପାକିସ୍ତାନର ମନୋଭାବ ସମ୍ପର୍କରେ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି...

ବେଙ୍ଗାଲୁରୁ ଜେଲ ସୁରକ୍ଷାରେ ଭୀଷଣ ତ୍ରୁଟି: ମଦ ପିଇ ପାର୍ଟି କରୁଛନ୍ତି କଏଦୀ, ଜେଲରେ VVIP ଟ୍ରିଟମେଣ୍ଟ

ନୂଆଦିଲ୍ଲୀ,୯।୧୧: ବେଙ୍ଗାଲୁରୁ କେନ୍ଦ୍ରୀୟ ଜେଲ୍‌ରେ ସୁରକ୍ଷା ବ୍ୟବସ୍ଥାରେ ବାରମ୍ବାର ତ୍ରୁଟି ଦେଖାଯାଉଛି। କିଛି ଘଣ୍ଟା ପୂର୍ବରୁ ସରକାର ଜେଲ୍ ଭିତରେ କଏଦୀମାନଙ୍କୁ VVIP ସୁବିଧା ଦେଉଥିବା...

ଅଳିଆ ବିକ୍ରି କରି ଚନ୍ଦ୍ରଯାନ-୩ ମିଶନ ଖର୍ଚ୍ଚଠାରୁ ଅଧିକ ଆୟ କଲେ ମୋଦି ସରକାର

ନୂଆଦିଲ୍ଲୀ,୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅକ୍ଟୋବର ମାସରେ ଚାଲିଥିବା ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ କେବଳ ଅଫିସଗୁଡ଼ିକୁ ସଫା କରିନାହିଁ, ବରଂ...

ସାଙ୍ଗକୁ ରାତ୍ରିଭୋଜନ ପାଇଁ ଡାକି ଗୁଳି କଲେ ଦୁଇ ନାବାଳକ

ନୂଆଦିଲ୍ଲୀ,୯।୧୧: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇଜଣ ନାବାଳକ ସେମାନଙ୍କର ୧୧ଶ ଶ୍ରେଣୀର ସହପାଠୀଙ୍କୁ ରାତ୍ରିଭୋଜନ ପାଇଁ ଡାକିବା ପରେ...

ବନ୍ଦେ ଭାରତ ଟ୍ରେନ୍‌ ଉଦଘାଟନରେ ଛାତ୍ରୀଛାତ୍ର ଗାଇଲେ ଆରଏସଏସ ଗୀତ, ଉଠିଲାଣି ବିବାଦ

ନୂଆଦିଲ୍ଲୀ,୯।୧୧: ରବିବାର ଏର୍ଣ୍ଣାକୁଲମ-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ ସେବାର ଉଦଘାଟନୀ ଉତ୍ସବରେ ଛାତ୍ରୀମାନଙ୍କ ଦ୍ୱାରା RSS ଗୀତ ଗାଇବା ଅଭିଯୋଗରେ ସୃଷ୍ଟି ହୋଇଥିବା ବିବାଦର ତଦନ୍ତ...

‘ରେଡ ଜୋନ’ରେ ରାଜଧାନୀବାସି

ନୂଆଦିଲ୍ଲୀ,୯।୧୧: ରାଜଧାନୀ ଦିଲ୍ଲୀରେ ବଢୁଥିବା କୁହୁଡ଼ି ଏବଂ ଥଣ୍ଡା ମଧ୍ୟରେ, ରବିବାର ସକାଳେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ଜାରି ରହିଛି। ପାଣିପାଗ ବିଭାଗ ଅନୁଯାୟୀ,...

RSSକୁ ନେଇ ଉଠୁଥିବା ପ୍ରଶ୍ନର କଡ଼ା ଜବାବ ରଖିଲେ ଭାଗବତ

ନୂଆଦିଲ୍ଲୀ,୯।୧୧: ରବିବାର ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ୍‌)ର ମୁଖ୍ୟ ମୋହନ ଭାଗବତ କଂଗ୍ରେସ ନେତାମାନଙ୍କ ଅଭିଯୋଗର ଜବାବ ଦେଇ କହିଛନ୍ତି ଯେ ଆରଏସଏସ ବ୍ୟକ୍ତିବିଶେଷଙ୍କ ଏକ...

ଟ୍ରମ୍ପଙ୍କ ନ୍ୟୁକ୍ଲିୟର ଦାବି ଭିତରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ରାଜନାଥ

ନୂଆଦିଲ୍ଲୀ,୯।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଗୁପ୍ତ ଭାବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri